ରାଜ୍ୟରେ ପ୍ରଥମ:ପେପରଲେସ୍‌ ଅଭିଯୋଗ ଶୁଣାଣି

ସମ୍ବଲପୁର,୧୬।୯(ବ୍ୟୁରୋ): ସାଧାରଣ ଲୋକଙ୍କୁ ଅଭିଯୋଗ କରିବା ପାଇଁ ଆଉ ଜିଲାପାଳ ଅଫିସ, ବ୍ଲକ ଅଫିସ କିମ୍ବା ଅନ୍ୟାନ୍ୟ ଅଫିସକୁ ଯିବାକୁ ପଡିବ ନାହିଁ। ଏଣିକି ସେମାନେ ଅନ୍‌ଲାଇନ ମାଧ୍ୟମରେ ବ୍ୟକ୍ତିଗତ ହେଉ କିମ୍ବା ସାମୂହିକ ଅଭିଯୋଗ କରିପାରିବେ। ସୋମବାର ସମ୍ବଲପୁର ଜିଲାପାଳ ଶୁଭମ୍‌ ସକ୍‌ସେନା ମାନେଶ୍ୱର ବ୍ଲକ ପରିସରରେ ଜିଲାସ୍ତରୀୟ ଅନ୍‌ଲାଇନ ଗ୍ରିଭାନ୍ସ ସେଲ୍‌ ସେବା ଉଦ୍‌ଘାଟନ କରିଛନ୍ତି । ଜିଲାପାଳ ସକ୍‌ସେନାଙ୍କ କହିବାନୁସାରେ, ଅଭିଯୋଗଗୁଡିକୁ ପେପରଲେସ୍‌ କରିବାକୁ ଜିଲା ପ୍ରଶାସନ ଉଦ୍ୟମ କରିଛି । ଏଥିରେ ଜଣେ ବ୍ୟକ୍ତି ଅଭିଯୋଗ କଲାପରେ ତାହା ରେଜିଷ୍ଟ୍ରେଶନ୍‌ ହୋଇ ତାଙ୍କ ପାଖକୁ ମୋବାଇଲରେ ମେସେଜ୍‌ ଦ୍ୱାରା ଯିବ। ଅଭିଯୋଗ ସମାଧାନ ପରେ ସ୍ଥିତି ଉପରେ ତାଙ୍କୁ ସୂଚନା ଦିଆଯିବ। ଏହି ଗ୍ରିଭାନ୍ସ ସେଲ୍‌ରେ ଜିଲାର ସମସ୍ତ ବିଭାଗର ଅଧିକାରୀ ରହିଛନ୍ତି । ସେମାନେ ମଧ୍ୟ ଅଭିଯୋଗ ଉପରେ କ’ଣ ସମାଧାନ କରାଗଲା ସେ ନେଇ ସୂଚନା ପ୍ରଦାନ କରିବେ । ଏହି ଅବସରରେ ଏସ୍‌ପି କନୱର ବିଶାଳ ସିଂ, ଡିଏଫ୍‌ଓ ଡ. ସଞ୍ଜିତ କୁମାରଙ୍କ ସମେତ ଜିଲାର ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପାଚେରି ନିର୍ମାଣକୁ ବିରୋଧ ମାମଲାରେ ୧୩ ଗିରଫ

ଧର୍ମଶାଳା/ଜେନାପୁର,୧୫ା୧ (ଡି.ଏନ.ଏ.): ଜେନାପୁର ଥାନା ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟକୁ ବିରୋଧ ମାମଲାରେ ପୋଲିସ ଶୁକ୍ରବାର ୧୩ଜଣଙ୍କୁ...

ୟୁଟ୍ୟୁବ୍‌ରେ ଓଡ଼ିଆ ପ୍ରତିଭା

ବାରିପଦା ଅଫିସ, ୧୨ା୭-ଆଗଭଳି ଆଉ କଳାକାରମାନଙ୍କୁ ନିଜର ପ୍ରତିଭା ଦେଖାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନାହିଁ। ନିଜ ପ୍ରତିଭାକୁ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିବା ପରେ...

ଛେଣ୍ଡିପଦାରେ ଜନତା କର୍ଫ୍ୟୁର ପ୍ରଭାବ: ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ସବୁ ବନ୍ଦ

ଛେଣ୍ଡିପଦା,୨୨।୩(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ଜରପଡା, ଛେଣ୍ଡିପଦା ଓ ନିଶା ଶିଳ୍ପାଞ୍ଚଳ ଥାନା ପକ୍ଷରୁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଜନତା କର୍ଫ୍ୟୁର ପ୍ରଭାବ...

ନିରାମୟ ଯୋଜନାରେ ରୋଗୀଙ୍କୁ ମିଳୁନି ଔଷଧ

ପାରଳାଖେମୁଣ୍ଡି,୧୭।୪(ଡି.ଏନ୍‌.ଏ.):  ପାରଳାଖେମୁଣ୍ଡିଠାରେ ଥିବା ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିରାମୟ ଔଷଧ ବିତରଣ କେନ୍ଦ୍ର ବିନାମୂଲ୍ୟରେ ରୋଗୀଙ୍କୁ ଔଷଧ ଯୋଗାଇବା ପାଇଁ ଥିବାବେଳେ ଏହି କେନ୍ଦ୍ରରୁ ଠିକ୍‌...

ଏ.ଜି . କାର୍ଯ୍ୟାଳୟରେ ପହଞ୍ଚିନି ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରାୟ ୪୦୦ ଜଣଙ୍କର ଅବସରକାଳୀନ ପେନ୍‌ସନ୍‌ କାଗଜପତ୍ର ଭୁବନେଶ୍ୱରସ୍ଥିତ ଏ.ଜି କାର୍ଯ୍ୟାଳୟରେ ପହଞ୍ଚି ନ ଥିବାରୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପାଇବାକୁ...

ଉପଭୋକ୍ତାଙ୍କୁ ଲୁଟୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ

ଖୋର୍ଦ୍ଧା ଅଫିସ,୧୩ା୧୨: ଖୋର୍ଦ୍ଧା ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନରେ କାର୍ଯ୍ୟରତ ଜଣେ କର୍ମଚାରୀ ଉପଭୋକ୍ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ଅଭିଯୋଗ ଆସିଛି। ଉକ୍ତ କର୍ମଚାରୀ...

ଜେଲ୍‌ରୁ କଏଦୀ ଚମ୍ପଟ

ହିନ୍ଦୋଳ,୨ା୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ସବ୍‌ଜେଲରୁ ଶୁକ୍ରବାର ଜଣେ ବିରାରାଧୀନ କଏଦୀ ପାଚେରି ଡେଇଁ ଚମ୍ପଟ ମାରିଛନ୍ତି। ତାଙ୍କ ନାମ ବିରଞ୍ଚି ବେହେରା। ସେ ଏକ...

୨୮ରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ, ପ୍ରସ୍ତୁତି ଶେଷ

ରାଜନଗର, ୨୭।୧୦ (ଡି.ଏନ୍‌.ଏ.)-ରାଜନଗର ବ୍ଲକ ଅଧୀନ ମହିଷାସୁର ପଞ୍ଚାୟତ ପଡ଼ିଆଠାରେ ୨୮ ତାରିଖଠାରୁ ରାଜ୍ୟସ୍ତରୀୟ ଗୋ-ନବରାତ୍ର ମହୋତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ...

Advertisement
Archives

Model This Week