ରାଇକିଆରେ ସ୍ବାଧୀନତା ଦିବସ

ରାଇକିଆ,୧୫।୮(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ରାଇକିଆରେ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ଗୁରୁବାର ବିଜୟ ହାଇସ୍କୁଲଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମାନିନୀ ପ୍ରଧାନ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଇକିଆ ମେଡିକାଲର ଚକ୍ଷୁ ସହାୟକ ଶୁଭାଶିଷ ପଣ୍ଡା ଏବଂ ଷ୍ଟାଫନର୍ସ ଅନିମା ଦିଗାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଡିଓ ରଶ୍ମୀରଞ୍ଜନ ମହନ୍ତ, ଥାନାଧିକାରୀ ନରେଶ ସାହୁ ଏବଂ ବିଭିନ୍ନ ବିଭାଗରୁ ଆସିଥିବା ସରକାରୀ ଏବଂ ବେସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀଛାତ୍ର ପରେଡ୍‌ ପ୍ରଦର୍ଶନ କରିଥିଲେ। ବିଭିନ୍ନ ବିଦ୍ୟାଳୟ, ସରକାରୀ ଏବଂ ବେସରକାରୀ ପ୍ରତିଷ୍ଠାନରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେଉନି ସ୍ଥାୟୀ ପରିବା ହାଟ

କୁଜଙ୍ଗ,୭ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲାର ସର୍ବ ପୁରାତନ ସାପ୍ତାହିକ ହାଟ ହେଉଛି କୁଜଙ୍ଗ ହାଟ। ଏହାର ପରିଚାଳନା ଦାୟିତ୍ୱ ରାହାମା ନିୟନ୍ତ୍ରିତ ବଜାର କମିଟି ହାତରେ ରହିଛି।...

ଦିଲ୍ଲୀ ହିଂସା, ସୁବର୍ଣ୍ଣପୁରରେ କଂଗ୍ରେସର ବିକ୍ଷୋଭ

ସୋନପୁର,୨୯।୨(ନି.ପ୍ର.) ସିଏଏକୁ ନେଇ ଦେଶର ରାଜଧାନୀ ଅଶାନ୍ତ ହୋଇପଡିଛି। ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଲାଗିରହିଛି । ତେବେ ହିଂସା ରୋକିବା କ୍ଷେତ୍ରରେ କେନ୍ଦ୍ର...

ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମବାସୀ

ହାଟଡିହୀ, ୨୦।୧୦(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ଗ୍ରାମର ଦେହୁରୀସାହିର ଲୋକମାନେ ଅସ୍ବାସ୍ଥ୍ୟକର ପରିବେଶରେ ଜୀବନ ବିତାଇ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଲୋକମାନେ...

ଫିଟିଲାନି ରତ୍ନଭଣ୍ଡାର ଚାବି ଗୁମର

ପୁରୀ ଅଫିସ,୩।୮: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ରହିଛି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନଅଳଙ୍କାର। ଶେଷଥର ପାଇଁ ୧୯୮୫ରେ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଇତିମଧ୍ୟରେ ୩୫ ବର୍ଷ ବିତିଲାଣି। ସେବେଠାରୁ...

ଅଙ୍ଗନୱାଡ଼ି ଶିଶୁଙ୍କୁ ଦିଆଯାଇନି ଖାଦ୍ୟ, ଲାଦାମାଲାରେ ଅଶାନ୍ତି

ଦାରିଙ୍ଗବାଡ଼ି,୬।୪(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଲାଦାମାଲା ଅଙ୍ଗନାୱାଡ଼ି କେନ୍ଦ୍ରର ଶିଶୁଙ୍କୁ ରନ୍ଧାଖାଦ୍ୟ ସାମଗ୍ରୀ ପହଞ୍ଚାଯାଇ ନ ଥିବା ଅଭିଯୋଗ ହୋଇଛି। ଏନେଇ ଅଭିଭାବକମାନଙ୍କ ମଧ୍ୟରେ...

ପର୍ଯ୍ୟଟକଙ୍କ ମନ ମୋହୁଛି ଗୁରୁବେଡା ପିକନିକ୍‌ ସ୍ପଟ

ଯୋଡ଼ା,୨୧।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ବ୍ଲକର ଜଜାଙ୍ଗ ପଞ୍ଚାୟତର ବୈତରଣୀ ନଦୀ ଅବବାହିକାରେ ଅବସ୍ଥିତ ଗୁରୁବେଡା ପିକ୍‌ନିକ୍‌ ସ୍ପଟ। ଜଙ୍ଗଲ ଓ ପାହାଡଘେରା ପରିବେଷ୍ଟିତ ଏହି...

ବରୁଣେଇ ପୀଠରେ ମିଳୁନି ମୌଳିକ ସୁବିଧା: ପାଣି ଟ୍ୟାପ୍‌ ଅଚଳ, ମନ୍ଦିର ପାହାଚ ଫାଟି ଆଁ

ଖୋର୍ଦ୍ଧା ଅଫିସ, ୨ା୧: ଖୋର୍ଦ୍ଧା ଜିଲାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଉଛି ବରୁଣେଇ ପୀଠ। ଶୀତଋତୁ ଆସିଗଲେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। ପର୍ଯ୍ୟଟକମାନେ ମା’...

ଶେରଗଡ଼ରେ ୧୨ ବାଇକ୍‌ ଚାଳକଙ୍କ ନାମରେ ମାମଲା, ୨ ହଜାର ଜରିମାନା ଆଦାୟ

ଶେରଗଡ଼, ୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ପୋଲିସ ପକ୍ଷରୁ ଲକ୍‌ଡାଉନ ସମୟରେ ଚଢ଼ାଉ ଜାରିରହିଛି। ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଶେରଗଡ଼ ବଜାର ଛକ...

Advertisement
Archives

Model This Week