ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବଜାର, ମଲ

ବ୍ରହ୍ମପୁର ଅଫିସ,୨୧ା୩

ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ହିଁ ଏକମାତ୍ର ପନ୍ଥା ା ଭିଡ଼ରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ ଭିଡ଼କୁ ଏଡାଇବା ପାଇଁ ଜିଲାରୁ ୧୪୪ ଧାରା ପ୍ରତ୍ୟାହାର ପରେ ବି ସହରାଞ୍ଚଳର ସମସ୍ତ ଦୋକାନ, ବଜାର, ମାର୍କେଟ କମ୍ଲେକ୍ସ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବା ମାର୍କେଟ, ହାଇଜେନିକ ଆମିଷ ଦୋକାନ, ରାଶନ ଓ ମେଡିସିନ ଦୋକାନ ଖୋଲାରହିବ। ବାର୍‌, ରେଷ୍ଟୁରାଣ୍ଟ ସମେତ ସମସ୍ତ ସପିଂ କମ୍ପ୍ଳେକ୍ସ, ମାର୍କେଟ କମ୍ପ୍ଳେକ୍ସ, ଦୋକାନ ବଜାର ସରକାରଙ୍କ ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ା ଏପରିକି ଉଠା ଦୋକାନୀ, ଠେଲାଦୋକାନ, ଚା’ ଦୋକାନ ବି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ା ଇନ୍‌ହାଉସ୍‌ ରେଷ୍ଟୁରେଣ୍ଟଗୁଡିକର ବିଏମସି ଦ୍ୱାରା ହାଇଜେନିକ ବ୍ୟବସ୍ଥା ଯାଞ୍ଚ କରାଯିବା ପରେ ଖୋଲିବାକୁ ଅନୁମତି ପ୍ରଦାନ କରାଯିବ ା ଏହାବ୍ୟତୀତ ସହରରେ ଚଳାଚଳ କରୁଥିବା ବସଗୁଡିକରେ କ୍ଷମତାଠାରୁ ୫୦ ପ୍ରତିଶତରୁ ଅଧିକ ଯାତ୍ରୀ ପରିବହନ ଉପରେ କଟକଣା ଲଗାଯାଇଛି। ଅଟୋରେ ୨ରୁ ଅଧିକ ଯାତ୍ରୀ ପରିବହନ କରାଯିବନି। ଦୁଇଚକିଆ ଯାନରେ କେବଳ ଜଣେ ଯିବେ ନିର୍ଦ୍ଦେଶ ଜାରି କରାଯାଇଛି ା ରେଷ୍ଟୁରାଣ୍ଟଗୁଡିକୁ ଡୋର ଟୁ ଡୋର ଡେଲିଭର ପାଇଁ ଅନୁମତି ରହିଛି ା ବାହାରୁ ଆସୁଥିବା ଟ୍ରକ ଡ୍ରାଇଭରଙ୍କ ସ୍କ୍ରିନିଂ କରାଯିବା ସହ ରେଲୱେ ଷ୍ଟେଶନରେ ମଧ୍ୟ ସ୍କ୍ରିନିଂ କରାଯିବ। ଗୁରୁବାରଠାରୁ ୩ ଦିନ ଧରି ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିିତି, ଜିଲାପରିଷଦ ସ୍ବତନ୍ତ୍ର ବୈଠକ ଆୟୋଜିତ ହେଉଛି ା କରୋନାର ମୁକାବିଲା ପାଇଁ ୮ଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି। ମଧୁବାବୁ ପେନସନ ଯେଜନାରେ ପାଉଥିବା ୪ ମାସର ଭତ୍ତା, ଖାଦ୍ୟସୁରକ୍ଷା ଯୋଜନାରେ ୩ ମାସର ରାଶନ, ଚାଉଳ, କିରୋସିନକୁ ଏପ୍ରିଲ ୧ରୁ ମେ ୧୫ ତାରିଖ ମଧ୍ୟରେ ଘରକୁ ଘର ବୁଲି ବଣ୍ଟନ କରାଯିବ ା ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ଘରେ ଶୁଖିଲା ଖାଦ୍ୟ ଓ ଅଣ୍ଡା ଯୋଗଇ ଦିଆଯିବ ା ସବୁ ଗ୍ରାମପଞ୍ଚାୟତକୁ ୫୦ ରୁ ୧୦୦ ଲୋକଙ୍କ ପାଇଁ ସେଫ ହାଉସିଂ ଭଳି ବ୍ୟବସ୍ଥା ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି ା ବିଦେଶରୁ ଆସୁଥିବା ଲୋକଙ୍କୁ ରେଜିଷ୍ଟ୍ରେସନ କରିବାକୁ ବାଧ୍ୟତାମୂଳକ କରାଯାଇଛି ା ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବାକୁ ଜିଲାପାଳ ଅନୁରୋଧ କରିଛନ୍ତି ା ଯାତ୍ରା, ଦଣ୍ଡଯାତ୍ରା, ନାମ ସଙ୍କିର୍ତ୍ତନ ସମେତ ମନ୍ଦିର, ମସଜିଦ୍‌୍‌, ଚର୍ଚ୍ଚ ବନ୍ଦ ରହିବା ସହ ପୋଖରୀକୁ ଗାଧୋଇ ନଯିବାକୁ କୁହାଯାଇଛି ା ତେବେ ମେକାନିକାଲ ସର୍ଭିସ ପ୍ଳମ୍ବର, ଇଲେକ୍ଟ୍ରିଆସନ୍‌, ମଟର ସାଇକେଲ ଗ୍ୟାରେଜ ଭଳି ସୁବିଧା ବିଏମସିର ଏସଓପି ଆପ୍‌ ଜରିଆରେ ସହରବାସୀଙ୍କୁ ଘରେ ସୁବିଧା ଯୋଗାଯିବାର ବ୍ୟବସ୍ଥା ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି ା ଖବରଦାତା ସମ୍ମିଳନୀରେ ଜିଲାପାଳଙ୍କ ସମେତ ବିଏମସି କମିଶନର ଚକ୍ରୱବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଏସପି ପିନାକ୍‌ ମିଶ୍ର, ଗଞ୍ଜାମ ଏସପି ବ୍ରିଜେଶ ରଏ, ଏମକେସିଜି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିସତ୍ା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର. ଜଗଦୀଶ ପଟ୍ଟନାୟକ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କୁମାର ପାଢୀ ଓ ଗଞ୍ଜାମ ଜିଲା ହେଟେଲ ଆସୋସିଏଶନ, ଗଞ୍ଜାମ ଚାମ୍ବର ଅଫ କମର୍ସର କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଶୌଚ ଯିବା ହେଲା କାଳ, ହାତୀ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

କୁଚିଣ୍ଡା,୯।୧୦(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କୁଚିଣ୍ଡା ରେଞ୍ଜ ଅଧୀନ କୁଚିଣ୍ଡା ଏନ୍‌ଏସି ୧୦ ନମ୍ବର ୱାର୍ଡ ସଇଡାରେ ଶୁକ୍ରବାର ଏକ ହାତୀ ଆକ୍ରମଣରେ…

ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ…

ଜେଲ୍‌ ଭିତରେ ସଂଘର୍ଷ: ଗଡ଼ିଲା ୧୦ ମୁଣ୍ଡ, ୧୬ ଆହତ

ମେକ୍ସିକୋ,୯ା୧୦: ମେକ୍ସିକୋର ଉତ୍ତର-ପଶ୍ଚିମ ରାଜ୍ୟ ସିନାଲୋଆର ମାଜାଟାନ ସହରରେ ଥିବା ‘ଏଲ କାଷ୍ଟିଲୋ’ ଜେଲ୍‌ରେ ଘଟିଥିବା ଏକ ସଂଘର୍ଷରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୬ ଜଣ…

ଆଜି ସୃଷ୍ଟି ହେବ ବିରଳ ବିଷ ଯୋଗ, ୩ ରାଶି ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନି ଓ ଚନ୍ଦ୍ରମାଙ୍କ ପରସ୍ପର ଦୃଷ୍ଟି ଯୋଗୁଁ ବିଷ ଯୋଗ ସୃଷ୍ଟି ହେଉଛି । ଏହି ଯୋଗର ପ୍ରଭାବରେ କେତେକ ରାଶିର ବ୍ୟକ୍ତିଙ୍କୁ…

ପ୍ରଥମେ କବାଟ ବାଡ଼େଇଲେ, ଖୋଲିବାରୁ ଦମ୍ପତିଙ୍କୁ ଅତର୍କିତ ଆକ୍ରମଣ କଲେ ଦୁଇ ଦୁର୍ବୃତ୍ତ, ଗୁରୁତର ହୋଇ…

ମଜାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଅପାଳ ସାମୁଦ୍ରିକ ଥାନା ଅଧୀନ ବଳିଗଣ୍ଡ ଗାଁର ଜଣେ ବ୍ୟକ୍ତିଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ପଶି…

ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ବପ୍ନ ଆଜି ହେବ ସାକାର! ନିଷ୍ପତ୍ତି ନେବେ ଆୟର

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ରାଞ୍ଚିରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ…

ବିକ୍ଷୋଭ ବେଳେ ଦୁଇ କଂଗ୍ରେସ ନେତ୍ରୀଙ୍କ ମଧ୍ୟରେ ମାରପିଟ, ପରସ୍ପରକୁ ମାରିଲେ ଚାପୁଡ଼ା

ନୂଆଦିଲ୍ଲୀ,୯ା୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ଅନିୟମିତତା ଅଭିଯୋଗକୁ ନେଇ ହରିୟାଣାର ଫରିଦାବାଦରେ ବିରୋଧୀ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?