ରାଜ୍ୟ ବାହାରୁ ପାଟଣା ଫେରିଥିବା ୧୫୧ ଜଣ ଆଇସୋଲେଶନରେ

ପାଟଣା,୨୩।୩(ସ୍ବ.ପ୍ର.): ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ। ଏହି ପରିପ୍ରେକ୍ଷୀରେ ବାଙ୍ଗାଲୋରରେ ରହି କାମ କରୁଥିବା କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ନୂଆ ଖମଣ ଗ୍ରାମର ୨ ଯୁବକ ରବିବାର ଘରକୁ ଫେରିଛନ୍ତି। ଏ ନେଇ ଗ୍ରାମବାସୀ ଆତଙ୍କିତ ହୋଇ ସ୍ବାସ୍ଥ୍ୟ ବିଭାଗ ଓ ତୁରୁମୁଙ୍ଗା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସ୍ବାସ୍ଥ୍ୟ ବିଭାଗ ତରଫରୁ ଏଏନ୍‌ଏମ୍‌, ଆଶା କର୍ମୀ ଓ ବିଜୁ ଯୁବ ବାହିନୀର ବ୍ଲକ ସଂଯୋଜିକା ବେବିରାଣୀ ମହାପାତ୍ର ଗ୍ରାମରେ ପହଞ୍ଚି ୨ ଯୁବକଙ୍କୁ ଘରେ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏ ନେଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡ. ପ୍ରକାଶ ଶତପଥୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ବାଙ୍ଗାଲୋର ଓ ଚେନ୍ନାଇରେ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ୧୫୧ ଜଣ ବ୍ୟକ୍ତି କିଛିଲ୍‌ଦିନ ହେବ ପାଟଣା ବ୍ଲକକୁ ଫେରିଛନ୍ତି। ସେମାନଙ୍କୁ ୧୪ ଦିନ ପାଇଁ ନିଜ ନିଜ ଘରେ ଆଇସୋଲେଶନରେ ରହିବା ପାଇଁ ବ୍ଲକ ପ୍ରଶାସନ ନିର୍ଦ୍ଦେଶ ଦେବା ସହ ବିଭିନ୍ନ ବ୍ୟବସ୍ଥା କରାଯାଇଛି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ କରୋନା ଭୂତାଣୁରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ୨ଟି ଆଇସୋଲେଶନ କକ୍ଷ ନିର୍ମାଣ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଖେଳୁଥିବା ବେଳେ ଶିଶୁପୁତ୍ରଙ୍କ ଉପରେ ମାଡ଼ିଗଲା ଟ୍ରକ୍‌: ଡ୍ରାଇଭରଙ୍କୁ ଧରି ଛେଚିଲେ ଲୋକେ

ହାଟଡିହୀ, ୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଷଡ଼ଙ୍ଗ ପଞ୍ଚାୟତ ନଶିର୍‌ପୁରଠାରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲିବୋଝେଇ ଟ୍ରକ...

୧ ଲକ୍ଷ ଚାଷୀଙ୍କୁ ମିଳିଲାନି ବୀମା ସହାୟତା

ଛତ୍ରପୁର,୩ା୭(ଡି.ଏନ.ଏ.)-ଗଞ୍ଜାମ ଜିଲାର ୧ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସହାୟତା ମିଳି ନ ଥିବା ଜଣାପଡିଛି। ଏହି ଯୋଜନାରେ ପ୍ରିମିୟମ ଦେଇ...

ଖସିଲା ପାରଦ: ସୁନ୍ଦରଗଡ଼ରେ ବରଫପାତ, ଜନଜୀବନ ଅସ୍ତବ୍ୟସ୍ତ

ସୁନ୍ଦରଗଡ଼,୨୮।୧୨(ଡି.ଏନ୍‌.ଏ.): ଅଦିନିଆ ବର୍ଷା ପରେ ସୁନ୍ଦରଗଡ଼ରେ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଏଠାରେ ଶନିବାର ପାରଦ ଆହୁରି ତଳକୁ ଖସିଛି। ବିଶେଷକରି କୋଇଡ଼ା, ଟେନ୍‌ସା ଆଦି...

ଶିମିଳିପାଳରେ ରୋପ୍‌ୱେ ନିର୍ମାଣ ପ୍ରସ୍ତାବ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସରୋଜିନୀ

ବାରିପଦା ଅଫିସ,୧୫ା୧୧- ମୟୂରଭଞ୍ଜ ଜିଲାର ଶିମିଳିପାଳ ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଓ ଗୌରବ। ବିଭିନ୍ନ ଦୃଷ୍ଟିକୋଣରୁ ଏହା ବେଶ୍‌ ପରିଚିତ। ଶୀତଦିନରେ ଦେଶ ବିଦେଶରୁ ପର୍ଯ୍ୟଟକମାନେ...

ଜନ୍ମଦିନରେ ବିଭିନ୍ନ ମହଲରୁ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କୁ ଶୁଭେଚ୍ଛା; ବୃଦ୍ଧାଶ୍ରମର ଅନ୍ତେବାସୀ କଲେ ଆଶୀର୍ବାଦ

ବାଲେଶ୍ୱର ଅଫିସ, ୧୧।୧୧-ଭାରତର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ...

କରୋନା ରୋକିବା ଲାଗି ସରପଞ୍ଚଙ୍କ ଶପଥ ପାଠ

ଭଣ୍ଡାରିପୋଖରୀ,୧୪ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତର ସରପଞ୍ଚ ସଂଗୀତା ଖଣ୍ଡେଇଙ୍କ ତତ୍ତ୍ୱାବଧାନରେ କରୋନା ମହାମାରୀ ପରିପ୍ରେକ୍ଷୀରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ...

ତେଲ ଗୋଦାମ ଉପରେ ଚଢ଼ାଉ: ଭୁବନେଶ୍ୱର ପଠାଗଲା ନମୁନା

ରାୟଗଡ଼ା ଅଫିସ,୩।୨: ରାୟଗଡ଼ାର ଗୌତମନଗରରେ ଥିବା ଏକ ତେଲ ଗୋଦାମ ଉପରେ ଟାଉନ ପୋଲିସ ସୋମବାର ଚଢ଼ାଉ କରିଛି । ଉକ୍ତ ଗୋଦାମରେ ବେଆଇନ ଭାବେ...

କରୋନା ସଂକ୍ରମଣ ମୁକାବିଲା: କଏଦୀଙ୍କୁ ମିଳିବ ୬ ସପ୍ତାହ ପାରୋଲ

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ପାଇଁ ଭାରତ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ...


Coronavirus Update

Archives

Model This Week

Why Dharitri