ରବିଧାନ ପାଇଁ ୧୦ରୁ ଖୋଲିବ ମଣ୍ଡି: ସାମାଜିକ ଦୂରତା, ସାନିଟାଇଜର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ

ରାୟଗଡ଼ା ଅଫିସ,୨୭ା୪: ରାୟଗଡ଼ା ଜିଲାରେ ପୂର୍ବରୁ ୧୩ଟି ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ଏଥର ୪ଟି ଅଧିକ ମଣ୍ଡି ଖୋଲାଯିବ। ସେହି ୪ଟି ନୂଆ ମଣ୍ଡିଗୁଡ଼ିକ ହେଲା ରାମନାଗୁଡ଼ା ବ୍ଲକ ଗୁମୁଡ଼ା, ବିଷମକଟକ ବ୍ଲକ ଗଜମହଲ, ମୁନିଗୁଡ଼ା ବ୍ଲକ କୁମୁଡ଼ାବାଲି, ପଦ୍ମପୁର ବ୍ଲକ ଗୁଡ଼ିଆବନ୍ଧ। ଆସନ୍ତା ୧୦ ତାରିଖରୁ ମଣ୍ଡି ଆରମ୍ଭ ହେବ। ରାୟଗଡ଼ା ଜିଲାରେ ରବି ଋତୁରେ ଧାନ ସଂଗ୍ରହ ପାଇଁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଭାଗୃହରେ ଜିଲାପାଳ ପ୍ରମୋଦ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ସୋମବାର ବସିଥିବା ଜିଲାସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ବିଗତ ବର୍ଷ ୧୪୭୪ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଥିଲେ। ସେଥିରୁ ୮୩୩ ଜଣ ଧାନ ବିକ୍ରି କରିଥିଲେ। ୭୪,୮୦୫ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିଲା। ଚଳିତ ବର୍ଷ ରବିଋତୁରେ ବର୍ତ୍ତମାନ ସୁଦ୍ଧା ୨,୨୨୧ ଜଣ ଚାଷୀ ଜିଲାରେ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୫୨,୨୩୯ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସାରା ବିଶ୍ୱରେ ବର୍ତ୍ତମାନ କୋଭିଡ୍‌-୧୯ କାୟା ବିସ୍ତାର କରିଛି। ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ ହେବ ବୋଲି ଜିଲାପାଳ କହିଛନ୍ତି। ସକାଳ ୬ରୁ ଦିନ ୧୨ ମଧ୍ୟରେ କାର୍ଯ୍ୟ ସମ୍ପାଦନ ହେବ। ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଉପଜିଲାପାଳ ପ୍ରତାପ ଚନ୍ଦ୍ର ବେହେରା, ସହକାରୀ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ, ଜିଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ ରଥ, ମିଲର୍ସ ସଂଘ ସଭାପତି କାଶୀ ନାଇଡୁ, ସମସ୍ତ ଲ୍ୟାମ୍ପ ପରିଚାଳକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ମାନ ପାଇଁ ଲଢ଼େଇ

ବାରିପଦା ଅଫିସ,୧।୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ବାରିପଦା ସଦର ବ୍ଲକରେ ୩୨୨ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଏହି ବ୍ଲକ ଅଧୀନ ଦୁଇଟି ଜିଲାପରିଷଦ...

କରୋନା ପାଇଁ ସିଏମ୍‌ସିର ଟୋଲ୍‌ ଫ୍ରି ନମ୍ବର ଜାରି

କଟକ ଅଫିସ, ୧୯ା୪:ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏହାର ପ୍ରଭାବ କଟକ ଜିଲାରେ ଦେଖିବାକୁ ମିଳିଛି। ରବିବାର କଟକ ଜିଲାରୁ ମୋଟ୍‌ ୧୯୮ ଜଣ...

କୃଷି ବିଭାଗ: ଓଭରସିୟରଙ୍କୁ ଏଏଓକୁ ପଦୋନ୍ନତି

ଭୁବନେଶ୍ୱର,୧୦।୨(ବ୍ୟୁରୋ)- କୃଷି ବିଭାଗରେ କାର୍ଯ୍ୟରତ ଓଭରସିୟରମାନଙ୍କୁ ସହକାରୀ କୃଷି ଅଧିକାରୀ (ଏଏଓ) ଭାବେ ପଦୋନ୍ନତି ଦିଆଯାଇଛି। ଓଡ଼ିଶା କୃଷି ଓ ଖାଦ୍ୟ ଉତ୍ପାଦନ ସେବା (ନିଯୁକ୍ତି...

ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ବିରୋଧ

ବାଲିଆପାଳ, ୧୯।୬(ସ୍ବ.ପ୍ର.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ୬ଟି ପଞ୍ଚାୟତରେ ପ୍ରସ୍ତାବିତ ପେଟ୍ରୋ କେମିକାଲ୍ସ ପ୍ରକଳ୍ପକୁ ସମ୍ପୃକ୍ତ ପଞ୍ଚାୟତର ନିର୍ବାଚିତ ସରପଞ୍ଚ ଏବଂ ସମିତିସଦସ୍ୟମାନେ...

ଗ୍ରହଶାନ୍ତି ପୂଜା କରିବାକୁ ଆସି ବନ୍ଧାହେଲେ ତାନ୍ତ୍ରିକ

ମହାକାଳପଡ଼ା,୫ା୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ଗ୍ରାମରେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଶତ୍ରୁତାକୁ ନେଇ ତାନ୍ତ୍ରିକଙ୍କ ସହଯୋଗରେ ସମସ୍ୟା ସମାଧାନ ଗ୍ରହ ଶାନ୍ତି ପୂଜାର୍ଚ୍ଚନା...

ଆର୍‌ଏମ୍‌ସି ଗୋଦାମରେ ନିଆଁ

ଜୁନାଗଡ,୨୩।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ସହର ସାପ୍ତାହିକ ବଜାରରେ ଥିବା ଆର୍‌ଏମ୍‌ସି ଗୋଦାମରେ ନିଆଁ ଲାଗିଯାଇଥିଲା। ଖବର ପାଇ ଜୁନାଗଡ, ଧର୍ମଗଡ, କୋକସରା, କଲମପୁର ଓ...

ଓଭରବ୍ରିଜ୍‌ ତଳୁ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର,୩୦ା୧(ବ୍ୟୁରୋ): ଖାରବେଳ ନଗର ଥାନା ପୋଲିସ ସତ୍ୟନଗର ଅଞ୍ଚଳରେ ଚଢାଉ କରି ଓଭରବ୍ରିଜ୍‌ ତଳୁ ୫.୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ...

ଦେବଦୂତ ସାଜିଛନ୍ତି ଘନଶ୍ୟାମ

ପାଲଲହଡ଼ା, ୯ା୪(ଡି.ଏନ.ଏ.) କରୋନା ସଂକ୍ରମଣ ଭୟରେ ଲୋକେ ଘରୁ ବାହାରୁ ନ ଥିବାବେଳେ ପଶୁ ପକ୍ଷୀ ଓ ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ଅନୁଗୋଳ ଜିଲା ପାଲଲହଡ଼ା...

Advertisement
Archives

Model This Week