ରାଜଧାନୀରେ ନବ ବିବାହିତ ଦମ୍ପତିଙ୍କ ଆତ୍ମହତ୍ୟା: ହକର୍‌ ଥିଲେ ଯୁବକ

ଭୁବନେଶ୍ୱର,୨୯।୫(ବ୍ୟୁରୋ): ରାଜଧାନୀ ଶ୍ରୀ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ୱର କୁମ୍ଭାର ସାହିରେ ରହୁଥିବା ଜନୈକ ହକର ଏବଂ ତାଙ୍କ ସ୍ତ୍ରୀ ଶୁକ୍ରବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଯୁବକ ହେଲେ ରାକେଶ ରାଉତ(୨୫) ଓରଫ ବାପି। ବାପି ଓଲ୍ଡ ଟାଉନ୍‌ ପେପର ପଏଣ୍ଟରୁ ପେପର ନେଇ ହକରିଂ କରିଥାନ୍ତି। ସେ ଗତ ଫେବୃୟାରୀ ମାସରେ ଅର୍ଥାତ ଲକ୍‌ଡାଉନ୍‌ ପୂର୍ବରୁ ବିବାହ କରିଥିଲେ। ଗୁରୁବାର ସନ୍ଧ୍ୟାରେ ଉଭୟ ସ୍ତ୍ରୀସ୍ବାମୀ ଶ୍ରୀ ଲିଙ୍ଗରାଜଙ୍କ ବିବାହ ଦେଖିବାକୁ ଯାଇଥିଲେ। ସେଠାରୁ ଫେରି ଖାଇପିଇ ଶୋଇ ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଶୁକ୍ରବାର ସକାଳୁ କବାଟ ନ ଫିଟାଇବାରୁ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ରାକେଶ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲା। ସ୍ତ୍ରୀ ବିଷ ପିଇ ତଳେ ପଡ଼ିଥିବା ଦେଖିଥିଲା। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ପାରିବାରିକ କଳହରୁ ଏପରି ଅଭାବନୀୟ ଘଟଣା ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପୋଲିସ କ୍ୟାପିଟାଲ ହସ୍ପିଟାଲ ପଟାଇଛି। ଏଥିସହ ଘଟଣାରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ୧୨୯୭ କରୋନା ଆକ୍ରାନ୍ତ: ଖୋର୍ଦ୍ଧା ଜିଲାରୁ ସର୍ବାଧିକ ସୁସ୍ଥ

ଭୁବନେଶ୍ୱର,୧୬ା୧୧(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୨୯୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୨ ଆକ୍ରାନ୍ତ ସୁସ୍ଥ ମୟୂରଭଞ୍ଜ ଜିଲାରୁ ୧୩୩, କଟକ ଜିଲାରୁ...

ଇଡ୍‌କୋ ଉଦ୍ୟୋଗ ସଂଶୋଧନ ଯୋଜନାର ସମୀକ୍ଷା କଲେ ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ):ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସୋମବାର ପୂର୍ବାହ୍ନରେ ଇଡ୍‌କୋଠାରେ ଉଦ୍ୟୋଗ ସଂଶୋଧନ ଯୋଜନା(ଏଣ୍ଟରପ୍ରାଇଜ୍‌ ରିସୋର୍ସ ପ୍ଲାନିଂ)ର ସମୀକ୍ଷା କରିଛନ୍ତି । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା(ଇଡ୍‌କୋ) ଦ୍ବାରା...

ଆସନ୍ତା ୧୨ରେ ଓଡ଼ିଶା ଆସିବେ ଶାହ

ଭୁବନେଶ୍ୱର,୨।୨(ବ୍ୟୁରୋ): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତା ୧୨ ତାରିଖରେ ଓଡ଼ିଶା ଆସିବେ। ଏହି ଗସ୍ତ ସମୟରେ ସେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଆଇନଶୃଙ୍ଖଳା ଉପରେ ସମୀକ୍ଷା...

ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ସର୍ବେକ୍ଷଣ ଆରମ୍ଭ

ଭୁବନେଶ୍ୱର,୭।୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ଆରମ୍ଭ ହୋଇଛି ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ସର୍ବେକ୍ଷଣ। କେଉଁ ସହରରେ ଲୋକେ ରହିବାକୁ ଅଧିକ ପସନ୍ଦ କରୁଛନ୍ତି। ସୁରକ୍ଷାଠାରୁ...

ବଜେଟ ଅଧିବେଶନ ଲାଗି ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର,୧୫ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ୨୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଷୋଡ଼ଶ ବିଧାନସଭାର ୬ଦିନିଆ ଅଧିବେଶନ କିପରି ସୁଚାରୁ ରୂପେ ସବୁଦଳର ନେତୃବୃନ୍ଦଙ୍କ ସହଯୋଗ...

ଆଜି ଶେଷ ହେବ କୋଣାର୍କ ଉତ୍ସବ: ବିଦେଶାଗତ ବାଲୁକାଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଚନ୍ଦ୍ରଭାଗା ବେଳାଭୂମିରେ କୋଣାର୍କ ଉତ୍ସବ ଅବସରରେ ଭାଗ ନେବାକୁ ଆସିଥିବା ବିଦେଶୀ ବାଲୁକାଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ...

‘ମୁକ୍ତ, ଅବାଧ, ନିରପେକ୍ଷ ନିର୍ବାଚନ ଉପରେ ଗୁରୁତ୍ୱ ଦିଅ’

ଭୁବନେଶ୍ୱର,୧୮।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ ପରିପେକ୍ଷୀରେ ସୋମବାର ବିଭିନ୍ନ ଜିଲା ଲାଗି ନିଯୁକ୍ତ ନିର୍ବାଚନ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ଆଜି ଭୁବନେଶ୍ୱରରେ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ଆଉ ୧୦

ଭୁବନେଶ୍ୱର,୨୭ା୬(ବ୍ୟୁରୋ) : ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା...

Advertisement
Archives

Model This Week