ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବଜାର, ମଲ

ବ୍ରହ୍ମପୁର ଅଫିସ,୨୧ା୩

ମହାମାରୀ କରୋନା ମୁକାବିଲା ପାଇଁ ସଚେତନତା ହିଁ ଏକମାତ୍ର ପନ୍ଥା ା ଭିଡ଼ରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ତେଣୁ ଭିଡ଼କୁ ଏଡାଇବା ପାଇଁ ଜିଲାରୁ ୧୪୪ ଧାରା ପ୍ରତ୍ୟାହାର ପରେ ବି ସହରାଞ୍ଚଳର ସମସ୍ତ ଦୋକାନ, ବଜାର, ମାର୍କେଟ କମ୍ଲେକ୍ସ ବନ୍ଦ ରହିବ। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବା ମାର୍କେଟ, ହାଇଜେନିକ ଆମିଷ ଦୋକାନ, ରାଶନ ଓ ମେଡିସିନ ଦୋକାନ ଖୋଲାରହିବ। ବାର୍‌, ରେଷ୍ଟୁରାଣ୍ଟ ସମେତ ସମସ୍ତ ସପିଂ କମ୍ପ୍ଳେକ୍ସ, ମାର୍କେଟ କମ୍ପ୍ଳେକ୍ସ, ଦୋକାନ ବଜାର ସରକାରଙ୍କ ପୁନଃନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ା ଏପରିକି ଉଠା ଦୋକାନୀ, ଠେଲାଦୋକାନ, ଚା’ ଦୋକାନ ବି ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶୁକ୍ରବାର ସନ୍ଧ୍ୟାରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି ା ଇନ୍‌ହାଉସ୍‌ ରେଷ୍ଟୁରେଣ୍ଟଗୁଡିକର ବିଏମସି ଦ୍ୱାରା ହାଇଜେନିକ ବ୍ୟବସ୍ଥା ଯାଞ୍ଚ କରାଯିବା ପରେ ଖୋଲିବାକୁ ଅନୁମତି ପ୍ରଦାନ କରାଯିବ ା ଏହାବ୍ୟତୀତ ସହରରେ ଚଳାଚଳ କରୁଥିବା ବସଗୁଡିକରେ କ୍ଷମତାଠାରୁ ୫୦ ପ୍ରତିଶତରୁ ଅଧିକ ଯାତ୍ରୀ ପରିବହନ ଉପରେ କଟକଣା ଲଗାଯାଇଛି। ଅଟୋରେ ୨ରୁ ଅଧିକ ଯାତ୍ରୀ ପରିବହନ କରାଯିବନି। ଦୁଇଚକିଆ ଯାନରେ କେବଳ ଜଣେ ଯିବେ ନିର୍ଦ୍ଦେଶ ଜାରି କରାଯାଇଛି ା ରେଷ୍ଟୁରାଣ୍ଟଗୁଡିକୁ ଡୋର ଟୁ ଡୋର ଡେଲିଭର ପାଇଁ ଅନୁମତି ରହିଛି ା ବାହାରୁ ଆସୁଥିବା ଟ୍ରକ ଡ୍ରାଇଭରଙ୍କ ସ୍କ୍ରିନିଂ କରାଯିବା ସହ ରେଲୱେ ଷ୍ଟେଶନରେ ମଧ୍ୟ ସ୍କ୍ରିନିଂ କରାଯିବ। ଗୁରୁବାରଠାରୁ ୩ ଦିନ ଧରି ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିିତି, ଜିଲାପରିଷଦ ସ୍ବତନ୍ତ୍ର ବୈଠକ ଆୟୋଜିତ ହେଉଛି ା କରୋନାର ମୁକାବିଲା ପାଇଁ ୮ଟି ବିଷୟ ଉପରେ ଗୁରୁତ୍ୱ ଦିଆଯାଇଛି। ମଧୁବାବୁ ପେନସନ ଯେଜନାରେ ପାଉଥିବା ୪ ମାସର ଭତ୍ତା, ଖାଦ୍ୟସୁରକ୍ଷା ଯୋଜନାରେ ୩ ମାସର ରାଶନ, ଚାଉଳ, କିରୋସିନକୁ ଏପ୍ରିଲ ୧ରୁ ମେ ୧୫ ତାରିଖ ମଧ୍ୟରେ ଘରକୁ ଘର ବୁଲି ବଣ୍ଟନ କରାଯିବ ା ଅଙ୍ଗନୱାଡି କେନ୍ଦ୍ରର ଶିଶୁଙ୍କ ଘରେ ଶୁଖିଲା ଖାଦ୍ୟ ଓ ଅଣ୍ଡା ଯୋଗଇ ଦିଆଯିବ ା ସବୁ ଗ୍ରାମପଞ୍ଚାୟତକୁ ୫୦ ରୁ ୧୦୦ ଲୋକଙ୍କ ପାଇଁ ସେଫ ହାଉସିଂ ଭଳି ବ୍ୟବସ୍ଥା ପାଇଁ ୫ ଲକ୍ଷ ଟଙ୍କା ଦିଆଯାଇଛି ା ବିଦେଶରୁ ଆସୁଥିବା ଲୋକଙ୍କୁ ରେଜିଷ୍ଟ୍ରେସନ କରିବାକୁ ବାଧ୍ୟତାମୂଳକ କରାଯାଇଛି ା ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଘରେ ରହିବାକୁ ଜିଲାପାଳ ଅନୁରୋଧ କରିଛନ୍ତି ା ଯାତ୍ରା, ଦଣ୍ଡଯାତ୍ରା, ନାମ ସଙ୍କିର୍ତ୍ତନ ସମେତ ମନ୍ଦିର, ମସଜିଦ୍‌୍‌, ଚର୍ଚ୍ଚ ବନ୍ଦ ରହିବା ସହ ପୋଖରୀକୁ ଗାଧୋଇ ନଯିବାକୁ କୁହାଯାଇଛି ା ତେବେ ମେକାନିକାଲ ସର୍ଭିସ ପ୍ଳମ୍ବର, ଇଲେକ୍ଟ୍ରିଆସନ୍‌, ମଟର ସାଇକେଲ ଗ୍ୟାରେଜ ଭଳି ସୁବିଧା ବିଏମସିର ଏସଓପି ଆପ୍‌ ଜରିଆରେ ସହରବାସୀଙ୍କୁ ଘରେ ସୁବିଧା ଯୋଗାଯିବାର ବ୍ୟବସ୍ଥା ରହିଥିବା ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି ା ଖବରଦାତା ସମ୍ମିଳନୀରେ ଜିଲାପାଳଙ୍କ ସମେତ ବିଏମସି କମିଶନର ଚକ୍ରୱବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଏସପି ପିନାକ୍‌ ମିଶ୍ର, ଗଞ୍ଜାମ ଏସପି ବ୍ରିଜେଶ ରଏ, ଏମକେସିଜି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ଜିଲା ମୁଖ୍ୟ ଚିକିସତ୍ା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଆର. ଜଗଦୀଶ ପଟ୍ଟନାୟକ, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କୁମାର ପାଢୀ ଓ ଗଞ୍ଜାମ ଜିଲା ହେଟେଲ ଆସୋସିଏଶନ, ଗଞ୍ଜାମ ଚାମ୍ବର ଅଫ କମର୍ସର କର୍ମକର୍ତ୍ତା ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି

ଝାରସୁଗୁଡା,୨୦।୪: ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ ୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଓ ଅଗ୍ନିଶମ ବାହିନୀ ଗତକାଲି ଠାରୁ ଉଦ୍ଧାର କାର୍ଯ୍ୟ ଜାରି...

ଭୁବନେଶ୍ୱରରେ କାମ ବନ୍ଦ ଘୋଷଣା କଲେ ସଫେଇ କର୍ମଚାରୀ

ଭୁବନେଶ୍ୱର,୨୦।୪: କାମ ବନ୍ଦ କଲେ ସଫେଇ କର୍ମଚାରୀ । ରାଜଧାନୀରେ ଆଉ ସଫେଇ କାମ କରିବେନି ବୋଲି ଘୋଷଣା କରିଛନ୍ତି କର୍ମଚାରୀ। ଭୁବନେଶ୍ୱର ୬୪ ନମ୍ବର...

ଅସହ୍ୟ ହେଲାଣି ପାଓ୍ବାର କଟ୍‌, ବିଦ୍ୟୁତ ବିତରଣ କମ୍ପାନୀକୁ କଡା ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର,୨୦।୪: ଅସହ୍ୟ ଗ୍ରୀଷ୍ମ ସହ ଗୁଳୁଗୁଳି ଭିତରେ ପାୱାର୍‌ କଟ୍‌ ସମସ୍ୟା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଏନେଇ ତୁରନ୍ତ ଦୃଷ୍ଟି ଦେବାକୁ ବିଦ୍ୟୁତ...

ଏବେଠାରୁ କୋହଲା ପାଗ, ଏହିସବୁ ଜିଲାକୁ କାଳବୈଶାଖୀ ବର୍ଷା ଆଲର୍ଟ!

ଭୁବନେଶ୍ୱର,୨୦।୪: ଆଜି ତାତିରୁ ମିଳିପାରେ ଆଶ୍ୱସ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ବିଶେଷ କରି ବାଲେଶ୍ବର,...

ମହାନଦୀ ଡଙ୍ଗାବୁଡି ଘଟଣା: ମିଳିଲା ଆଉ ୩ଜଣଙ୍କ ମୃତଦେହ

ଝାରସୁଗୁଡା,୨୦।୪: ମହାନଦୀରେ ଡଙ୍ଗାବୁଡି ଘଟଣାରେ ଆଉ ୩ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି। ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡ ମହାନଦୀରେ ଗତକାଲି ଅର୍ଥାତ୍‌ ଶୁକ୍ରବାର ଏଭଳି ଅଭାବନୀୟ ଘଟଣା...

ମିଥ୍ୟା ବିଲ୍‌ କରି ଅନୁଦାନ ହଡ଼ପ

ଲୋଇସିଂହା,୨୦।୪(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ସାଲେଭାଟ ସେକ୍ସନ ଅନ୍ତର୍ଗତ ବଙ୍ଗାବାହାଲରେ କାମ୍ପ ଯୋଜନାରେ ହୋଇଥିବା ବନୀକରଣରେ ଅନିୟମିତତା ହୋଇଛି। ଏହିଭଳି ଅଭିଯୋଗ କରିଥିଲା ଗ୍ରାମ୍ୟ...

ମହୁଲଫୁଲ ସଂଗ୍ରହକାରୀ ଶୋଷଣର ଶିକାର

ବରଗଡ଼,୨୦।୪(ପ୍ରେମାନନ୍ଦ ଖମାରୀ)ମହୁଲ ଫୁଲ ଏକ ଲଘୁ ବନଜାତ ଦ୍ରବ୍ୟ। ବରଗଡ଼ ଜିଲାର ଅଣଜଳସେଚିତ ପଦ୍ମପୁର ଉପଖଣ୍ଡ ସମେତ ବରଗଡ଼ ଉପଖଣ୍ଡର ଅମ୍ବାଭୋନା ଆଦି ଅଞ୍ଚଳର ଆଦିବାସୀ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri