Posted inଖେଳ

ରାଜ୍ୟ ସିନିୟର ମହିଳା ହକି ଚାମ୍ପିୟନଶିପ ଉଦ୍‌ଯାପିତ:ଖୋର୍ଦ୍ଧା-ପାନପୋଷ କ୍ରୀଡ଼ା ଛାତ୍ରାବାସ ଯୁଗ୍ମ ଚାମ୍ପିୟନ

ରାଉରକେଲା ଅଫିସ,୧୩।୮-
ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ସିନିୟର ମହିଳା ହକି ଚାମ୍ପିୟନଶିପ ସୋମବାର ଉଦ୍‌ଯାପିତ ହୋଇଛି। ପୂର୍ବାହ୍ନରେ ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଓଡ଼ିଶା ପୋଲିସ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚ୍‌କୁ ପାନପୋଷ କ୍ରୀଡ଼ା ଛାତ୍ରାବାସ ୭-୧ ଗୋଲରେ ଜିତିଥିଲା। ସେହିପରି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ମଧ୍ୟରେ ଖେଳାଯାଇଥିଲା। ସଂର୍ଘଷପୂର୍ଣ୍ଣ ଏହି ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାରିକୁ ଗୋଲ୍‌ ଦେଇପାରି ନ ଥିଲେ। ଶେଷରେ ପେନାଲଟି ଶୁଟ୍‌ଆଉଟରେ ୩-୧ ଗୋଲରେ ବିଜୟୀ ହୋଇ ଖୋର୍ଦ୍ଧା ଫାଇନାଲକୁ ଉନ୍ନୀତ ହୋଇଥିଲା। ପାନପୋଷ କ୍ରୀଡ଼ା ଛାତ୍ରାବାସ ଓ ଖୋର୍ଦ୍ଧା ମଧ୍ୟରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ତେବେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଖେଳ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ନିୟମାନୁଯାୟୀ ଉଭୟ ଦଳକୁ ଯୁଗ୍ମ ଚାମ୍ପିୟନ ଘୋଷଣା କରାଯାଇଥିଲା। ଅନ୍ତର୍ଜାତୀୟ ହକି ଅମ୍ପାୟାର ବିଶ୍ୱରଞ୍ଜନ ଷଡ଼ଙ୍ଗୀ ଓ ନିଶାନଜ୍ୟୋତି ମହାନ୍ତି ମ୍ୟାଚ୍‌ ପରିଚାଳନା କରିଥିଲେ। କ୍ରୀଡ଼ା ଛାତ୍ରାବାସର ବରିଷ୍ଠ କୋଚ୍‌ ଅମୂଲ୍ୟ ନନ୍ଦ ବିହାରୀ, କୋଚ୍‌ ଅମୂଲ୍ୟ ବେହେରା, କୋଚ୍‌ ପିଟର ସୋରେନ, ଏଫ୍‌. ଏକ୍କା, କେଶବ ସ୍ବାଇଁ ଓ ରାଜନ ଏକ୍କା ପ୍ରମୁଖ ସହଯୋଗ କରିଥିଲେ। ଉଦ୍‌ଯାପନୀ ଦିବସରେ ଅର୍ଜୁନ ପୁରସ୍କାର ବିଜେତା ବଡି ବିଲ୍ଡର ସୁନୀଲ ପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ, ସୁନ୍ଦରଗଡ଼ ଜିଲା ହକି ସଂଘ ସଭାପତି ଭିକ୍ଟର କୁଜୁର, ସମ୍ପାଦକ ସିଲଭିଷ୍ଟର ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

‘ଯଦି ତୁମେ ଭାଜପାକୁ ସମର୍ଥନ କରିବ ତୁମେ ଦେଶଭକ୍ତ’, ନଚେତ୍‌…

କୋଲକାତା,୩୧ା୫: ପଶ୍ଚିମବଙ୍ଗର ଦକ୍ଷିଣ ଚବିଶି ପ୍ରଗଣା ଜିଲାର ସୋନାରପୁରରେ ତୃଣମୂଳ କଂଗ୍ରେସ (TMC) ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।…

ସ୍ବାମୀଙ୍କ ନଜରରେ ପଡିଗଲା ସ୍ତ୍ରୀଙ୍କ ପରକୀୟା ପ୍ରୀତି, ପ୍ରେମିକଙ୍କ ସହ ମିଶି କରିଥିଲେ ହତ୍ୟା ଉଦ୍ୟମ, ଏବେ ଗଲେ ଜେଲ୍

ଦିଗପହଣ୍ଡି,୩୧|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗାଁ ଛକରେ ରହୁଥିବା ଏସ.ଶଙ୍କର ରେଡ୍ଡୀଙ୍କ  ଅନୁପସ୍ଥିତିରେ ତାଙ୍କ ସ୍ତ୍ରୀ ଏସ.ରଶ୍ମିତା ରେଡ୍ଡୀ…

୨ ଓ୍ବାରେଣ୍ଟି କୋର୍ଟ ଚାଲାଣ: ଜଣେ ହତ୍ୟା ମାମଲାରେ ଥିଲେ ଫେରାର, ଆଉ ଜଣେ…

ଦିଗପହଣ୍ଡି,୩୧ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର ୨ ଓ୍ବାରେଣ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦିଗପହଣ୍ଡି ଥାନା କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା…

ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ମାଗିଛନ୍ତି ତଥ୍ୟ: ମନମୋହନ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତଥ୍ୟ ମାଗିଥିବା ସୂଚନା ମିଳିଛି। ଏନେଇ ରାଜ୍ୟ ଭାଜପା ସଭାପତି ମନମୋହନ…

ରାଜ୍ୟରେ ଭତ୍ତାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍: ମନମୋହନ ସାମଲ କହିଲେ…

ଭୁବନେଶ୍ୱର,୩୧।୫: ରାଜ୍ୟରେ ଭତ୍ତା ବଣ୍ଟନ ସମସ୍ୟାକୁ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଆସନ୍ତା ୧୫ ଦିନ ମଧ୍ୟରେ ଭତ୍ତା…

୧୫ ଦିନ ତଳେ କରିଥିଲେ ବିବାହ, ସ୍ବାମୀଙ୍କ ସହ ଯିବାବେଳେ ବ୍ରିଜ୍‌ ଉପରୁ ନଈକୁ ଡେଇଁପଡ଼ିଲେ ସ୍ତ୍ରୀ

ସୋନପୁର,୩୧ା୫(ମୃତ୍ୟୁଞ୍ଜୟ ଶତପଥୀ): ମେଟକାନି ମନ୍ଦିର ଦର୍ଶନ କରିବାକୁ ସ୍ବାମୀଙ୍କ ସହିତ ବାଇକ୍‌ରେ ଯାଉଥିଲେ ସ୍ତ୍ରୀ। ମହାନଦୀର ସୁନ୍ଦରତା ଉପଭୋଗ କରିବା ଓ ଫଟୋ ଉଠାଇବା ପାଇଁ ସ୍ବାମୀ-ସ୍ତ୍ରୀ…

ସଘନ ସଂଶୋଧନ (SIR)-୨୦୨୬ : ଘରେ ଘରେ ପହଞ୍ଚୁଛନ୍ତି BLO

ବଞ୍ଚୋ, ୩୧।୫ (ପ୍ରଦୋଷ କୁମାର ବିଶ୍ୱାଳ): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ କାର୍ଯ୍ୟକ୍ରମ ଅଧୀନରେ ମତଦାତା ତାଲିକାକୁ ସଠିକ୍ ଓ ନିର୍ଭୁଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri