‘ରାଇବଣିଆ ଦୁର୍ଗର ପୁନରୁଦ୍ଧାର ଲାଗି ଉଦ୍ୟମ କରାଯିବ’

ଜଳେଶ୍ୱର, ୧୪।୭(ଡି.ଏନ.ଏ.)-ପର୍ଯ୍ୟଟନ, ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଶନିବାର ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ସୁବର୍ଣ୍ଣରେଖା ଅବବାହିକାରେ ଅବସ୍ଥିତ ଐତିହାସିକ ରାଇବଣିଆ ଦୁର୍ଗ ପରିଦର୍ଶନ କରିଛନ୍ତି। ଉକ୍ତ ଦୁର୍ଗର ଇତିହାସକୁ କେବେ ବି ଲିଭିବାକୁ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଦୁର୍ଗର ରକ୍ଷଣାବେକ୍ଷଣ, ପୁନରୁଦ୍ଧାର କରିବା ସହିତ ଚତୁଃପାର୍ଶ୍ୱରେ ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ଯୋଗାଇଦେବା ସହିତ ଦୁର୍ଗର ପୂର୍ବ ଓ ଦକ୍ଷିଣ ଦ୍ୱାରରେ ସୁସଜ୍ଜିତ ତୋରଣ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଏହି ଅବହେଳିତ ଦୁର୍ଗକୁ ବିଶ୍ୱ ମାନଚିତ୍ରରେ ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ଉଦ୍ୟମ କରନ୍ତୁ ବୋଲି ରାଇବଣିଆ ଦୁର୍ଗ ସୁରକ୍ଷା ଓ ଆଞ୍ଚଳିକ ଉନ୍ନୟନ ସଙ୍ଗଠନ ତରଫରୁ ମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଥିଲା। ମନ୍ତ୍ରୀ ଦୁର୍ଗର ଭଗ୍ନାବଶେଷ ଓ ପୂର୍ବଦ୍ୱାରକୁ ଅନୁଧ୍ୟାନ କରିବା ସହିତ ପରିସରସ୍ଥ ମା’ ଗଡ଼ଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ। ଏହି ସମୟରେ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଜିଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ସଙ୍ଗଠନର ସଭାପତି ପ୍ରଫୁଲ୍ଲ କୁମାର ସୁର, କାର୍ଯ୍ୟକାରୀ ସଭାପତି ଆଇନଜୀବୀ ନୃସିଂହ ଦାସମହାପାତ୍ର, ସମ୍ପାଦକ ଡ. ଶ୍ରୀକାନ୍ତଚରଣ ପାତ୍ର, ସହସମ୍ପାଦକ ନାରାୟଣ ପ୍ରସାଦ ଦାସଙ୍କ ସମେତ ସାହିତି୍ୟକ ବିପିନ ବିହାରୀ ବିଶ୍ୱାଳ, କବି ବ୍ରଜେନ୍ଦ୍ର ନାଥ ଗିରି, ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳାଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଜିଲାପରିଷଦ ସଭ୍ୟା ରଙ୍ଗଲତା ଆଚ୍ଚାର୍ଯ୍ୟ, ମାନିନୀ ପ୍ରମାଣିକ, ପୂର୍ବତନ ସରପଞ୍ଚ ଅଜୟ ମହାନ୍ତି, ଓଲମାରା ସରପଞ୍ଚ ଯତୀନ୍ଦ୍ର ମହାନ୍ତି, ଶିଖରପୁର ସରପଞ୍ଚ ହରେକୃଷ୍ଣ ଗିରି ପ୍ରମୁଖ ଦୁର୍ଗର ବିକାଶ ଉପରେ ଆଲୋଚନା କରିଥିଲେ। ପ୍ରଶାସନ ତରଫରୁ ରାଜ୍ୟ ସଂସ୍କୃତି ବିଭାଗର ପ୍ରତ୍ନତତ୍ତ୍ୱବିତ୍‌ ଡ. ସୁନୀଲ ପଟ୍ଟନାୟକ, ପ୍ରତ୍ନତାତ୍ତ୍ୱିକ ସରୋଜ କୁମାର ନନ୍ଦ, ଜିଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ, ପର୍ଯ୍ୟଟନ କାର୍ଯ୍ୟାଳୟର ପରିସଂଖ୍ୟାନ ସହାୟକ ମୋନାଲିସା ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଅବହେଳିତ ଦୁର୍ଗର ବିକାଶ ପାଇଁ ପୂର୍ବରୁ ବିଭିନ୍ନ ସମୟରେ ଆସିଥିବା ୮୦ ଲକ୍ଷରୁ ଉର୍ଦ୍ଧ୍ୱ ଅନୁଦାନ ଅର୍ଥର ସୁବିନିଯୋଗ କରା ଯାଇ ନ ଥିବା ଅଭିଯୋଗ କରାଯାଇଥିଲା। ଏ ବିଷୟରେ ମନ୍ତ୍ରୀ ଅନୁଧ୍ୟାନ କରିବେ ବୋଲି କହିଥିଲେ। ପରେ ରାଇବଣିଆସ୍ଥିତ ଏକ ବିଦ୍ୟାଳୟରେ ମନ୍ତ୍ରୀଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଦୁର୍ଗ ଇତିହାସର ଗବେଷକ ତଥା ଲେଖକ ଡ. ଶ୍ରୀକାନ୍ତ ଚରଣ ପାତ୍ରଙ୍କ ଦ୍ୱାରା ଲିଖିତ ‘ରାଇବଣିଆର ଦିଗ ଦିଗନ୍ତ’ ପୁସ୍ତକର ୨ୟ ସଂସ୍କରଣକୁ ମନ୍ତ୍ରୀ ଉନ୍ମୋଚନ କରିଥିଲେ। ସଭା ପରେ ମନ୍ତ୍ରୀ ମାକିଡ଼ିଆ ସ୍ଥିତ ଟସର ଶିଳ୍ପକୁ ବୁଲି ଦେଖିବା ସହିତ ମୁଣୁତୁଣିଆ ଗ୍ରାମ ସ୍ଥିତ ଭକ୍ତକବି ଦୀନକୃଷ୍ଣଙ୍କ ଜନ୍ମସ୍ଥଳୀ କବିଡ଼ିହ ପରିଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ଜଳିଗଲା ଘର, ଜଣଙ୍କର ମୃତ୍ୟୁ

ଚାନ୍ଦବାଲି,୨୪ା୫(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ହୋଇଥିବା ଅଦିନିଆ କାଳବୈଶାଖୀରେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ଜଳେଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଇଛାପୁର ଗ୍ରାମର କାଳନ୍ଦୀ ମହାନ୍ତିଙ୍କ ପୁଅ...

ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର କ୍ୟାଶିୟର

ବାଲେଶ୍ୱର ଅଫିସ,୧୪।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି...

ଅଭୟାରଣ୍ୟ ଅଞ୍ଚଳରେ ବେଆଇନ ଇଟାଭାଟି

ନୀଳଗିରି, ୬।୨(ସ୍ବ.ପ୍ର.):ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡ଼ିହା ଇକୋ ସେନସିଟିଭ୍‌ ଜୋନ୍‌ (ଜୈବ ସମ୍ବେଦନଶୀଳ ଅଞ୍ଚଳ) ଭିତରେ ଏକାଧିକ ବେଆଇନ ଇଟାଭାଟି ଚାଲିଥିବାରୁ ସାଧାରଣରେ...

ରାସ୍ତାରେ ଧାନବସ୍ତା ରଖି ଅବରୋଧ

ସଜନାଗଡ଼,୧।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଅନ୍ତର୍ଗତ ଶେରଗଡ଼-ଉଦଳା ୧୯ନମ୍ବର ରାଜ୍ୟ ରାଜପଥ ଗରଡ଼ିହି ଛକଠାରେ ୪ଦଫା ଦାବି ନେଇ ଓଡ଼ିଶା କୃଷକ ସଭା ପକ୍ଷରୁ ରାସ୍ତାରେ ଧାନ...

ନାବାଳିକାଙ୍କୁ ଅପହରଣ ମାମଲା : ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୬।୭: ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଶନିବାର ବାଲେଶ୍ୱର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ଜଜ୍‌ ଅଜନ୍ତା ଷଡ଼ଙ୍ଗୀ ଅଭିଯୁକ୍ତଙ୍କୁ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ବାମୀ ଅଟକ

ରସାଳପୁର,୨୩।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ସଦର ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ଅମ୍ବିକା ନାମ୍ନୀ ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶାଶୁଘର ଲୋକେ ତାଙ୍କୁ ହତ୍ୟା କରି...

ଦୈସିଂ ପଞ୍ଚାୟତ ପାଇଖାନା ଦୁର୍ନୀତି:୧୫ ମାସ ବିତିଲା, ସରୁନି ତଦନ୍ତ

ଭଦ୍ରକ ଅଫିସ, ୩୧।୫ – ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ଦୈସିଂ ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣରେ ୫୦ ଲକ୍ଷ ଟଙ୍କାର...

Advertisement
Archives

Model This Week