ରାଜ୍ୟ ପାଳିବ ପ୍ରଥମ ଲୋକକଳା ଦିବସ: ରବୀନ୍ଦ୍ର ମଣ୍ଡପରେ ଯୋଗଦେବେ ୫୦୦ କଳାକାର

ଭୁବନେଶ୍ୱର,୧୩।୬(ବ୍ୟୁରୋ): ପ୍ରଥମ ଥର ପାଇଁ ଜୁନ୍‌ ୧୪ରେ ପାଳନ ହେବାକୁ ଯାଉଛି ଲୋକକଳା ଦିବସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଏବଂ ଜିଲାସ୍ତରରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯିବ। ଏ ନେଇ ବିଭାଗୀୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ସୂଚନା ଦେଇଛନ୍ତି। ଗତ ଫେବୃୟାରୀ ୨୧ରେ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପଠାରେ କଳାକାର ଦିବସ ପାଳନ ସମ୍ପର୍କରେ ଘୋଷଣା କରିବା ସହ ଏହାର ଲୋଗୋ ଉନ୍ମୋଚନ କରିଥିଲେ। ଏହାପରେ ପ୍ରତିବର୍ଷ ରଜ ପର୍ବ ଅବସରରେ ଲୋକକଳା ଦିବସ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା।
ପ୍ରଥମ ଲୋକକଳା ଦିବସ ପାଳନ ଲାଗି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ କାର୍ଯ୍ୟକ୍ରମ ସ୍ଥିରୀକୃତ କରାଯାଇଛି। ଧୀରେ ଧୀରେ ଏହାକୁ ବିଶ୍ୱସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରାଯିବ ବୋଲି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ୧୪ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ସ୍ବତନ୍ତ୍ର ସାଂସ୍କୃତିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଆୟୋଜନ ହେବ। ଏହି ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୪ ଲୋକକଳା ଦଳ ଲୋକକଳା ପରିବେଷଣ କରିବେ। ବଲାଙ୍ଗୀରର ସଙ୍ଗୀତ ସାଧନା ଗ୍ରୁପ୍‌ ତରଫରୁ ‘ଭାଇ ଜିଉଁତିଆ’, ଗଞ୍ଜାମର ସନ୍ତୋଷ ପାଢ଼ୀ ଓ ସାଥୀ ‘ଭାରତ ଲୀଳା’, କଟକର ଉତ୍ସବ ଚରଣ ଦାସ ଓ ସାଥୀଙ୍କ ଦ୍ୱାରା ‘ଚଇତିଘୋଡ଼ା’, ଭବାନୀପାଟଣାର ପ୍ରତିଭା ଅନୁଷ୍ଠାନ ପକ୍ଷରୁ ‘ସିଂହାରୀ ନୃତ୍ୟ’ ପରିବେଷଣ କରାଯିବ। ଏଥିସହିତ କଟକ, ପୁରୀ, ଖୋର୍ଦ୍ଧା, ଯାଜପୁର, କନ୍ଧମାଳ, ଜଗତ୍‌ସିଂହପୁର, ଭଦ୍ରକ, ନୟାଗଡ଼, ବଲାଙ୍ଗୀର ଏବଂ ଢେଙ୍କାନାଳ ଜିଲାରୁ ୫୦ଜଣ ଲେଖାଏ ମୋଟ ୫୦୦ କଳାକାର ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ରଜର ପ୍ରଥମ ଦିନରେ ପାଳନ କରାଯାଉଥିବାରୁ ସଂସ୍କୃତି ବିଭାଗ ପକ୍ଷରୁ କାର୍ଯ୍ୟକ୍ରମସ୍ଥଳୀରେ ରଜଦୋଳି ସହ ପିଠା ଓ ମିଠାର ବ୍ୟବସ୍ଥା କରାଯିବ। ରବୀନ୍ଦ୍ର ମଣ୍ଡପ ବାହାରେ ରଜ ଉତ୍ସବ ଏବଂ ଭିତରେ ଲୋକକଳା ଦିବସ ପାଳନ ହେବ। ସେହିପରି ଜିଲା କଳା ସଂସ୍କୃତି ସଂଘ(ଜେଡ୍‌କେଏସ୍‌ଏସ୍‌) ଏବଂ ବ୍ଲକ କଳା ସଂସ୍କୃତି ସଂଘ(ବିକେଏସ୍‌ଏସ୍‌)ର ମିଳିତ ସହଯୋଗରେ ଜିଲାସ୍ତରରେ ଲୋକକଳା ଦିବସ ପାଳନ କରାଯିବ। ଶହ ଶହ କଳାକାରଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା ସହ ସଭା, ସମ୍ବର୍ଦ୍ଧନା, ନାଚ, ଗୀତ ଆଦି ପରିବେଷଣ କରାଯିବ ବୋଲି ମାଲ୍‌ବିଶୋୟୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୋକାନ ସାମ୍ନାରେ ୨ ଡଷ୍ଟବିନ୍‌ ନ ରଖିଲେ କାର୍ଯ୍ୟାନୁଷ୍ଠାନ’

ପୁରୀ ଅଫିସ,୨୬ା୧୨: ପୁରୀ ସହରର ବ୍ୟବସାୟୀ ଓ ଦୋକାନୀମାନେ ନିଜ ଦୋକାନ ସମ୍ମୁଖରେ ଦୁଇଟି ଲେଖାଏ ଡଷ୍ଟବିନ୍‌ ରଖିବେ। ଗୋଟିକରେ ଓଦା ଏବଂ ଅନ୍ୟଟିରେ ଶୁଖିଲା...

ବାପାଙ୍କ ମୃତଦେହ ଛୁଇଁ ପାରିଲେନି କରୋନା ଯୋଦ୍ଧା

ପାତ୍ରପୁର,୧୨ା୭(ଡି.ଏନ୍‌.ଏ.)- ବାପାଙ୍କ ମୃତଦେହ ଛୁଇଁ ପାରିଲେନି କରୋନା ସଂକ୍ରମିତ ଝିଅ। କୋଭିଡ୍‌ ହସ୍‌ପିଟାଲରୁ ଆସି କେବଳ ଶେଷ ଦର୍ଶନ କଲେ। ଏଭଳି ଅଭାବନୀୟ ଘଟଣା ଘଟିଛି...

ଘରୋଇ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପିଲାଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

ଭୁବନେଶ୍ୱର,୧୦ା୮(ଅସମାପିକା ସାହୁ): ରାଜ୍ୟର ଘରୋଇ ତଥା ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ସରକାରୀ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପରି ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ...

ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିରେ ବହୁତଳ ଗୃହ ନିର୍ମାଣ: କଟକଣା ବୋର୍ଡ ଉପାଡ଼ି ରାସ୍ତାରେ ଲଗାଇଲେ ବିଲ୍‌ଡର

ପୁରୁଣା ଭୁବନେଶ୍ୱର, ୮।୩(ଡି.ଏନ.ଏ.): ଭୁବନେଶ୍ୱରରେ ନକ୍ସା ଅନୁମୋଦନ ବ୍ୟତିରେକ କୌଣସି ପ୍ରକାର ବେଆଇନ ଗୃହ ନିର୍ମାଣ ଘରୋଇ ଜମିରେ ହୋଇପାରିବ ନାହିଁ। ଯଦି ହୋଇଥାଏ ତେବେ...

ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ

ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ...

ପ୍ରତ୍ୟେକ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ ଅଫିସ,୩।୪: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସ୍‌ଓପି ଜାରି କରାଯାଇଛି।...

ରଙ୍ଗ୍‌ ସାଇଡ୍‌ରେ ଗଲେ ଚକ କଣା କରିଦେବ ‘ଟାୟାର କିଲର’

ଭୁବନେଶ୍ୱର,୬ା୨(ବ୍ୟୁରେ): ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ...

ଶିମିଳିପାଳ ଅଭୟାରଣ୍ୟରେ ନିଆଁ

ବାରିପଦା ଅଫିସ,୨ା୩: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଏହା ମଧ୍ୟରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ବନଖଣ୍ଡ ଅଞ୍ଚଳର ଶତାଧିକ ହେକ୍ଟର...

Advertisement
Archives

Model This Week