ରାଉରକେଲା ଏସ୍‌ପିଙ୍କ ନାମରେ ଫେସବୁକ୍‌ରେ ଫେକ୍‌ ଆଇଡି ଖୋଲି ବନ୍ଧା ହେଲେ ନାବାଳକ

ରାଉରକେଲା ଅଫିସ,୧୬।୬: ରାଉରକେଲା ଏସ୍‌ପି କେ.ଶିବା ସୁବ୍ରମଣୀଙ୍କ ନାମରେ ଫେସ୍‌ବୁକରେ ଫେକ୍‌ ଆଇଡି ଖୋଲି ଲୋକଙ୍କୁ ବ୍ଲାକମେଲିଂ କରିବା ଜଣେ ନାବାଳକଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ନାବାଳକଙ୍କୁ ମଙ୍ଗଳବାର ଉଦିତନଗର ପୁଲିସ ଗିରଫ କରିଛି। ଗିରଫ ନାବାଳକଙ୍କ ଘର ବଲାଙ୍ଗୀର ଜିଲାରେ ବୋଲି ପୋଲିସ କହିଛି। ନାବାଳକଜଣଙ୍କ ୪ରୁ ୫ ଦିନ ତଳେ ଏସ୍‌ପି ସୁବ୍ରମଣୀଙ୍କ ନାଁରେ ଫେସ୍‌ବୁକ୍‌ରେ ନକଲି ଆଇଡି ଖୋଲିଥିଲେ। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଉକ୍ତ ନାବାଳକଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲା। ଶେଷରେ ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ସୂଚନାଯୋଗ୍ୟ, ଗତ ଦେଢ ବର୍ଷ ପୂର୍ବେ ସମ୍ବଲପୁରର ପୂର୍ବତନ ଜିଲାପାଳ ଶୁଭମ ସକ୍ସେନା, ସମ୍ବଲପୁର ପୂର୍ବତନ ଏସ୍‌ପି ସଞ୍ଜୀବ ଆରୋରା ଓ ବିଧାୟକ ଜୟନାରାୟଣ ମିଶ୍ରଙ୍କ ନାଁରେ ଫେକ୍‌ ଆଇଡି ଖୋଲି ସମ୍ପୃକ୍ତ ନାବାଳକ ସମ୍ବଲପୁର ସହରର ଲୋକଙ୍କୁ ଠକୁଥିଲେ। ତାଙ୍କ ଘର ବଲାଙ୍ଗୀରରେ ହୋଇଥିଲେ ବି ସେ କିଛି ଦିନ ସମ୍ବଲପୁରରେ ରହିଥିଲେ। ଏହି ସମୟରେ ସେ ଜିଲାପାଳ, ଏସ୍‌ପି ଓ ବିଧାୟକଙ୍କ ନାଁରେ ଫେକ୍‌ ଆଇଡି ଖୋଲିଥିଲେ। ଏହାଛଡ଼ା ପୂର୍ବରୁ ମଧ୍ୟ ନାବାଳକଜଣଙ୍କ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁରେ ଫେକ ଆଇଡି ଖୋଲି ଜଣେ ଶିଳ୍ପପତିଙ୍କ ଆକାଉଣ୍ଟରୁ ପନ୍ଦର କୋଟିରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ଟଙ୍କାରେ ସେ ଏକ ଅଡି କାର କିଣିଥିଲେ। ପୋଲିସ ନାବାଳକକୁ ଗିରଫ କରି ବାଳ ସୁଧାର ଗୃହକୁ ପଠାଇଥିଲେ। ସେଠାରୁ ବାହାରିବା ପରେ ସେ ପୁଣି ସେଭଳି କାମ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚସଖା ପଡ଼ିଆରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ

ସାକ୍ଷୀଗୋପାଳ, ୩୦।୫(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ବକୁଳ ବନ ସ୍ଥିତ ପଞ୍ଚସଖା ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ସମୁହ ‘ବନ୍ଦେ ଉତ୍କଳ ଜନନୀ’ଗାନ...

ପୁଅଙ୍କୁ ମିଳିବେନି ଝିଅ

ଯାଜପୁର ଅଫିସ,୨୫ା୧୨: ନ୍ୟାଶନାଲ ଫ୍ୟାମିଲି ହେଲ୍‌ଥ ସର୍ଭେ-୫ (ଏନ୍‌ଏଫ୍‌ଏଚ୍‌ଏସ୍‌) ରିପୋର୍ଟ ୨୦୧୯-୨୦୨୧ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍‌ବେଗଜନକ ରହିଛି। ଏହି ରିପୋର୍ଟରେ ୧୦୦୦ ପୁଅରେ...

ଚିହ୍ନଟ ହେଲେ ଆଉ ୮୭୦ ଆକ୍ରାନ୍ତ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୪।୮(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୫୭ଜଣଙ୍କ ବୟସ ୦-୧୮ ମଧ୍ୟରେ ଥିବା ବେଳେ କ୍ୱାରାଣ୍ଟାଇନ୍‌ରୁ ୫୦୯...

ବୃତ୍ତି ହରାଇଲେ ୧୦୦୦ ଠିକା ବିଦ୍ୟୁତ୍‌ କର୍ମଚାରୀ

ଢେଙ୍କାନାଳ ଅଫିସ, ୧୯।୫ ଢେଙ୍କାନାଳ ଜିଲା ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଚାକିରି ଚୁକ୍ତି ଅବଧି ମାର୍ଚ୍ଚ ୩୧ରେ ସରିଛି। ଫଳରେ ସେସୁ ଅଧୀନରେ...

ବିଜେପୁର ଉପନିର୍ବାଚନ: ରୋଡ୍‌ ଶୋ’ରେ ବାହାରି ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରଗଡ଼ ଅଫିସ, ୧୭ା୧୦- ବରଗଡ଼ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୪ଦିନ ବାକି। ଦୁଇ ଦିନ ପରେ ନିର୍ବାଚନୀ ପ୍ରଚାର ଅବଧି ସରିବ। ତେବେ...

କାଲି ଦିନ୧୧ରୁ ବସ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆନ୍ତଃ ରାଜ୍ୟ ବସ୍‌ ଚଳାଚଳ ବନ୍ଦ ପରେ ମଙ୍ଗଳବାରଠାରୁ ଆନ୍ତଃ ଜିଲା ବସ୍‌ ଚଳାଚଳ ବନ୍ଦ କରାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ମଙ୍ଗଳବାର...

ଏନ୍‌ଆର୍‌ଟିଏସ୍‌ ପରୀକ୍ଷା, ସାହିତ୍ୟ ପ୍ରଶ୍ନପତ୍ରରେ ତ୍ରୁଟି

ଆଳି,୧୬।୧୨(ଡି.ଏନ.ଏ.): ଚଳିତବର୍ଷର ଏନ୍‌ଆର୍‌ଟିଏସ୍‌ ପରୀକ୍ଷା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି ପରୀକ୍ଷାର ମାତୃଭାଷା (ସାହିତ୍ୟ) ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି। ଉକ୍ତ ପରୀକ୍ଷା ସାଧାରଣତଃ...

ଭିତ୍ତିଭୂମି ବିକାଶ ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବ

ବାଲେଶ୍ୱର ଅଫିସ, ୨୫।୯-ବିଶ୍ୱରେ ଅର୍ଥ ବ୍ୟବସ୍ଥାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ କେନ୍ଦ୍ର ସରକାର ବିଭନ୍ନ ପଦକ୍ଷେପ ନେଇଛନ୍ତି।...

Advertisement
Archives

Model This Week