ରବିବାର ସକାଳେ ୨ ଘଣ୍ଟା

ବାହାନଗା, ୪ା୩ – ପ୍ଲାଷ୍ଟିକ ମୁକ୍ତ, ପଲିଥିନ ମୁକ୍ତ ପରିବେଶ ଗଢିବା ଆମ ପାଇଁ ଏବେ ଚ୍ୟାଲେଞ୍ଜ ହୋଇପଡିଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ଥବା ସ୍ବଚ୍ଛ ଭାରତ ଅଭିଯାନ ସଙ୍ଗଠନ ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଆଗେଇ ଆସିଛନ୍ତି। ପ୍ରତ୍ୟେକ ରବିବାର ସକାଳ ସାଢେ ୬ଟାରୁ ସାଢେ ୮ଟା ସଙ୍ଗଠନର ସଦସ୍ୟମାନେ ୨ଘଣ୍ଟା ସଫେଇ କାର୍ଯ୍ୟରେ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୧୪ ମସିହା ଅକ୍ଟୋବର ୨ ତାରିଖରୁ ଜନ୍ମ ହୋଇଥିବା ଏହି ସଙ୍ଗଠନ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ୧୦ କୁଇଣ୍ଟାଲ ପ୍ଲାଷ୍ଟିକ ସଂଗ୍ରହ କରିଛନ୍ତି। ଏହି ସଙ୍ଗଠନରେ ୧୦୦ ଜଣ ମହିଳା ପୁରୁଷ ଅଛନ୍ତି। ସେମାନେ ବଜାର, ରାସ୍ତାଘାଟ, ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଶୈବପୀଠ, ଜିଲା ଓ ଜିଲା ବାହାର ପର୍ଯ୍ୟଟନସ୍ଥଳୀଗୁଡିକରେ ସଫେଇ କରି ବେଶ୍‌ ପ୍ରଂଶସା ସାଉଣ୍ଟିଛନ୍ତି। ସୁସ୍ଥ ସମାଜ ଗଠନ କରିବା ତଥା ପ୍ଲାଷ୍ଟିକମୁକ୍ତ ଭାରତ ଗଠନ କରିବା ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଧରିତ୍ରୀ ଦ୍ୱାରା ପ୍ଲାଷ୍ଟିକମୁକ୍ତ ଓଡିଶା ଗଠନ ପାଇଁ ଚଳାଇଥିବା ପେପର ବ୍ୟାଗ ସଚେତନତା ପ୍ରୟାସରେ ସଙ୍ଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି। ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଧରିତ୍ରୀ ପେପର ବ୍ୟାଗ କରି ପ୍ରଦର୍ଶିତ କରି ଲୋକମାନଙ୍କୁ ପଲିଥିନ୍‌ ବ୍ୟବହାର ବନ୍ଦ କରି ପେପରବ୍ୟାଗ ମାଧ୍ୟମରେ ନିଜର ଆବଶ୍ୟକ ପୂରଣ କରିବା ପାଇଁ ସଚେତନ କରୁଛନ୍ତି। ଏଭଳି ଉଦ୍ୟମ ଲାଗି ୨୦୧୭ରେ ରାଜ୍ୟ ସରକାର ସଙ୍ଗଠନକୁ ଭୁବନେଶ୍ୱରଠାରେ ପୁରସ୍କୃତ କରିବା ସହିତ ସମ୍ମାନିତ ମଧ୍ୟ କରିଥିଲେ। ସେହିପରି ୨୦୧୮ରେ ବାଲେଶ୍ୱର ଜିଲାପାଳ, ୨୦୧୯ରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ସଙ୍ଗଠନକୁ ସମ୍ମାନିତ କରିଥିଲେ। ପୂର୍ବରୁ ସଫେଇ ସମୟରେ ଅଳିଆ ଆବର୍ଜନାଗୁଡିକୁ ଗୋଟାଇ ପୋଡି ଦିଆଯାଉଥିବା ବେଳେ ତାହା ବାୟୁ ପ୍ରଦୂଷଣ ହେଉଥିବାରୁ ସରକାର ପ୍ଲାଷ୍ଟିକଗୁଡିକୁ ନ ପୋଡି ସରକାରଙ୍କୁ ବିକ୍ରି କରିବା ପାଇଁ ଘୋଷଣା କରିବାଠାରୁ ସେମାନେ ବସ୍ତାରେ ଗଚ୍ଛିତ କରି ରଖିଛନ୍ତି। ଗଚ୍ଛିତ ପ୍ଲାଷ୍ଟିକ ଏବେ ୧୦କୁଇଣ୍ଟାଲରୁ ଅଧିକ ହେଲାଣି ା ସେଗୁଡିକୁ ପିଡବ୍ଲ୍ୟୁଡି ବିଭାଗ ଦ୍ୱାରା ସରକାରକୁ ହସ୍ତାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ା ସଙ୍ଗଠନର ଆବାହକ ସୁଦର୍ଶନ ମହାପାତ୍ର କୁହନ୍ତି, ସ୍ବଚ୍ଛତା ନିମନ୍ତେ ଏହା ଆମର ସାମାନ୍ୟ ଅବଦାନ। ଧରିତ୍ରୀ ଖବରକାଗଜ ଯେପରି ପ୍ଲାଷ୍ଟିକମୁକ୍ତ ନିମନ୍ତେ ପେପର ବ୍ୟାଗ ତିଆରି ପ୍ରତିଯୋଗିତା କରି ଲୋକମାନଙ୍କୁ ସଚେତନ କରିଛି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ଆମ କର୍ମକର୍ତ୍ତାମାନେ ପଲିଥିନ ବ୍ୟବହାର ନ କରି ଧରିତ୍ରୀର ଆହ୍ବାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ସଚେତନ କରାଉଛନ୍ତି।

ରିପୋର୍ଟ-ଅରୂପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri