ରାଉତପଡ଼ାରୁ ଗଲା ମହାପ୍ରଭୁଙ୍କ ପାଟବସ୍ତ୍ର, ସୂତାଲୁଗା

ଖୋର୍ଦ୍ଧା ଅଫିସ,୩ା୬: ଜୁନ ୨୩ରେ ଘୋଷଯାତ୍ରା। ଏଥିଲାଗି ମହାପ୍ରଭୁଙ୍କ ପାଟବସ୍ତ୍ର ଓ ସୂତାଲୁଗା ମଙ୍ଗଳବାର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ରାଉତପଡ଼ାରୁ ପଠାଯାଇଛି। ଗତ ଫେବୃୟାରୀ ୨୫ରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ତାଲିକା ପାଇବା ପରେ ମହାପ୍ରଭୁଙ୍କ ପାଟବସ୍ତ୍ର ଓ ସୂତା ଲୁଗା ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଲକ୍‌ଡାଉନ ଯୋଗୁ କଞ୍ଚାମାଲ ପାଇବାରେ ବିଳମ୍ବ ହୋଇଥିଲେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତ କାମ ଠିକ୍‌ ସମୟରେ ସରିଛି ବୋଲି ବୁଣାକାର ଗୋପୀନାଥ ଦାସ କହିଛନ୍ତି।
ରଥଯାତ୍ରା ଲାଗି ଚେହେଲି ପାଟ, ବଡସିଂହାର ଲାଗି ଗୀତଗୋବିନ୍ଦ ପାଟ, ସାତବାର ଲାଗି ୭ ପ୍ରକାର ଖଣ୍ଡୁଆ ପାଟ, ସୂତାରେ ପ୍ରସ୍ତୁତ ଦୁଇ ପ୍ରକାର ଘୋଡଣି, ଦେବସ୍ନାନ ପୂର୍ଣ୍ଣମୀ ୧୦୮ଗରା ଜଳ ପାଇଁ ଗାମୁଛା, ମହାପ୍ରଭୁଙ୍କ ଗୁପ୍ତ ସେବା ଲାଗି ଲାଲ, ସବୁଜ ଓ ହଳଦିଆ ରଙ୍ଗର ଏକ ସେଟ ଲେଖାଏ ଚେହେଲି ପାଟ ପଠାଯାଇଛି। ବଡସିଂହାର ବେଶ ଲାଗି “କଂସାରୀ ରପି ସଂସାର, ବାସନାବଦ୍ଧ ଶୃଙ୍ଖଳା, ରାଧାମାଧାୟ ହୃଦୟେ, ତ୍ୟୋଜ ବ୍ରଜସୁନ୍ଦରୀ” ଲେଖାଥିବା ଶ୍ଳୋକ ଗୀତଗୋବିନ୍ଦ ପାଟ ଠାକୁରଙ୍କ ନିତିଦିନିଆ ରାତି ବଡସିଂହାର ବେଶ ଲାଗି ପଠାଯାଇଛି। ସେହିପରି ଚନ୍ଦନ ଚର୍ଚ୍ଚିତ ନୀଳକଳେବର ପୀତବସନ ବନମାଳୀ କେଳି ଚଳନ୍ମଣି କୁଣ୍ଡଳ ମଣ୍ଡିତ ଗଣ୍ଡଯୁଗ ସ୍ମିତଶାଳୀ ଲେଖାଥିବା ଠାକୁରଙ୍କ ବଡସିଂହାର ବେଶ ଲାଗି ଗୀତଗୋବିନ୍ଦ ପାଟ ପଠାଯାଇଛି। ସପ୍ତବିଗ୍ରହ ଯଥା ମାଧବ, ସୁଦର୍ଶନ, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ଶ୍ରୀଦେବୀ, ଭୂଦେବୀଙ୍କ ଲାଗି ସୂତାର ୨ପ୍ରକାର ଘୋଡଣି ସମେତ ମହାପ୍ରଭୁଙ୍କ ବର୍ଷସାରା ଅନ୍ୟ ସେବା ଲାଗି ୩୦ରୁ ୩୫ପ୍ରକାର ଲୁଗା ଯଥା ନେତଫୁଟା, ବୋଇରାଣୀ, ପତନି, ଟଣାଖୋସା, ମଲମଲ, ଶ୍ରୀମୁଖ ଓତା, ଗଦିଫୁଟା ବସ୍ତ୍ର ପଠାଯାଇଛି।
ରାଉତପଡ଼ା ଗ୍ରାମର ଅଧିକାଂଶ ପରିବାର ହେଉଛନ୍ତି ବୁଣାକାର। ୧୯୯୩ ମସିହାରୁ ଏହି ଗ୍ରାମର ୨୫ ପରିବାରର ୧୨୦ରୁ ଊର୍ଦ୍ଧ୍ୱ ସଦସ୍ୟ ମହାପ୍ରଭୁଙ୍କ ସେବା ଲାଗି ବର୍ଷସାରା ପାଟ, ସୂତାବସ୍ତ୍ର ଓ ଲୁଗା ଯୋଗାଇ ଆସୁଛନ୍ତି ବୋଲି ବୁଣାକାର ଗୋପୀନାଥ କହିଛନ୍ତି। ମହାପ୍ରଭୁଙ୍କ ଏହି ସେବାରେ ଅପୂର୍ବ ଆନନ୍ଦ ମିଳିଥାଏ ବୋଲି ରାମଚନ୍ଦ୍ର ଦାସ, ଭଗବାନ ଦାସ, ଗୋବିନ୍ଦ ଚନ୍ଦ୍ର ଦାସ, କୈଳାସ ଚନ୍ଦ୍ର ଦାସ, ରବୀନ୍ଦ୍ର କୁମାର ଦାସ, ଅଶୋକ ଦାସ, ନିମାଇ ଚରଣ କୁଣ୍ଡୁ, କାର୍ତ୍ତିିକେଶ୍ୱର ପାତ୍ର ପ୍ରମୁଖ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କଲା ବ୍ଲକ ପ୍ରଶାସନ

ବନ୍ତ,୨୦ା୫(ଡି.ଏନ୍‌.ଏ.): ବାତ୍ୟା ‘ଅମ୍ଫନ୍‌’କୁ ନେଇ ଭଦ୍ରକ ଜିଲା ବନ୍ତ ବ୍ଲକବାସୀ ଭୟଭୀତ ଥିବା ବେଳେ ଏହାର ମୁକାବିଲା ନେଇ ବ୍ଲକ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ...

ବିଗୁଡୁଛି ଗ୍ରାମାଞ୍ଚଳ ଅର୍ଥନୀତି

କେନ୍ଦ୍ରାପଡ଼ା ଅଫିସ,୧୩।୭: କରୋନା ସଂକ୍ରମଣ ଭୟ କେନ୍ଦ୍ରାପଡ଼ା ଜିଲାର ଗ୍ରାମାଞ୍ଚଳ ଅର୍ଥନୀତିକୁ ପ୍ରଭାବିତ କରୁଛି। ଜିଲାକୁ ୭୮ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଥିବା ବେଳେ ରୋଜଗାର...

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା: ଯବାନମାନଙ୍କ ସମସ୍ୟା ପଚାରି ବୁଝିଲେ

ମାଲକାନଗିରି,୨।୧୧(ଡି.ଏନ୍‌.ଏ.) : ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା ଶନିବାର ମାଲକାନଗିରି ଜିଲା ଗସ୍ତରେ ଆସି ମାଓବାଦୀ ଦମନ ନେଇ ଏକ ସମୀକ୍ଷା ବୈଠକରେ ଯୋଗ...

ଖୁଣ୍ଟ ଅଛି, ବିଦ୍ୟୁତ୍‌ ସଂଯୋଗ ହେଉନି

ରାହାମା,୩୧ା୫(ଡି.ଏନ୍‌.ଏ.):ଜଗତ୍‌ସିଂହପୁର ଜିଲା ରାହାମା-ଖୋସାଲପୁର ପୋଲ ମହାନଦୀ ଉପରେ ନିର୍ମାଣ କରାଯାଇଛି। ଦେଢ଼ କିମି ବ୍ୟାପୀ ଏହି ପୋଲ ଦେଇ ଦୈନିକ ବହୁ ସଂଖ୍ୟାରେ ଲୋକ କେନ୍ଦ୍ରାପଡ଼ା...

ପଶ୍ଚିମବଙ୍ଗ ଫେରନ୍ତା ସରକାରୀ କର୍ମଚାରୀଙ୍କୁ ବ୍ରଜରାଜନଗର ବଙ୍ଗଳାରେ ରଖିଲା ପ୍ରଶାସନ, ଲୋକଙ୍କ ବିରୋଧ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର

ଝାରସୁଗୁଡା ଅଫିସ,୨୭ା୪- ଓଡିଶାରେ ବଢ଼ୁଥିବା କରୋନା ପଜିଟିଭର ମୁଖ୍ୟ କାରଣ ପଶ୍ଚିମବଙ୍ଗ ଲିଙ୍କ୍‌ ଦର୍ଶାଯାଉଛି। ଏମିତି ଜଣେ କଲିକତାରୁ ଝାରସୁଗୁଡା ଫେରନ୍ତା ବ୍ୟକ୍ତିଙ୍କୁ ନେଇ ବ୍ରଜରାଜନଜରରେ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କରାଯିବ ଚାରା ରୋପଣ

ଛତ୍ରପୁର,୧୪ା୫(ଡି.ଏନ.ଏ)-ଫନୀ ବାତ୍ୟାରେ ଗଞ୍ଜାମ ଜିଲାରେ ବହୁ ଗଛର କ୍ଷତି ହୋଇଯାଇଛି ା ତେଣୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ...

ବିଆର୍‌ପିଏଲ୍‌ ଏକ ସଙ୍ଗମ

ଯାଜପୁର ଅଫିସ,୨୩ା୩: ଶିଳ୍ପାଞ୍ଚଳ ଦ୍ୱାରା ରାଜ୍ୟରେ ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି।...

ଫୁଲବାଣୀରେ ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଫୁଲବାଣୀ ଅଫିସ,୧୯ା୧୨-କନ୍ଧମାଳ ଜିଲା ଫୁଲବାଣୀସ୍ଥିତ କରୋନେସନ ପଡିଆରେ ମଙ୍ଗଳବାର ସନ୍ଧ୍ୟାରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଉଦ୍‌ଘାଟିତ ହୋଇଯାଇଛି। ରାଜ୍ୟ ମେଡିଶିନାଲ ପ୍ଲାଣ୍ଟ ବୋର୍ଡ ପକ୍ଷରୁ...

Advertisement
Archives

Model This Week