Posted inଖେଳ

ରାଜ୍ୟଗୋଷ୍ଠୀ ଟିଟି: ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ

କଟକ ଅଫିସ,୧୨ା୭-ଆସନ୍ତା ୧୭ରୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ହେବାକୁ ଥିବା ଟେବୁଲ ଟେନିସ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ପାଇଁ ଅନଲାଇନ ଟିକେଟ ବିକ୍ରି ଗୁରୁବାର ମଧ୍ୟାହ୍ନରୁ ଆରମ୍ଭ ହୋଇଛି । www.paytm.com, www.insider.in ୱେବସାଇଟରେ ଟିକେଟ ବିକ୍ରି ଚାଲିଛି । ୫୦, ୧୦୦, ୨୦୦ ଓ ୪୦୦ ଟଙ୍କାର ଟିକେଟ ବିକ୍ରି କରାଯାଉଛି । ଧାର୍ଯ୍ୟ ୫୦ ଓ ୧୦୦ ମୂଲ୍ୟର ଟିକେଟ ଗୁଡ଼ିକ ଗୋଟିଏ ଦିନ ନିମନ୍ତେ ସମୟସୀମା ରହିଥିବା ବେଳେ ୨୦୦ ଓ ୪୦୦ ଟଙ୍କା ବିଶିଷ୍ଟ ଟିକେଟ ଦ୍ୱାରା ସମ୍ପୂର୍ଣ୍ଣ ଟୁର୍ନାମେଣ୍ଟ ଦେଖିବାର ସୁଯୋଗ ପାଇ ପାରିବେ ଦର୍ଶକ । ୧୫ ତାରିଖରୁ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମ ପରିସରରେ ବକ୍ସ ଅଫିସ ଖୋଲାଯାଇ ଟିକେଟର ହାର୍ଡକପି ପ୍ରଦାନ କରାଯିବ । ମୋଟ ୫ହଜାର ଟିକେଟ ଅନଲାଇନରେ ଉପଲବ୍ଧ ଅଛି ବୋଲି ରାଜ୍ୟ ସଂଘ ସମ୍ପାଦକ ରବୀନ୍ଦ୍ର କୁମାର ପରିଡ଼ା ସୂଚନା ଦେଇଛନ୍ତି । ଛାତ୍ରୀଛାତ୍ରଙ୍କ ନିମନ୍ତେ କିଛି କମ୍ପ୍ଲିମେଣ୍ଟାରୀ ଟିକେଟର ବ୍ୟବସ୍ଥା ମଧ୍ୟ ହେବ ବୋଲି ଜଣାପଡ଼ିଛି । ରାଜ୍ୟ କ୍ରୀଡ଼ା ଓ ଯୁବ ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, ଏହା ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅଳ୍ପ ଦିନ ବାକି । ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ଅଧିକରୁ ଅଧିକ ଦର୍ଶକ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ ବୋଲି ଆଶା ରହିଛି । ରାଜ୍ୟ କ୍ରୀଡ଼ା ବିଭାଗର କମିଶନର ତଥା ସଚିବ ବିଶାଲ କୁମାର ଦେବ କହିଛନ୍ତି, ଅନଲାଇନରେ ଟିକେଟ ବୁକ କରିବା ସହଜ ପ୍ରକ୍ରିୟା ଅଛି । ଲୋକମାନେ ଏହି ଗେମକୁ ଉପଭୋଗ କରିବାକୁ ଅଧିକ ମାତ୍ରାରେ ଆସନ୍ତୁ ବୋଲି ସେ ନିବେଦନ କରିଛନ୍ତି । ପ୍ରତିଯୋଗିତାରେ ୧୬ଟି ଦେଶ ଭାଗ ନେବା ସ୍ପଷ୍ଟ ହୋଇଛି । ଅଷ୍ଟ୍ରେଲିଆ, ବାଲାଂଦେଶ, ସାଇପ୍ରସ, ଇଂଲଣ୍ଡ, ଘାନା, ଗୁଏନା, ଭାରତ, ମାଲେସିଆ, ନାଇଜେରିଆ, ପାକିସ୍ତାନ, ସ୍କଟଲ୍ୟାଣ୍ଡ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଉଗାଣ୍ଡା, ୱେଲସ୍‌ ଓଡ଼ିଶା ଆସୁଛନ୍ତି । ଜର୍ସି ଦଳ ଭିଜା ସମସ୍ୟା ଯୋଗୁଁ ଆସି ପାରୁ ନ ଥିବା ଜଣାପଡ଼ିଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏନଡିିଟିଏଲ୍‌ ଉପରୁ ସସ୍‌ପେଣ୍ଡ ପ୍ରତ୍ୟାହାର ଉଦ୍ୟମ ଚାଲିଛି: କ୍ରୀଡ଼ା ମନ୍ତ୍ରୀ

ନୂଆଦିଲ୍ଲୀ, ୨୭ା୮ (ପି.ଟି.)-ନ୍ୟାଶନାଲ ଡୋପ୍‌ ଟେଷ୍ଟିଂ ଲାବରୋଟୋରିରୁ ଆସନ୍ତା ଦୁଇ ମାସ ମଧ୍ୟରେ ସସ୍‌ପେଣ୍ଡ ଆଦେଶ ପ୍ରତ୍ୟାହାର ଉଦ୍ୟମ ହେଉଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କରିନ...

ଅଧିନାୟକ ଭାବେ ଏସିଆରେ ପ୍ରଥମ ମ୍ୟାଚ୍‌ ହାରିଲେ ଜୋ’ ରୁଟ

ଚେନ୍ନାଇ,୧୭।୨: ଜୋ ରୁଟଙ୍କ ନେତୃତ୍ୱରେ ଇଂଲଣ୍ଡ ଦଳ ଦ୍ୱିତୀୟ ଟେଷ୍ଟରେ ‌୩୧୭ ରନରେ ହାରିଛି। ଅଧିନାୟକ ଭାବରେ ଏସିଆରେ ରୁଟ୍‌ଙ୍କ ଏହା ହେଉଛି ପ୍ରଥମ ପରାଜୟ।...

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅଶ୍ୱିନ

କାନପୁର,୨୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟର ଶେଷ ଦିନରେ ଟମ ଲାଥାମଙ୍କ ଉଇକେଟ ନେବା ପରେ ଆର ଅଶ୍ୱିନ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ।...

ଅଲିମ୍ପିକ ପ୍ରସ୍ତୁତି ପାଇଁ ବିସିସିଆଇ ଦେବ ୧୦ କୋଟି

ନୂଆଦିଲ୍ଲୀ, ୨୧ା୬(ପି.ଟି.)-ଅଲିମ୍ପିକ୍ସରେ ଭାଗନେବାକୁ ଥିବା ଭାରତୀୟ ଆଥ୍‌ଲେଟମାନଙ୍କ ଟ୍ରେନିଂ ଓ ପ୍ରସ୍ତୁତି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୦ କୋଟି ଟଙ୍କା ସହାୟତା...

୧ ନଂ. ଶୁଟିଂ ଦେଶ ଭାବେ ୨୦୧୯ ଶେଷ କଲା ଭାରତ

ନୂଆଦିଲ୍ଲୀ,୧୨।୧(ପି.ଟି.)- ୨୦୧୯ରେ ଭାରତ ଶୁଟିଂରେ ଜବରଦସ୍ତ ପ୍ରଦର୍ଶନ କରିଛ। ଫଳରେ ବିଶ୍ୱର ୧ ନମ୍ବର ଶୁଟିଂ ଦେଶ ଭାବେ ଭାରତ ୨୦୧୯ ବର୍ଷ ଶେଷ କରିଛି।...

ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ସପକ୍ଷରେ ଡିଜିଟାଲ ପ୍ରଚାର

ଭୁବନେଶ୍ୱର, ୬ା୧୨ (ସ୍ପୋଟର୍‌ସ ବ୍ୟୁରୋ)-ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ ଦାବି ସପକ୍ଷରେ ଅଧିକରୁ ଅଧିକ ସଂଖ୍ୟାରେ ଜନମତ ସଂଗ୍ରହ ପାଇଁ ଓହୁ...

ନୂଆ ରୂପ ନେବ ରାଉରକେଲା

ଭୁବନେଶ୍ୱର,୧୬।୧୨- ହକି ବିଶ୍ୱକପ୍‌  ପୁଣି ଥରେ ଓଡ଼ିଶାରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ସହ ରାଉରକେଲାରେ କେତେକ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ। ଏଥିନେଇ ନୂଆ ରୂପରେ ସଜେଇ...

୨୧ ମାସ ପରେ ଡାଇଭ୍‌ ମାରିଲେ ଧୋନୀ

ନୂଆଦିଲ୍ଲୀ,୨୦।୪ : ରାଜସ୍ଥାନ ରୟାଲ୍ସ ବିପକ୍ଷ ଆଇପିଏଲ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରନ୍‌ଆଉଟ୍‌ରୁ ବର୍ତ୍ତିବା ପାଇଁ ଫୁଲ୍‌...

Advertisement
Archives

Model This Week