Posted inଖେଳ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଆରମ୍ଭ: ଭାରତର ବିଜୟ ଅଭିଯାନ

କଟକ ଅଫିସ,୧୮ା୭-  ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତା ବୁଧବାର ଉଦ୍‌ଘାଟିତ ହୋଇଛି । ପ୍ରଥମ ଦିବସରେ ଅନୁଷ୍ଠିତ ଦଳଗତ ଇଭେଣ୍ଟର ପ୍ରଥମ ଦୁଇଟି ଯାକ ରାଉଣ୍ଡ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ । ଏଥି ସହ ଭାରତ ଦ୍ୱିତୀୟ ରାଉଣ୍ଡ ତଥା ସୁପର ଏଇଟ୍‌ରେ ପ୍ରବେଶ କରିଛି । ପ୍ରତ୍ୟେକ ରାଉଣ୍ଡରେ ଭାରତୀୟ ଖେଳାଳିମାନେ ବିଜୟ ହାସଲ କରିଥିବା ବେଳେ ମାତ୍ର ୨ଟି ଗେମରେ ଭାରତୀୟ ଖେଳାଳି ପରାଜୟର ସମ୍ମୁଖୀନ ହୋଇଛନ୍ତି । ସିଙ୍ଗାପୁର ବିପକ୍ଷରେ ଶରଥ କମଲ ଓ ଶ୍ରୀଲଙ୍କା ବିପକ୍ଷରେ ଆହିକା ମୁଖାର୍ଜୀ ଗୋଟିଏ ଗୋଟିଏ ଗେମରେ ହାରିଥିଲେ । ଗ୍ରୁପ-ବିରେ ସ୍ଥାନ ପାଇଥିବା ଭାରତୀୟ ପୁରୁଷ ଦଳର ପ୍ରଥମ ମୁକାବିଲା ହୋଇଥିଲା ସ୍କଟଲାଣ୍ଡ ବିପକ୍ଷରେ । ସ୍କଟଲ୍ୟାଣ୍ଡକୁ ୩-୦ ସେଟରେ ଭାରତ ହରାଇଥିଲା । ଜି ସାଥିୟଁା, ଅଚନ୍ତ ଶରଥ କମଲ, ହରମିତ ଦେଶାଇ ଭାରତ ପକ୍ଷରୁ ଏହି ରାଉଣ୍ଡରେ ପ୍ରତିନିଧିତ୍ୱ କରୁଥିଲେ । ଦ୍ୱିତୀୟ ରାଉଣ୍ଡରେ ଏହି ୩ ଖେଳାଳିଙ୍କୁ ନେଇ ଭାରତ ୩-୦ ସେଟରେ ଶକ୍ତିଶାଳୀ ସିଙ୍ଗାପୁରକୁ ପରାସ୍ତ କରିଥିଲା । ପୁରୁଷ ବିଭାଗରେ ଇଂଲଣ୍ଡ ଉଭୟ ସାଇପ୍ରସ ଓ ଶ୍ରୀଲଙ୍କାକୁ ୩-୦ ସେଟରେ, ଅଷ୍ଟ୍ରେଲିଆ ୱେଲସ ଓ ଦକ୍ଷିଣଆଫ୍ରିକାକୁ ୩-୦ ସେଟରେ, ନାଇଜେରିଆ ୩-୦ ସେଟରେ ବାଲାଂଦେଶକୁ ପରାସ୍ତ କରିଥିବା ଜଣାପଡ଼ିଛି । ସେହିପରି ଭାରତୀୟ ମହିଳା ଖେଳାଳିମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ରାଉଣ୍ଡରେ ଦଳ ଶ୍ରୀଲଙ୍କାକୁ ୩-୦ ସେଟରେ ହରାଇଥିଲା । ମନିକା ବାତ୍ରା, ଅର୍ଚ୍ଚନା କାମଥ ଓ ଆହିକା ମୁଖାର୍ଜୀ ଏହି ରାଉଣ୍ଡରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଥିଲେ । ଦ୍ୱିତୀୟ ରାଉଣ୍ଡରେ ଭାରତ ୩-୦ ସେଟରେ ଦକ୍ଷିଣଆଫ୍ରିକାକୁ ହରାଇଛି । ଅର୍ଚ୍ଚନା କାମଥ, ମାଧୁରିକା ପାଟେକର ଓ ସୁତୀର୍ଥ ମୁଖାର୍ଜୀ ଏହି ରାଉଣ୍ଡରେ ଭାଗ ନେଇଥିଲେ । ମହିଳା ବିଭାଗରେ ସିଙ୍ଗାପୁର ଦଳ ୩-୦ ସେଟରେ ସ୍କଟଲ୍ୟାଣ୍ଡ ଓ ୱେଲସକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଥମ ରାଉଣ୍ଡରେ ୩-୦ ସେଟରେ ସାଇପ୍ରସକୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମାଲେସିଆ ଠାରୁ ୩-୧ ସେଟରେ ହାରିଥିଲା । ନାଇଜେରିଆ ମଧ୍ୟ ପ୍ରଥମ ରାଉଣ୍ଡରେ ବାଲାଂଦେଶକୁ ୩-୦ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ଇଂଲଣ୍ଡ ଠାରୁ ୩-୧ ସେଟରେ ପରାସ୍ତ ହୋଇଛି।

ମିଳିଲା ସ୍ବୀକୃତି: ଆସିବେ ଉଗାଣ୍ଡା, ଗାୟନା
ସରକାରୀ ସ୍ବୀକୃତି ମିଳି ପାରୁ ନ ଥିବାରୁ ଉଗାଣ୍ଡା ଓ ଗାୟନା ଏହି ବିଗ ଗେମରେ ଭାଗ ନେଇ ପାରୁ ନାହାନ୍ତି ବୋଲି ଭାରତୀୟ ଟିଟି ଫେଡେରେଶନ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଏବେ ଏହି ଦୁଇ ଦଳ ଖୁବଶ୍ରୀଘ ଭାରତ ଆସିବେ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି । ଦଳଗତ ଇଭେଣ୍ଟରେ ଉଭୟ ଦଳ ଅନୁପସ୍ଥିତ ରହିଥିବା ବେଳେ ସିଙ୍ଗିଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ଏମାନେ ଯୋଗ ଦେବେ । ଉଗାଣ୍ଡାର ୫ଜଣିଆ ଓ ଗାୟନାର ୩ଜଣିଆ ଦଳ ଅଳ୍ପ ଦିନ ମଧ୍ୟରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ସୂଚନା ଥାଉକି, ଆସନ୍ତା ୨୦ ତାରିଖରୁ ସିଙ୍ଗିଲ୍ସ, ଡବଲ୍ସ ଓ ମିକ୍ସଡ ଡବଲ୍ସ ଇଭେଣ୍ଟରେ ମୁକାବିଲା ହେବ । ପ୍ରତିଯୋଗିତାରେ ଦଳ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?