Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସିଙ୍ଗଲ୍ସ ଇଭେଣ୍ଟର ମୁଖ୍ୟ ଡ୍ର’ରେ ଭାରତର ୨୪

କଟକ ଅଫିସ,୨୧ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ସିଙ୍ଗଲ୍ସ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଛି। ଆୟୋଜକ ଭାରତର ମୋଟ ୨୪ଜଣ ଖେଳାଳି ମୁଖ୍ୟ ଡ୍ର’କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିମଧ୍ୟରୁ ୮ଜଣ ସିଡେଡ୍‌ ଖେଳାଳି ସିଧାସଳଖ ମୁଖ୍ୟ ଡ୍ର’ରେ ସାମିଲ ହୋଇଥିବା ବେଳେ ୧୬ଜଣ ବିଜୟୀ ହୋଇ ଯୋଗ୍ୟତା ହାସଲ କରିଛନ୍ତି। ପୂଜା ସହସ୍ରବୁଦ୍ଧି, ରୀଥ ସିୟା, ସୁରଭି ପଟୱାରୀ ଭଳି ପ୍ରମୁଖ ଖେଳାଳି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ପରାଜୟବରଣ କରି ଭାରତ ପାଇଁ ନିରାଶାଜନକ ସ୍ଥିତି ସୃଷ୍ଟି କରିଛନ୍ତି। କିନ୍ତୁ ଡବଲ୍ସ ଇଭେଣ୍ଟରେ ଏମାନଙ୍କ ପାଇଁ ଏବେ ବି ସୁଯୋଗ ରହିଛି। ରୀଥ ସିୟା ପ୍ରଥମ ମ୍ୟାଚ୍‌ରେ ଶ୍ରୀଲଙ୍କାର ଚାମଥସାରାଙ୍କୁ ୧୧-୪, ୧୧-୭, ୧୧-୯ ଗେମରେ ପରାସ୍ତ କରିଥିଲେ। ମାତ୍ର ଦ୍ୱିତୀୟ ଗେମରେ ସିଙ୍ଗାପୁରର ଜୋଇ ଲିମଙ୍କଠାରୁ ୧୧-୯, ୧୦-୧୨, ୧୧-୭, ୯-୧୧, ୧୩-୧୫ରେ ପରାସ୍ତ ହୋଇଥିଲେ। ସେହିପରି ପୂଜା ସହସ୍ରବୁଦ୍ଧି ସ୍କଟଲ୍ୟାଣ୍ଡର ଲାରା ଷ୍ଟ୍ରିରଲିଂଙ୍କୁ ୧୧-୫, ୧୧-୮, ୧୧-୮ରେ ହରାଇଥିବା ବେଳେ ନାଇଜେରିଆର ଆଜୋକ ଓଜୋମୁଙ୍କ ଠାରୁ ୬-୧୧, ୭-୧୧, ୧୧-୧୩ରେ ଓ ସିଙ୍ଗାପୁରର ଟ୍ୟାନଲିନ ଜେସିଙ୍କ ଠାରୁ ୩-୧୧, ୧୩-୧୧, ୫-୧୧, ୧୨-୧୦, ୭-୧୧ ଗେମରେ ପରାସ୍ତ ହୋଇଥିଲେ। ସୂରଭି ପଟୱାର ମାଲେସିଆ ବିପକ୍ଷରେ ବିଜୟୀ ହୋଇଥିବା ବେଳେ ସିଙ୍ଗାପୁରର ଖେଳାଳିଙ୍କଠାରୁ ପରାସ୍ତ ହୋଇଛନ୍ତି। ଯୋଗ୍ୟତା ହାସଲ କରିଥିବା ଖେଳାଳିମାନେ ହେଲେ ସାନିଲ ସେଠୀ, ସୁସ୍ମିତ ଶର୍ମା, ମାନୁଷ ସାହା, ଜିତ ଚନ୍ଦ୍ର, ରୋନିତ ଭଞ୍ଜ, ସୁଧାଂଶୁ ଗ୍ରୋଭର, କ୍ରୀତିକା ସିହ୍ନା ରୟ, ସୁତୀର୍ଥ ମୁଖାର୍ଜୀ, ଶ୍ରୀଜା ଆକୁଲା, ମୌସୁମୀ ପଲ, ପ୍ରପତି ସେନ, ଏସ୍‌.ଶୈଳନ୍ଦୀପତି, ଦିବ୍ୟା ଦେଶପାଣ୍ଡେ, ସାଗରିକା ମୁଖାର୍ଜୀ ଓ କେ. ଅନୁଶା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମେ ବ୍ୟାଟିଂ କରିବ ଭାରତ

ଦୁବାଇ,୨୪।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ କିଛି କ୍ଷଣରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ। ଭାରତ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି...

ଦିଲ୍ଲୀ ବାୟୁ ପ୍ରଦୂଷଣ ଯୋଗୁ ଆଶଙ୍କାରେ ପ୍ରଥମ ଟି୨୦

ନୂଆଦିଲ୍ଲୀ, ୨୭।୧୦(ପି.ଟି)- ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣରେ ଅବନତୀ ହେବାର ସମ୍ଭାବନା ଥିଲେ ମଧ୍ୟ ଚିନ୍ତାଜନକ ରହିବ। ତେଣୁ ନଭେମ୍ବର ୩ ତାରିଖରେ...

ଅନିର୍ଦ୍ଦିଷ୍ଟ କାଳପାଇଁ ଅଷ୍ଟ୍ରେଲିଆରେ ରହିବ ନ୍ୟୁଜିଲାଣ୍ଡ ରଗ୍‌ବୀ ଟିମ୍‌

ଓ୍ବେଲିଂଟନ, ୨୧ା୩ (ଏପି)- କରୋନାଭାଇରସ ସଙ୍କଟ ଜାରି ରହିଥିବାରୁ ନ୍ୟୁଜିଲାଣ୍ଡ ଓ୍ବାରିୟର୍ସ ରଗ୍‌ବୀ ଲିଗ୍‌ ଟିମ୍‌ ଅଷ୍ଟ୍ରେଲିଆରେ ଅନିର୍ଦ୍ଦିଷ୍ଟ କାଳପାଇଁ ଅଟକି ରହିବେ। ସେମାନେ ଅଷ୍ଟ୍ରେଲିଆର...

ଧୋନୀଙ୍କ ଏହି ଅଭ୍ୟାସକୁ ଦେଖି ଆଶ୍ଚର୍ଯ୍ୟ ହେଲେ ଇରଫାନ୍‌: କହିଲେ ‘ପୂର୍ବରୁ ଏଭଳି ଦେଖିନାହିଁ’

ନୂଆଦିଲ୍ଲୀ,୮।୯: ଆସନ୍ତା ୧୯ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଆଇପିଏଲ୍‌ ୨୦୨୦। ଏହାପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅଭ୍ୟାସ ଜାରି କରିଛନ୍ତି।...

ଶାମିଙ୍କୁ କାହିଁକି ଟି୨୦ ଦଳରେ ଚୟନ କରାଯାଉନାହିଁ? ପ୍ରଶ୍ନ ଉଠାଇ ବର୍ଷିଲେ…

ନୂଆଦିଲ୍ଲୀ,୩୧।୮: ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ମଦନ ଲାଲ ଏସିଆ କପ୍‌ରେ ମହମ୍ମଦ ଶାମିଙ୍କ ଚୟନ କରା ନ ଯିବାକୁ ନେଇ ପ୍ରଶ୍ନ...

ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ନିଷ୍ପତ୍ତି

ମୋହାଲି,୧୩।୪: ମୋହାଲି ପଞ୍ଜାବ କ୍ରିକେଟ ଆସୋସିଏଶନ ଆଇ.ଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍‌ର ୧୮ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌...

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ...

ଚେନ୍ନାଇକୁ ବଡ ଝଟ୍‌କା

ଦୁବାଇ,୨୧।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର...

Advertisement
Archives

Model This Week