ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛୁକ ପ୍ରସଙ୍ଗରେ ଅକ୍ଷୟଙ୍କ ପ୍ରତିକ୍ରିୟା: ମୁଁ ଖୁସିରେ ରହିବାକୁ ଚାହେଁ

ବମ୍ବେ: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତକାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର। କେହି କେହି ସେ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି କହିଆସୁଥିଲେ। ହେଲେ ସେ ରାଜନୀତିରେ କେବେ ବି ପ୍ରବେଶ କରିବାକୁ ଇଚ୍ଛା ରଖି ନାହାନ୍ତି। କାରଣ ସେ ଖୁସିରେ ରହିବାକୁ ଚାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି।

ଅକ୍ଷୟଙ୍କ କହିବା କଥା ହେଲା ପ୍ରତ୍ୟେକ ମଣିଷ କୌଣସି ନା କୌଣସି କ୍ଷେତ୍ରରେ ଦେଶ ପାଇଁ କିଛି କରିବାକୁ ଇଚ୍ଛା ରଖିଥାଏ। ସେ ଫିଲ୍ମ ମାଧ୍ୟମରେ ଲୋକମାନଙ୍କୁ ଅନେକ କଥା କହିପାରନ୍ତି। ହେଲେ ପଲିଟିକ୍ସ ତାଙ୍କ କାମ ନୁହେଁ। ସେ ଫିଲ୍ମ କରି ଖୁସିରେ ଅଛନ୍ତି।

ସେହିଭଳି ରାଷ୍ଟ୍ରବାଦ ଉପରେ ମତ ରଖିଛନ୍ତି ଖିଲାଡ଼ି କିଙ୍ଗ୍‌। ସମସ୍ତେ କୁହନ୍ତି ସରକାର ଏଇଟା କରିନାହିଁ। ସରକାର ସେଇଟା କରିନାହିଁ। ହେଲେ ଯିଏ ବି ସରକାରରେ ଆସୁ, ତାଙ୍କୁ ସୁଯୋଗ ମିଳିବା ଦରକାର। ଅଧିନାୟକ ଯିଏ ବି ହେଉ, ସେ ଦେଖାଉଥିବା ପଥରେ ଚାଲିବା ଉଚିତ। ଦେଶ ତୁମକୁ କ’ଣ ଦେଇଛି ତାହା ନ ଭାବି ଦେଶକୁ ତୁମେ କ’ଣ ଦେଇଛି ତାହା ଭାବିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜାଙ୍କ ସହ ରୋମାନ୍ସ କରିବେ ସଲମାନ

ବଲିଉଡ୍‌ର ଭାଇଜାନ ସଲମାନ ଖାନ ଦର୍ଶକଙ୍କୁ ପୁଣି ଏକ ନୂଆ ଫିଲ୍ମ ଭେଟି ଦେବାକୁ ଯାଉଛନ୍ତି। ନିଜ ଆଗାମୀ ସିନେମା ‘କଭୀ ଇଦ କଭୀ ଦିୱାଲି’ର...

ସଫଳତା ପୂର୍ବରୁ ଟ୍ରେନ୍‌ରେ ଗୀତ ଗାଉଥିଲେ ଆୟୁଷ୍ମାନ୍‌

ମୁମ୍ବାଇ: ବି-ଟାଉନର ସବୁଠାରୁ ଲୋକପ୍ରିୟ ଅଭିନେତାମାନଙ୍କ ମଧ୍ୟରୁ ଆୟୁଷ୍ମାନ୍‌ ଖୁରାନା ଅନ୍ୟତମ। ସେ ଯେଉଁ ଗୀତ ଗାଆନ୍ତି ଏବଂ ଯେଉଁ ଫିଲ୍ମରେ ଅଭିନୟ କରନ୍ତି ସବୁ...

ଲକ୍‌ଡାଉନ୍‌ ସମୟରେ ଘରେ ରୁଟି ତିଆରି କରୁଛନ୍ତି ହିମାଂଶୀ

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ବ୍ୟାପିବାରୁ ରୋକିବା ପାଇଁ କେନ୍ଦ୍ର ସରକାର ୨୧ ଦିନ ଯାଏଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଥିଯୋଗୁ...

ମୁମ୍ବାଇରେ ସମ୍ପନ୍ନ ହେବ ସୁଶାନ୍ତଙ୍କ ଶେଷକୃତ୍ୟ

ମୁମ୍ବାଇ,୧୫।୬: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ବିୟୋଗ ତାଙ୍କ ପ୍ରଶଂସକ ତଥା ସିନେ ପ୍ରେମୀଙ୍କ ମନରେ ଗଭୀର ଆଘାତ ସୃଷ୍ଟି କରିଛି। ମୁମ୍ବାଇର...

ନିଜଠୁ ୧୨ ବର୍ଷ ସାନଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଉଭୟ ଅଲଗା

କୁହାଯାଏ ଯେ, ପ୍ରେମ ବୟସ କିମ୍ବା ରୂପ ଦେଖେ ନାହିଁ । ଧର୍ମର ହେଉ କିମ୍ବା ବୟସର ବ୍ୟବଧାନ, ପ୍ରେମ ଏସବୁର ଶୀର୍ଷରେ। ବଲିଉଡର ସେଲିବ୍ରିଟିଙ୍କ...

ହୋଟେଲରେ ଗୋଟେ ପରେ ଗୋଟେ ପ୍ଲେଟ ଭାଙ୍ଗିଲେ ସଲମାନ୍‌ଙ୍କ ଭଉଣୀ: ଲୋକେ କହିଲେ ଏପରି…

ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଶର୍ମା ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ଛୁଟି ଦିନର କିଛି ଫଟୋ ଏବଂ ଭିଡିଓ...

ରାଗିଲେ ରିଷି

ମୁମ୍ବାଇ: ବଲିଉଡ୍‌ ଅଭିନେତା ରିଷି କପୁର ଏବେ ନ୍ୟୁୟର୍କରେ ଟ୍ରିଟମେଣ୍ଟରେ ଥିବା ବେଳେ ନିକଟରେ ତାଙ୍କ ଅଭିନୀତ ଏକ ଫିଲ୍ମ ‘ଝୁଠା କହିଁକା’ ଆସନ୍ତା ସପ୍ତାହରେ...

ସାରାଙ୍କୁ ଛାଡି ଏହି ଅଭିନେତ୍ରୀଙ୍କ ସହ ଡେଟ୍‌ରେ ଗଲେ କାର୍ତ୍ତିକ, ୟୁଜର୍ସ କହିଲେ ଧୋକାବାଜ୍‌

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟାନ୍‌ ଏବଂ ସୈଫ୍‌ ତନୟା ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସମ୍ପର୍କ କାହାକୁ ଅଛପା ନାହିଁ। ଉଭୟଙ୍କୁ ବିଭିନ୍ନ ସ୍ଥାନରେ ଏକାଠି...

Play 250+ Trending Games
Archives

Model This Week

Why Dharitri