ରାଜ୍ୟ ବାହାରୁ ଆସିବେ ୧୭ ହଜାର ଶ୍ରମିକ

ଅନୁଗୋଳ ଅଫିସ, ୨୮।୪

ଅନୁଗୋଳ ଜିଲାକୁ ରାଜ୍ୟ ବାହାରୁ ଆସିବାକୁ ଥିବା ୧୭ ହଜାର ଲୋକଙ୍କୁ କିପରି ସଙ୍ଗରୋଧରେ ରଖାଯିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବୈଠକ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ତୁରନ୍ତ ଶେଷ କରିବାକୁ ଜିଲାପାଳ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜିଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରେ ଯେଉଁମାନେ ୧୪ ଦିନ ସଙ୍ଗରୋଧ ପୂରଣ କରିସାରିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ନିଜ ନିଜ ଅଞ୍ଚଳକୁ ପଠାଇଦେବାକୁ ଜିଲାପାଳ ମହାନ୍ତି ନିର୍ଦ୍ଦେଶ ଦେଇଛନ୍ତି। ସରପଞ୍ଚ ଓ ପୌରାଞ୍ଚଳର ନିର୍ବାହୀ ଅଧିକାରୀମାନେ ସଙ୍ଗରୋଧର ପ୍ରମାଣପତ୍ର ସହ ଗାଡ଼ି ଯୋଗେ ସେମାନଙ୍କୁ ପଠାଇବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି।
ପ୍ରାଥମିକ ଆକଳନ ଅନୁଯାୟୀ ବାହାର ରାଜ୍ୟରୁ ଅନୁଗୋଳ ଜିଲାକୁ ପ୍ରାୟ ୧୭ ହଜାର ଲୋକ ଆସିବେ। ଲକ୍‌ଡାଉନ୍‌ ପରେ ବସ୍‌ ଯୋଗେ ଆସିବାକୁ ଥିବା ଏହି ଲୋକମାନଙ୍କ ନିମନ୍ତେ ପ୍ରତି ପଞ୍ଚାୟତରେ ୧୪ ଦିନିଆ ସଙ୍ଗରୋଧ ପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ମଙ୍ଗଳବାର ସୁଦ୍ଧା କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆଗନ୍ତୁକମାନଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ରହିଛି। ପ୍ରତି ପଞ୍ଚାୟତରେ ଓ ସ୍କୁଲ ଘରେ ୫୦ ଜଣଙ୍କ ରହିବା ଭଳି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର, ଖାଦ୍ୟ ପାନୀୟ, ଶୌଚାଳୟ ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଥିଲେ। ଏହି ସମୀକ୍ଷା ବୈଠକରେ କୋଭିଡ-୧୯ର ନୋଡାଲ ଅଫିସର ତଥା ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ, ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଅତିରିକ୍ତ ଜିଲାପାଳ (ରାଜସ୍ବ) ସନ୍ତୋଷ କୁମାର ପ୍ରଧାନ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଡେପୁଟି କଲେକ୍ଟର ସୋଫି ସାଇନିକା, ଆସିଷ୍ଟାଣ୍ଟ କଲେକ୍ଟର ରଞ୍ଜନ କୁମାର ମହାନ୍ତି ଓ ସୁବ୍ରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri