ରାଜୀବଙ୍କୁ ନୂଆ ପରିଚୟ ଦେଇଛି ଛତୁଚାଷ

ଜଗତ୍‌ସିଂହପୁର ଅଫିସ୍‌, ୨୮।୨: ବିଫଳତା ହିଁ ସଫଳତାର ମାପକାଠି। ଏହା ୩୫ ବର୍ଷର ରାଜୀବ ରଥଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇଛି। ତିର୍ତ୍ତୋଲ ଥାନା ଗୋପାଳପୁର ପଞ୍ଚାୟତ ଅଧୀନ ପୁଟିଙ୍ଗର ରାଜୀବ ଯୁକ୍ତ ୨ ପାଠ ପଢ଼ା ପରେ ପରିବାରର ଆର୍ଥିକ ସ୍ଥିତି ଅତି ଦୁର୍ବଳ ଯୋଗୁ ଜୀବିକା ନିର୍ବାହ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ରାଜଧାନୀରେ ଭଡ଼ା ଘରେ ରହି ଛତୁ ଚାଷ ଆରମ୍ଭ କରି ବିଫଳ ହେଲେ। ଦିନ ଥିଲା, ବେଳାଏ ଖାଇଲେ ବେଳାଏ ଉପବାସ ରହି ଦିନ କାଟିବାକୁ ପଡୁଥିଲା ରାଜୀବଙ୍କୁ। ଏହାସତ୍ତ୍ବେ ବି ତାଙ୍କ ମନୋବଳ ଭାଙ୍ଗି ନ ଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ (ଓୟୁଏଟି)ରେ ଛତୁଚାଷ ଉପରେ ତାଲିମ ନେବା ପରେ ଭୁବନେଶ୍ୱର ୟୁନିଟ୍‌-୮ସ୍ଥିତ ଅନ୍ୟ ଏକ ଭଡ଼ା ଜାଗାରେ ଛତୁଚାଷ ଆରମ୍ଭ କରିଥିଲେ। ତଥାପି ବିଫଳ ହେବାରୁ ବାଧ୍ୟ ହୋଇ ଗାଁକୁ ଚାଲି ଆସିଥିଲେ। କିନ୍ତୁ ତା’ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି। ଯଦିଓ ବହୁ କଷ୍ଟ ସହିବାକୁ ପଡିଛି ତଥାପି ଛତୁଚାଷରୁ ମୁହଁ ନ ଏଡ଼ାଇ ଅବିଶ୍ରାନ୍ତ ପରିଶ୍ରମ କରି ଆଜି ଜିଲାର ଜଣେ ସଫଳ ଚାଷୀ ଭାବେ ସମ୍ମାନିତ ହୋଇଛନ୍ତି। ଜିଲାର ସଫଳ ଉଦ୍ୟାନ ଚାଷୀ ଭାବେ ଗତ ସାଧାରଣତନ୍ତ୍ର ଦିବସରେ ସେ ବିଭାଗୀୟ ମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଥିଲେ। ଏବେ ଜଗତ୍‌ସିଂହପୁର, କଟକ ଓ କେନ୍ଦ୍ରାପଡ଼ା ଜିଲାର ୨୦୦ରୁ ଅଧିକ ଛତୁଚାଷୀ ତାଙ୍କଠାରୁ ବିହନ କ୍ରୟ କରୁଥିବା ବେଳେ ସେ ପ୍ରତ୍ୟହ ୨-୩ କୁଇଣ୍ଟାଲ ଛତୁ ଉତ୍ପାଦନ କରି ବ୍ୟବସାୟ କରିବାକୁ ସମର୍ଥ ହୋଇଛନ୍ତି। ପାଖାପାଖି ୧ ଏକର ଜମିରେ ସେ ଛତୁଚାଷ କରିଥିବା ବେଳେ ଏହାଦ୍ୱାରା ୬ଟି ପରିବାର ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
ଏ ସମ୍ପର୍କରେ ରାଜୀବ କୁହନ୍ତି, ୨୦୦୨ରେ ତାଙ୍କର ଯୁକ୍ତ ୨ ପରୀକ୍ଷା ସରିଥାଏ। ସେହି ସମୟରେ ତାଙ୍କ କକେଇଙ୍କର ଜଣେ ବନ୍ଧୁ ଛତୁଚାଷ କରି କୌଣସି କାରଣରୁ ବନ୍ଦ କରିଦେବାରୁ ସେହି ସ୍ଥାନରେ ତାଙ୍କୁ ଚାଷ କରିବାକୁ ସୁଯୋଗ ମିଳିଥିଲା। କିନ୍ତୁ ସେଠାରେ ସେ ବିଫଳ ହୋଇଥିଲେ। ପରିବାରର ଆର୍ଥିକ ସ୍ଥିତି ବହୁତ ଖରାପ ଥିବାରୁ ଅନେକ ସମୟରେ ତାଙ୍କୁ ଉପବାସ ରହିବାକୁ ପଡୁଥିଲା। ତା’ପରେ ଓୟୁଏଟିରେ ଛତୁଚାଷ ଓ ମଞ୍ଜି ଉତ୍ପାଦନ ଉପରେ ତାଲିମ ନେଇ ୟୁନିଟ୍‌-୮ରେ ଅନ୍ୟ ଏକ ଭଡା ଜମିରେ ଛାତୁଚାଷ କରିଥିଲେ। ସେଠାରେ ବିଫଳ ହେବାରୁ ଗାଁକୁ ଚାଲିଯାଇଥିଲେ। ଗାଁରେ ୨୦୦୪ରେ ଛତୁଚାଷ ଆରମ୍ଭ କରିଥିଲେ। ଦିନକୁ ୧୦ଟି ବେଡ୍‌ ଚାଷ କରୁଥିଲେ। ଏହି ବିହନ ନିଜେ ପ୍ରସ୍ତୁତ କରୁଥିବାରୁ ତାଙ୍କୁ ବିଶେଷ ସମସ୍ୟା ହେଉ ନ ଥିଲା। ତେବେ ଯାହା ଉତ୍ପାଦନ ହେଉଥିଲା ତାହା ସାଇକେଲରେ ଧରି ଜଗତ୍‌ସିଂହପୁର ସହର ଯାଉଥିଲେ। ଯେହେତୁ ସେତେବେଳେ ଜଗତ୍‌ସିଂହପୁରରେ ଛତୁ ବ୍ୟବସାୟର ଚାହିଦା ନ ଥିଲା ତେଣୁ ଯାହା ବଳୁଥିଲା ଗାଁଗାଁରେ ବୁଲି ବିକ୍ରି କରୁଥିଲେ। ସେଥିରୁ ୪୦ରୁ ୫୦ ଟଙ୍କା ଲାଭ ବାହାରୁଥିଲା। ପରିବାର ଲୋକେ ପୂର୍ଣ୍ଣ ସହଯୋଗ କରୁଥିବାରୁ ୨୦୦୬ରେ ଚାଷ ବଢାଇବା ପାଇଁ ଉଦ୍ୟମ କରିଥିଲେ। ଏବେ ପାଖାପାଖି ୧ ଏକର ଜମିରେ ଛତୁଚାଷ ଓ ବିହନ ଉତ୍ପାଦନ ହେଉଛି। ୨ଟି ଛାୟାଗୃହ କରିଛନ୍ତି। ଜିଲା ଉଦ୍ୟାନ ବିଭାଗ ସହାୟତାରେ ଛତୁ ବିହନ କରିବା ପାଇଁ ୟୁନିଟ୍‌ ଯୋଗାଯାଇଛି। ବର୍ତ୍ତମାନ ରାଜୀବ ପ୍ରତ୍ୟହ ୭୦୦ରୁ ୧,୦୦୦ ବୋତଲ ଛତୁ ବିହନ ଉତ୍ପାଦନ କରୁଛନ୍ତି। ସେହିପରି ପ୍ରତ୍ୟହ ୩୦ରୁ ୩୫ ବେଡ୍‌ ଛତୁ ଉତ୍ପାଦନ କରୁଛନ୍ତି ବୋଲି ରାଜୀବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇଟି ଦେଶ ଦେଇ ଗତି କରିବ ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ଶୋଭାଯାତ୍ରା; ତାଙ୍କୁ କେଉଁଠାରେ କବର ଦିଆଯିବ ଜାଣନ୍ତୁ

ତେହରାନ,୨।୭: ଇରାନର ଦିବଂଗତ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ପାଇଁ ରାଜ୍ୟସ୍ତରୀୟ ଅନ୍ତିମ ସଂସ୍କାର ଜୁଲାଇ ୪ ରେ ଆରମ୍ଭ ହେବ ଏବଂ ତାଙ୍କୁ ୯…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

ପ୍ୟାଣ୍ଟ କାଢି…ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବିସ୍ଫୋରକ ମନ୍ତବ୍ୟ ଦେଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨।୭: ପୂର୍ବତନ ଭାରତୀୟ କ୍ରିକେଟର ରବି ଶାସ୍ତ୍ରୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ୧୫ ବର୍ଷୀୟ ବ୍ୟାଟସମ୍ୟାନ ବୈଭବଙ୍କୁ ଆୟରଲାଣ୍ଡ ଗସ୍ତରେ ଡେବ୍ୟୁ…

ଆନ୍ଦୋଳନରେ ଡାକ୍ତର, ହଇରାଣ ହେଉଛନ୍ତି ଗରିବ ରୋଗୀ

ପଦ୍ମପୁର,୨ା୭(ପ୍ରଦୀପ୍ତ ଦାଶ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

‘ଅଦୃଶ୍ୟ ସହ ବିପଜ୍ଜନକ’: ଆଇନଗତ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା(AI)ର ବ୍ୟବହାର ବିରୁଦ୍ଧରେ ଚେତାବନୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୭: ନ୍ୟାୟିକ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ସମ୍ପର୍କରେ ସୁପ୍ରିମକୋର୍ଟ ଗମ୍ଭୀର ଚିନ୍ତା ପ୍ରକାଶ କରିଛନ୍ତି। ନ୍ୟାୟାଳୟ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (NCLT) ଏବଂ…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri