ରାଜଘାଇ ପାଣି ଦୂଷିତ, ପାନୀୟଜଳ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ,୨୧ା୩(ଡି.ଏନ୍‌.ଏ.) – ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତ ଅଧୀନ ଗୋପୀନାଥପୁର ଗ୍ରାମରେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ। ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପରୁ ଦିନକୁ ମାତ୍ର ଅଧଘଣ୍ଟା ତ କେବେ ଘଣ୍ଟାଏ ଜଳ ଯୋଗାଣ ହେଉଛି। ପିଇବା ପାଣି ଅଭାବ ସାଙ୍ଗକୁ ଗ୍ରାମ ଜଳାଶୟ ରାଜଘାଇର ପାଣି ୨ମାସରୁ ଉର୍ଦ୍ଧ୍ୱ ହେବ ଅପରିସ୍କାର ହୋଇଛି। ଫଳରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଲୋକେ ହୀନସ୍ତା ହେଉଛନ୍ତି। ଏନେଇ ବିଭିନ୍ନ ସମୟରେ ଗ୍ରାମ୍ୟ ଜଳ ଯୋଗାଣ ଯନ୍ତ୍ରୀ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ କେହି ସମାଧାନ ପାଇଁ ଆନ୍ତରିକତା ଦେଖାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଉତ୍ତ୍ୟକ୍ତ ଲୋକେ ଭିଡ଼ିଓ ପ୍ରସ୍ତୁତ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ ପାଇଁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିଛନ୍ତି। ଏନେଇ କ୍ରାନ୍ତିକାରୀ କୃଷକ ସମାଜ ରାଜ୍ୟ ସମ୍ପାଦକ ଶଙ୍କର ସାହୁ ଦୁର୍ଭାଗ୍ୟଜନକ କହିବା ସହ ଜିଲା ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ତୁରନ୍ତ ସମାଧାନ ନ ହେଲେ ଜନ ଆନ୍ଦୋଳନର ଚେତାବନୀ ଦେଇଛନ୍ତି। ପ୍ରକାଶ ଯେ, ଗୋପୀନାଥପୁର ଗ୍ରାମରେ ବର୍ତ୍ତମାନ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ଲୋକ ଥିବାବେଳେ ୬ଶହ ଘର ରହିଛି। ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଏଠାରେ ୩୦ ହଜାର ଲିଟର କ୍ଷମତା ବିଶିଷ୍ଟ ଏକ ପ୍ରକଳ୍ପ ୨୦୧୧ରେ ନିର୍ମାଣ ହୋଇଥିଲା। ୩୬.୪୪ ଲକ୍ଷ ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ସମୟରେ ବହୁ ଟ୍ୟୁବ୍‌ଓ୍ବେଲ ଖୋଳା ଯାଇଛି। ତଥାପି ପିଇବା ପାଣି ସମସ୍ୟା ଦୂର ହୋଇନାହିଁ। ତେବେ ଗ୍ରାମରେ ଥିବା ରାଜଘାଇ ଜଳାଶୟରେ ଗ୍ରାମବାସୀ ଶୌଚ ହେବାସହ ଏହାର ପାଣିକୁ ବିଶୁଦ୍ଧ କରି ପାନୀୟ ଜଳ ଭାବେ ବ୍ୟବହାର କରି ଆସୁଥିଲେ। ଫଳରେ ପାନୀୟ ଜଳ ଅଭାବ ନିମନ୍ତେ ଦାବି ଜୋରଦାର ହେଉ ନ ଥିଲା। କିନ୍ତୁ ଗତ ୨ମାସ ତଳେ ଉକ୍ତ ଜଳାଶୟରେ ମାଛ ଚାଷ ନିମନ୍ତେ ଔଷଧ ପକାଯିବା ଫଳରେ ପାଣି ରଙ୍ଗରେ ପରିବର୍ତ୍ତନ ସହ ପିଇବାତ ଦୂରର କଥା ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ ହୋଇ ପଡ଼ିଛି। ଫଳରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗ୍ରାମର ମନୋଜ ବେହେରା, ପି. ପାର୍ବତୀ, ନୟନୀ ବେହେରା ପ୍ରମୁଖ ତୁରନ୍ତ ସରକାର ଏଥିପାଇଁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁଗୋଳ ଜିଲାରେ ପ୍ରଥମ ମୁଣ୍ଡ ନେଲା କରୋନା: ନାଲକୋ ଡିଜିଏମ୍‌ଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୩୦।୬: ଅନୁଗୋଳ ଜିଲା ନାଲ୍‌କୋ ଡିଜିଏମ୍‌ଙ୍କର କାରାନାରେ ମୃତ୍ୟୁ ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ସେ କରୋନା ସଙ୍କ୍ରମିତ ହୋଇ ତାଳଚେର କୋଭିଡ ମେଡିକାଲରେ ଚିକିତ୍ସିତ...

ଜିଲା ଶିକ୍ଷାଧିକାରୀଙ୍କ ନିୟମକୁ ବିରୋଧ :ସ୍କୁଲରେ ତାଲା ପକାଇଲେ ମହିଳା

ଆନନ୍ଦପୁର,୨୩। ୭(ସ୍ବ.ପ୍ର.)- ଘସିପୁରା ବ୍ଲକ ଭୋଳନୁଆଗାଁର ୟୁଜିଏମଇ ସ୍କୁଲକୁ ସୋମବାର ମହିଳା ଅଭିଭାବକମାନେ ତାଲା ପକାଇଥିଲେ। ଏହି ବିଦ୍ୟାଳୟର ଷଷ୍ଠରୁ ସପ୍ତମ ଶ୍ରେଣୀ ପିଲାମାନେ ସକାଳ...

ଗୋଟିଏ କୋଠରିରେ ୨ ଶ୍ରେଣୀ

ବଇଣ୍ଡା,୨୮।୫(ଡି.ଏନ.ଏ.) ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ପାଇଁ ଉପଯୁକ୍ତ ଭିତ୍ତିଭୂମି ନାହିଁ। ଏହି କାରଣରୁ ଗୋଟିଏ କୋଠରିରେ ୨ଟି ଶ୍ରେଣୀର ପିଲାଙ୍କୁ ବସିବାକୁ ପଡ଼ୁଛି। ଏଥିସହ ଶିକ୍ଷକ ଅଭାବ...

ରାଜଧାନୀରେ ଧାନ ଢାଳି ପ୍ରତିବାଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଧାନମଣ୍ଡିରେ ହେଉଥିବା ଅବ୍ୟବସ୍ଥା ଓ କଟ୍‌ନି ଛଟ୍‌ନିକୁ ନେଇ ଚାଷୀ କ୍ଷୁବ୍ଧ। ଏ ନେଇ ଦୀର୍ଘଦିନ ହେବ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି। ସରକାର...

ପୁଣି ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ: କରାଗଲା ଏୟାରଲିଫ୍ଟ

ଫୁଲବାଣୀ ଅଫିସ/ଦାରିଙ୍ଗବାଡ଼ି,୩୧ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଗସ୍ତରେ ଆସିଥିବାବେଳେ ପଞ୍ଚାୟତିରାଜ ତଥା ପାନୀୟଜଳ, ଆଇନମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ ହୋଇପଡ଼ିଛନ୍ତି। ସେ ଥଣ୍ଡା କାଶରେ ପୀଡ଼ିତ ହେବା...

ଝାରସୁଗୁଡାରେ ୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ: ୫ ବର୍ଷର ଶିଶୁ ସଂସ୍ପର୍ଶରେ ଆସି ବର୍ଷକର ଶିଶୁ କନ୍ୟା ଆକ୍ରାନ୍ତ

ଝାରସୁଗୁଡା ଅଫିସ,୨୩।୫: ଝାରସୁଗୁଡା ଜିଲାରେ ଶନିବାର ୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବର୍ଷକର ଶିୁଶୁ...

ଆଖଡ଼ାଶାଳିିିଠାରେ ନଦୀ ଭିତ୍ତିକ ବନ୍ଦର ନେଇ ସ୍ଥିତି ଅନୁଧ୍ୟାନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ

ମହାକାଳପଡ଼ା,୨୦।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ସ୍ଥାନୀୟ ଆଖଡ଼ାଶାଳିଠାରେ ମହାନଦୀ ଶାଖା ଗୁପ୍ତିଗିରି ମଧ୍ୟରେ ଏକ ପ୍ରସ୍ତାବିତ ନଦୀ ଭିତ୍ତିକ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର...

ପିଲାଙ୍କ ସୁରକ୍ଷା ପାଇଁ ନେହୁରା ହେଲେ କ୍ୟାନସର ପୀଡ଼ିତା

କଟକ ଅଫିସ, ୧୦।୯: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସୋମବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। କର୍କଟ ରୋଗରେ ପୀଡ଼ିତ ମହିଳା ମୁନି...

Advertisement
Archives

Model This Week