ରବିବାର ସକାଳେ ୨ ଘଣ୍ଟା

ବାହାନଗା, ୪ା୩ – ପ୍ଲାଷ୍ଟିକ ମୁକ୍ତ, ପଲିଥିନ ମୁକ୍ତ ପରିବେଶ ଗଢିବା ଆମ ପାଇଁ ଏବେ ଚ୍ୟାଲେଞ୍ଜ ହୋଇପଡିଛି। ହେଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତରେ ଥବା ସ୍ବଚ୍ଛ ଭାରତ ଅଭିଯାନ ସଙ୍ଗଠନ ଏହି ଚ୍ୟାଲେଞ୍ଜକୁ ମୁକାବିଲା କରିବାକୁ ଆଗେଇ ଆସିଛନ୍ତି। ପ୍ରତ୍ୟେକ ରବିବାର ସକାଳ ସାଢେ ୬ଟାରୁ ସାଢେ ୮ଟା ସଙ୍ଗଠନର ସଦସ୍ୟମାନେ ୨ଘଣ୍ଟା ସଫେଇ କାର୍ଯ୍ୟରେ ନିୟୋଜିତ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୨୦୧୪ ମସିହା ଅକ୍ଟୋବର ୨ ତାରିଖରୁ ଜନ୍ମ ହୋଇଥିବା ଏହି ସଙ୍ଗଠନ ୫ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ୧୦ କୁଇଣ୍ଟାଲ ପ୍ଲାଷ୍ଟିକ ସଂଗ୍ରହ କରିଛନ୍ତି। ଏହି ସଙ୍ଗଠନରେ ୧୦୦ ଜଣ ମହିଳା ପୁରୁଷ ଅଛନ୍ତି। ସେମାନେ ବଜାର, ରାସ୍ତାଘାଟ, ବିଦ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଶୈବପୀଠ, ଜିଲା ଓ ଜିଲା ବାହାର ପର୍ଯ୍ୟଟନସ୍ଥଳୀଗୁଡିକରେ ସଫେଇ କରି ବେଶ୍‌ ପ୍ରଂଶସା ସାଉଣ୍ଟିଛନ୍ତି। ସୁସ୍ଥ ସମାଜ ଗଠନ କରିବା ତଥା ପ୍ଲାଷ୍ଟିକମୁକ୍ତ ଭାରତ ଗଠନ କରିବା ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ। ତେବେ ଧରିତ୍ରୀ ଦ୍ୱାରା ପ୍ଲାଷ୍ଟିକମୁକ୍ତ ଓଡିଶା ଗଠନ ପାଇଁ ଚଳାଇଥିବା ପେପର ବ୍ୟାଗ ସଚେତନତା ପ୍ରୟାସରେ ସଙ୍ଗଠନର କର୍ମକର୍ତ୍ତାମାନେ ସାମିଲ ହୋଇଛନ୍ତି। ସେମାନେ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କୁ ଧରିତ୍ରୀ ପେପର ବ୍ୟାଗ କରି ପ୍ରଦର୍ଶିତ କରି ଲୋକମାନଙ୍କୁ ପଲିଥିନ୍‌ ବ୍ୟବହାର ବନ୍ଦ କରି ପେପରବ୍ୟାଗ ମାଧ୍ୟମରେ ନିଜର ଆବଶ୍ୟକ ପୂରଣ କରିବା ପାଇଁ ସଚେତନ କରୁଛନ୍ତି। ଏଭଳି ଉଦ୍ୟମ ଲାଗି ୨୦୧୭ରେ ରାଜ୍ୟ ସରକାର ସଙ୍ଗଠନକୁ ଭୁବନେଶ୍ୱରଠାରେ ପୁରସ୍କୃତ କରିବା ସହିତ ସମ୍ମାନିତ ମଧ୍ୟ କରିଥିଲେ। ସେହିପରି ୨୦୧୮ରେ ବାଲେଶ୍ୱର ଜିଲାପାଳ, ୨୦୧୯ରେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ସଙ୍ଗଠନକୁ ସମ୍ମାନିତ କରିଥିଲେ। ପୂର୍ବରୁ ସଫେଇ ସମୟରେ ଅଳିଆ ଆବର୍ଜନାଗୁଡିକୁ ଗୋଟାଇ ପୋଡି ଦିଆଯାଉଥିବା ବେଳେ ତାହା ବାୟୁ ପ୍ରଦୂଷଣ ହେଉଥିବାରୁ ସରକାର ପ୍ଲାଷ୍ଟିକଗୁଡିକୁ ନ ପୋଡି ସରକାରଙ୍କୁ ବିକ୍ରି କରିବା ପାଇଁ ଘୋଷଣା କରିବାଠାରୁ ସେମାନେ ବସ୍ତାରେ ଗଚ୍ଛିତ କରି ରଖିଛନ୍ତି। ଗଚ୍ଛିତ ପ୍ଲାଷ୍ଟିକ ଏବେ ୧୦କୁଇଣ୍ଟାଲରୁ ଅଧିକ ହେଲାଣି ା ସେଗୁଡିକୁ ପିଡବ୍ଲ୍ୟୁଡି ବିଭାଗ ଦ୍ୱାରା ସରକାରକୁ ହସ୍ତାନ୍ତର କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ା ସଙ୍ଗଠନର ଆବାହକ ସୁଦର୍ଶନ ମହାପାତ୍ର କୁହନ୍ତି, ସ୍ବଚ୍ଛତା ନିମନ୍ତେ ଏହା ଆମର ସାମାନ୍ୟ ଅବଦାନ। ଧରିତ୍ରୀ ଖବରକାଗଜ ଯେପରି ପ୍ଲାଷ୍ଟିକମୁକ୍ତ ନିମନ୍ତେ ପେପର ବ୍ୟାଗ ତିଆରି ପ୍ରତିଯୋଗିତା କରି ଲୋକମାନଙ୍କୁ ସଚେତନ କରିଛି ତାହା ସ୍ବାଗତଯୋଗ୍ୟ ପଦକ୍ଷେପ। ଆମ କର୍ମକର୍ତ୍ତାମାନେ ପଲିଥିନ ବ୍ୟବହାର ନ କରି ଧରିତ୍ରୀର ଆହ୍ବାନକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ସଚେତନ କରାଉଛନ୍ତି।

ରିପୋର୍ଟ-ଅରୂପ ଦାସ


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୨୭।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟକରୁଥିବା ଲୋକ ସଂଗଠନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଗୁରୁବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ୧୯ ଦଫା...

କଳା ଶୁଣାଇଥାଏ ଜୀବନର ଗାଥା

ବନ୍ତ,୧୨।୧୨(ଡି.ଏନ.ଏ.)- ଜୀବନ ପାଇଁ କଳା ଅପରିହାର୍ଯ୍ୟ। କଳା ସଂସ୍କୃତିରେ ମଣିଷ ଜୀବନର ଅନୁଭବ ହସକାନ୍ଦ ଫେଣ୍ଟି ହୋଇ ରହିଥାଏ। କଳା ପାଇଁ ସାଧନାର ପଥ ବାଛି...

ଡିଭାଇଡରରେ ପିଟି ହୋଇ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଡିଭାଇଡରରେ ବାଇକ୍‌ ପିଟି ହେବାରୁ ୨ ଆରୋହୀଙ୍କ...

ବିପଦରେ ବିଦେଶୀ ବିହଙ୍ଗ

ଢେଙ୍କାନାଳ ଅଫିସ, ୬।୧: ପ୍ରବାସୀ ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠିଛି ନଦୀପଠା, ଜଳାଶୟ। ଆର୍ଦ୍ରଭୂମି ଅଞ୍ଚଳରେ ଦଳଦଳ ହୋଇ ବିଚରଣ କରୁଛନ୍ତି ବିଦେଶୀ ବିହଙ୍ଗ। ଏହାର ସୁଯୋଗରେ...

କେନ୍ଦୁଝର ଜିଲାର ୩ ଗାଁ କଣ୍ଟେନମେଣ୍ଟ, ୧୧ ଗାଁ ବଫର ଜୋନ ଘୋଷଣା

ହାଟଡିହୀ,୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତ ହୀରାପୁର ଗ୍ରାମରେ ରବିବାର ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମାସକ ତଳେ...

ବନୋଜ ବିଶ୍ୱାଳ ଶ୍ରେଷ୍ଠ ମତ୍ସ୍ୟଜୀବୀ

ସଜନାଗଡ଼,୨୫।୧(ଡି.ଏନ.ଏ.)-କୃଷକ ଆମ ଦେଶର ମେରୁଦଣ୍ଡ ସଦୃଶ। ବର୍ତ୍ତମାନ କୃଷି ଉପରେ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣ ମାନର ପରିବର୍ତ୍ତନ ନିମନ୍ତେ ଗୁରୁବାର ଭୁବନେଶ୍ୱର ଜନତା...

‘ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ଐତିହାସିକ’

ଖୋର୍ଦ୍ଧା ଅଫିସ,୪।୧: ଖବରକାଗଜ ବିତରକ (ହକର)ଙ୍କୁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଖୋର୍ଦ୍ଧାରୁ ଶୁଭାରମ୍ଭ ହୋଇଛି। ସୋମବାର ଜିଲା ସଂସ୍କୃତି ଭବନ ପରିସରରେ ସୂଚନା ଓ ଲୋକସମ୍ପର୍କ...

ଆର୍ମି ଇଞ୍ଜିନିୟରଙ୍କୁ ଗୁଳିମାଡ଼

ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟର...

Advertisement
Archives

Model This Week