ରାଉରକେଲାର ସେକ୍ଟର-୧୮ ମାର୍କେଟ ସିଲ୍‌: କଣ୍ଟେନମେଣ୍ଟ, ବଫର ଜୋନରେ ୪ ପ୍ଲାଟୁନ ଫୋର୍ସ ମୁତୟନ

ରାଉରକେଲା ଅଫିସ,୨୮।୪: ସୁନ୍ଦରଗଡ଼ ଜିଲା ରାଉରକେଲା ନାଲା ରୋଡ଼ରୁ ମଙ୍ଗଳବାର ପୁଣି ଆଉ ୪କରୋନା ପଜିଟିଭ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସୁନ୍ଦରଗଡ଼ରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ସେକ୍ଟର-୧୮ ମାର୍କେଟକୁ ମହାନଗର ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। ଏହାସହ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସୂଚନା ମୁତାବକ ୪ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଦୋକାନୀ ସେକ୍ଟର-୧୮ ଦୋକାନୀଙ୍କ ସଂସ୍ପର୍ଶରେ ଆସିଥିବାରୁ ଉକ୍ତ ସେକ୍ଟର ମାର୍କେଟର ସମସ୍ତ ମାଛ, ଅଣ୍ଡା ଓ ମାଂସ ଦୋକାନକୁ ମହାନଗର ପକ୍ଷରୁ ସିଲ କରିଦିଆଯାଇଛି। ଏଥିସହ ସେକ୍ଟର ୧୮ ଅଞ୍ଚଳର ୨୦ ଜଣଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ୨୬ ତାରିଖରେ ବିଶ୍ରା ଗୁଡ଼ଗୁଡ଼ଜୋର ଅଞ୍ଚଳର ୨ ଓ ନାଲାରୋଡର ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସେବେଠାରୁ ନାଲାରୋଡ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ବର୍ତ୍ତମାନ ସଂଲଗ୍ନ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନରେ ସାଢେ ୩ ହଜାରରୁ ଊର୍ଦ୍ଧ୍ୱ ଘର ରହିଛି। ଏଥିପାଇଁ ସ୍ବାସ୍ଥ୍ୟ ପରୀକ୍ଷାରେ ୮୩ଟି ଟିମ୍‌, ସାନିଟାଇଜେସନ୍‌ରେ ୨୦ଟି ଟିମ୍‌ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲାଗି ୧୪ଟି ଟିମ୍‌ ନିୟୋଜିତ ହୋଇଥିବା ସୂଚନା ରହିଛି। ଅପରପକ୍ଷେ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସମ୍ବଲପୁରରୁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଆସିଛନ୍ତି। ସୁରକ୍ଷା ଦୃଷ୍ଟିରୁ କଣ୍ଟେନମେଣ୍ଟ ଓ ବଫର ଜୋନରେ ୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ସୂଚନା ମିଳିଛି l


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟ କାର୍ଯ୍ୟ ତଦାରଖ କଲେ ହାଇକୋର୍ଟ ବିଚାରପତି

ଫୁଲବାଣୀ ଅଫିସ, ୧୯ା୧-ଓଡିଶା ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଶନିବାର ଫୁଲବାଣୀ କୋର୍ଟ କାର୍ଯ୍ୟ ତଦାରଖ କରିଛନ୍ତି। ଏଥିସହ ନୂଆ କୋର୍ଟ ପାଇଁ ବିଶିପଡାଠାରେ ଚିହ୍ନଟ...

ଜମି କିଣାବିକା ଅନୁମତି ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅନ୍ତର୍ଗତ ୧୨ଟି ଗାଁ ଦେଇ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରି ରାସ୍ତା ନିର୍ମାଣ...

ହସିବ ଓଡ଼ିଶା…ଫେରିବ ଖୁସିର ଦିନ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ବାତ୍ୟା ହେଉ କି ବନ୍ୟା। ଦୃଢତାର ସହ ମୁକାବିଲା କରିବାରେ କେବେ ପଛଘୁଞ୍ଚା ଦେଇନି ଓଡ଼ିଶା। ଯେତେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ବି ଭାଙ୍ଗିପଡ଼ିନାହାନ୍ତି...

ଦଶମ ପାଠ୍ୟପୁସ୍ତକ ପରିବର୍ତ୍ତନକୁ ବିରୋଧ

କଟକ ଅଫିସ୍‌,୧୬ା୪: ଲକ୍‌ଡାଉନ୍‌ ଯୋଗୁ ସାରା ଦେଶରେ ଏବେ ଏକ ପ୍ରକାର ଅଚଳାବସ୍ଥା ଦେଖାଦେଇଛି। ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।...

କରୋନାରେ ଅଧିକ ମରୁଛନ୍ତି ଅଣଶ୍ୱେତାଙ୍ଗ ଆମେରିକୀୟ

ଓ୍ବାଶିଂଟନ,୧୧ା୪: ମହାମାରୀ କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୮୯୫ରେ ପହଞ୍ଚତ୍ଥିବାବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ...

୧୧ ପ୍ରବାସୀଙ୍କୁ ଛତିଶଗଡ଼ ପଠାଇଲେ ସ୍ବେଚ୍ଛାସେବୀ: ଆଉ କେବେ ବାହାରକୁ କାମ ପାଇଁ ଆସିବୁ ନାହିଁ କହିଲେ ଶ୍ରମିକ

ଭଟଲି,୯ା୫(ଡି.ଏନ୍‌.ଏ.): ଦେଶରେ ମହାମାରୀ କରୋନା ଭୂତାଣୁ ଦ୍ରୁତଗତିରେ ମାଡ଼ିଚାଲିଛି। ଏଥିଲାଗି ଚାରିଆଡ଼େ ଲକ୍‌ଡାଉନ୍‌ ଜାରି କରାଯାଇଛି। ଫଳରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ଶ୍ରମିକଙ୍କୁ...

ଶିବୁ ସୋରେନଙ୍କ ଫୁସ୍‌ଫୁସ୍‌ରେ ହୋଇଛି ସଂକ୍ରମଣ

ନୂଆଦିଲ୍ଲୀ,୨୫।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏନ୍‌ଏମ୍‌) ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ଶିବୁ ସୋରେନଙ୍କୁ ଉତ୍ତମ ଚିକିତ୍ସା ଲାଗି ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା...

କଟକଣା ଫାଙ୍କି କାମ

ବଇଣ୍ଡା, ୩ା୪(ଡି.ଏନ.ଏ.) – କରୋନା ମୁକାବିଲା ପାଇଁ ଲକ୍‌ଡାଉନ ସହ ସାମାଜିକ ଦୂରତା ରକ୍ଷା ଭଳି ବିଭିନ୍ନ କଟକଣା ଜାରି ହୋଇଥିଲେ ହେଁ ଅନୁଗୋଳ ଜିଲା...

Coronavirus Update


Archives

Model This Week

Why Dharitri