ରାଜଧାନୀରେ ଅସହାୟ ରୋଗୀଙ୍କ ହୀନସ୍ତା: ପରିସ୍ରାନଳୀ ଧରି ୩ ବର୍ଷ ହସ୍ପିଟାଲ ବାହାରେ ବ୍ରଜବନ୍ଧୁ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ‘ମୋ ସରକାର’ରେ ସାମିଲ ହୋଇଛି ସ୍ବାସ୍ଥ୍ୟ ବିଭାଗ। ଚିକିତ୍ସା କ୍ଷେତ୍ରରେ ଅବହେଳା ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ସରକାର। ହେଲେ ଅସହାୟ ଓ ଗରିବଙ୍କ ପାଇଁ ଅଭିଯୋଗ କରିବ କିଏ? ଏ ପରିସ୍ଥିତିରେ ଜଣେ ଅସହାୟ ବୃଦ୍ଧ ୩ବର୍ଷ ହେବ କଟକ ମେଡିକାଲରୁ କ୍ୟାପିଟାଲ ହସ୍ପିଟାଲ ଧାଇଁ ଧାଇଁ ହତାଶ ହୋଇପଡିଛନ୍ତି। ପାଖରେ କେହି ନ ଥିବାରୁ ଡାକ୍ତର ଚିକିତ୍ସା କରୁ ନ ଥିବାବେଳେ କର୍ମଚାରୀ ବି ଗୁରୁତ୍ୱ ଦେଉନାହାନ୍ତି। ଫଳରେ ପରିସ୍ରାସନଳୀ ଧରି ବୃଦ୍ଧ ରୋଗୀ ଜଣକ କେତେବେଳେ ହସ୍ପିଟାଲ ବାରଣ୍ଡାରେ ତ ଆଉ କେତେେବେଳେ ଗଛମୂଳେ କୁକୁର ସହ ଦିନ ବିତାଉଛନ୍ତି।
ଗୁରୁବାର ସେ କଟକରୁ ନିରାଶରେ ଫେରି କ୍ୟାପିଟାଲ ହସ୍ପିଟାଲ ଗଛମୂଳେ ଅସହାୟ ଅବସ୍ଥାରେ ବସିଥିବାବେଳେ ଆମ ପ୍ରତିନିଧିଙ୍କ ନଜର ପଡ଼ିଥିଲା। ପଚାରି ବୁଝିବାରୁ ଯାହା ଜଣାପଡ଼ିଥିଲା, ତାହା ଥିଲା ଅତ୍ୟନ୍ତ ହୃଦୟ ବିଦାରକ ଓ ଦୁଃଖଦ। ତାଙ୍କ ନାମ ହେଲା ବ୍ରଜବନ୍ଧୁ ପଣ୍ଡା(୬୦)। ଘର କଟକ ଜିଲା ବାଙ୍କୀ ହରଡ଼ାପଲ୍ଲୀ ଗ୍ରାମରେ। ସେ ୩ବର୍ଷ ତଳେ ଶଗଡ଼ ନେଇ ଗ୍ରାମକୁ ଯାଉଥିବାବେଳେ ତଳିପେଟରେ ଶଗଡ଼ର ଏକ ଅଂଶ ପଶିଯାଇଥିଲା। ପେଟ ଫୁଲିଯାଇ ଭୀଷଣ ଯନ୍ତ୍ରଣା ହେବା ସହ ପରିସ୍ରା ବନ୍ଦ ହୋଇଯାଇଥିଲା। ସେ କ୍ୟାପିଟାଲ ହସ୍ପିଟାଲକୁ ଆସି ଡାକ୍ତରଙ୍କୁ ଦେଖାଇବା ପରେ ତାଙ୍କ ପରାମର୍ଶକ୍ରମେ କଟକ ଏସ୍‌ସିବି ମେଡିକାଲକୁ ଯାଇଥିଲେ। ସେଠାରେ ତାଙ୍କର ଅପରେଶନ ହୋଇଥିଲା। ମୂତ୍ରାଶୟରେ କାଥେଟର (ପରିସ୍ରାନଳୀ) ଲଗାଇ ଦିଆଯାଇଥିଲା। କିଛିମାସ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ପେଟ ଫୁଲିଯାଇ ଯନ୍ତ୍ରଣା ହୋଇଥିଲା। ବ୍ରଜବନ୍ଧୁ ପୁଣି କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ଡାକ୍ତର ତାଙ୍କୁ ପଚରାଉଚରା କରିବା ପରେ କଟକରେ ଅପରେଶନ ହୋଇଥିବାରୁ ସେଠାକୁ ଯିବାକୁ କହିଥିଲେ। ହେଲେ ଏସ୍‌ସିବି ମେଡିକାଲରେ ଡାକ୍ତର ପରୀକ୍ଷାନିରୀକ୍ଷା କରିବା ପରେ ଆପେ ଭଲ ହୋଇଯିବ ବୋଲି କହି କିଛି ମେଡିସିନ ଲେଖି ଦେଇଥିଲେ। ମୂତ୍ରାଶୟରେ ଲାଗିଥିବା ପାଇପ୍‌ ଯୋଗୁ ଇନ୍‌ଫେକ୍ସନ ହୋଇଥିବା କହି ତାହାକୁ ନିୟମିତ ବଦଳାଇବାକୁ କହିଥିଲେ। ସେ ଘରକୁ ଆସିଥିଲେ ମଧ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇପାରି ନ ଥିଲେ। ଏପଟେ ବ୍ରଜବନ୍ଧୁଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପାଇଁ ଆଉ ଟଙ୍କା ଖର୍ଚ୍ଚ କରିବାକୁ କେହି ଚାହିଁ ନ ଥିଲେ। ପରିସ୍ରାନଳୀ ବଦଳାଇବାକୁ ମଧ୍ୟ ତାଙ୍କ ପାଖରେ ଅର୍ଥ ନ ଥିଲା। ତେଣୁ ସେ ମାଗଣା ଚିକିତ୍ସା ଆଶାରେ ଘରୁ ଚାଲି ଆସି କ୍ୟାପିଟାଲ ହସ୍ପିଟାଲରୁ କଟକ ବଡ଼ ମେଡିକାଲ ଘୂରି ବୁଲୁଛନ୍ତି। ବାରମ୍ବାର ଡାକ୍ତରଙ୍କୁ ଭେଟି ରୋଗ ଟିକେ ଭଲ କରି ଦିଅନ୍ତୁ ବୋଲି ନେହୁରା ହେଉଛନ୍ତି। ହେଲେ ତାଙ୍କ ପାଖରେ କେହି ନ ଥିବାରୁ କୌଣସି ଡାକ୍ତର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଭଳି ସ୍ଥଳେ ବ୍ରଜବନ୍ଧୁ ଲୋକଙ୍କୁ ମାଗି ଯାହା ଟଙ୍କା ମିଳୁଛି ସେଥିରେ କିଛି ଖାଇବା ସହ ଅତ୍ୟଧିକ ଯନ୍ତ୍ରଣା ହେଲେ ପରିସ୍ରାନଳୀ କିଣି ଲଗାଉଛନ୍ତି। କ୍ୟାପିଟାଲ ହସ୍ପିଟାଲ ପରିସର ବରଗଛ ମୂଳ ତାଙ୍କର ଆଶ୍ରୟସ୍ଥଳ ପାଲଟିଛି। ବେଳେବେଳେ କଟକ ବଡ଼ ମେଡିକାଲ ଯାଇ ପୁଣି ସେଠାକୁ ଫେରି ଆସୁଛନ୍ତି। ଦୁର୍ବଳ ଶରୀରରେ ୩ଟି ବ୍ୟାଗ୍‌ର ବୋଝ ବୋହୁଛନ୍ତି। ତେବେ ଲୋକେ ବେଳେବେଳେ ଅନ୍ୟକିଛି ଭାବି ଟଙ୍କାପଇସା ଦେଉ ନ ଥିବାରୁ ଅଧିକାଂଶ ଦିନ ମଧ୍ୟ ସେ ଉପାସରେ ରହୁଥିବା ବ୍ରଜବନ୍ଧୁ କହିଛନ୍ତି।
ଏନେଇ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଅଶୋକ ପଟ୍ଟନାୟକଙ୍କୁ ଜଣାଇବାରୁ ସେ କହିଛନ୍ତି, ଏନେଇ ମୋ ନିକଟରେ କିଛି ଖବର ନାହିଁ। ମୁଁ ବ୍ୟକ୍ତିଗତଭାବେ ଉକ୍ତ ବ୍ୟକ୍ତିଙ୍କୁ ଭେଟି କ’ଣ ହୋଇଛି ପଚାରି ବୁଝିବା ପରେ ତାଙ୍କର କିଭଳି ଚିକିତ୍ସା କରାଯିବ ତାହାର ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୨୬।୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର,...

ଅମୃତ ଭାରତ ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା,୨୬ା୨(ଆଶିଷ ରଞ୍ଜନ ପଣ୍ଡା): ଅମୃତ ଭାରତ ପ୍ରକଳ୍ପ ଯୋଜନାରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ...

୨୦୨୪ ନିର୍ବାଚନ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ: ଲୋକସେବା ଭବନ ଘେରାଉ ବେଳେ ଉଠାଇନେଲା ପୋଲିସ

ଭୁବନେଶ୍ୱର,୨୬।୨: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସୋମବାର ଲୋୟର ପିଏମଜିକୁ ଯୁଦ୍ଧକ୍ଷେତ୍ରରେ ପରିଣତ କରିଛି କଂଗ୍ରେସ। ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ସରକାରଙ୍କୁ ଘେରିବା ଉଦ୍ୟମରେ...

ବରମୁଣ୍ଡା ଆମ୍ବେଡକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

ଭୁବନେଶ୍ୱର,୨୬।୨(ଅସମାପିକା ସାହୁ): ଆଗକୁ ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଡକର ବସ୍‌ ଟର୍ମିନାଲରେ ଏକ ପୋଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ...

ପୁଣି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା, ସ୍ପଷ୍ଟ କରୁନି ଶିକ୍ଷା ବିଭାଗ

କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସୋମବାର ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣା ଚର୍ଚ୍ଚାର...

ଭାଇରାଲ ହେଲା ଗଣିତ ପ୍ରଶ୍ନପତ୍ର: ଛାତ୍ରୀଛାତ୍ର କହିଲେ- ‘ହଁ ଏହି ପ୍ରଶ୍ନ ପଡିଥିଲା’, ଖଣ୍ଡନ କଲା ବୋର୍ଡ

ଭୁବନେଶ୍ୱର,୨୬।୨: ଦଶମ ପରୀକ୍ଷାରେ ପୁଣି ସାମ୍ନାକୁ ଆସିଲା ଅନିୟମିତତା। ସୋମବାର ଗଣିତ ପରୀକ୍ଷା ଥିଲା ବେଳେ ପରୀକ୍ଷା ସରିବାର ଯଥେଷ୍ଠ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା...

ଯୁକ୍ତ ୩, ପିଜି ଛାତ୍ରୀଛାତ୍ରଙ୍କୁ ମିଳିଲା ‘ନୂଆ-ଓ’ ସ୍କଲାରଶିପ୍‌

ଭୁବନେଶ୍ୱର,୨୬ା୨: ରାଜ୍ୟ ସରକାର ସୋମବାର ୩ଟି ଜିଲାର ଛାତ୍ରୀଛାତ୍ରଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ଆଜି ସମ୍ବଲପୁର, ଦେବଗଡ଼ ଏବଂ ଅନୁଗୋଳ ଜିଲାର ଯୁକ୍ତ ୩...

ଫେବୃଆରୀ ୨୮ରେ ଓଡ଼ିଶା ଆସିବେ ବିଲ୍‌ ଗେଟ୍‌ସ

ଭୁବନେଶ୍ୱର,୨୬।୨: ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍‌ ଗେଟ୍‌ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ। ଏହି ଗସ୍ତ ସମୟରେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri