ରଥ ରଙ୍ଗକାମ ଆରମ୍ଭ

ପୁରୀ ଅଫିସ,୨୫।୬: ଶ୍ରୀନଅର ସମ୍ମୁଖ ରଥଖଳାରେ ଚାଲିଛି ରଥକାମ। ରଥଖଳାରେ ପ୍ରଥମ ପର୍ଯ୍ୟାୟ ଭୂଇଁ ଖଞ୍ଜା ସରିବା ପରେ ରଥରେ ଛ’କାଠ ଉଠିଥିଲା। ଏବେ ଦ୍ୱିତୀୟ ଭୂଇଁ ଖଞ୍ଜା କାମ ଚାଲିଛି। ସୋମବାର ସୁଦ୍ଧା ତିନିରଥର ୩୬ ନାହାକ କାଠ ଚଉପଟ ସରିଛି। ବଳକା ୬ କାଠକୁ ମହାରଣାମାନେ ଚଉପଟ କରୁଛନ୍ତି। ଅନ୍ୟପଟେ ସୋମବାରଠାରୁ ରଥରେ ରଙ୍ଗ କାମ ଆରମ୍ଭ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚିତ୍ରକାର ସେବକମାନେ ରଥ ପାର୍ଶ୍ୱ ଦେବଦେବୀଙ୍କ ମୂର୍ତ୍ତିରେ ରଙ୍ଗ ଦେବାରେ ବ୍ୟସ୍ତ ରହିଛନ୍ତି। ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି, ମହାପ୍ରଭୁଙ୍କ ଚକା ବିଜେ ଲାଗି ନଡ଼ିଆ କାଠ ହଣା ଚାଲିଛି। ଚାରି ନାହାକକୁ ଧରି ରଖିବା ପାଇଁ ଚାରିପଟେ ଖିଅ ବାଡ଼ିିଆ କରାଯାଇଛି। ତାଳଧ୍ୱଜ ରଥର ରୂପକାର ପଞ୍ଚାନନ ମହାପାତ୍ର କହିଛନ୍ତି, ପଟାଗୁଜ ଖୋଦେଇ କାମ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପଟାଗୁଜରେ ନରବିରାଳ, ସିଂହବିରାଳ ଓ ଗଜବିରାଳ ଖୋଦେଇ କରାଯାଉଛି। ୩୨ଟି ପଟାଗୁଜ କାମ ସରିଛି। ସେହିପରି ସିଂହାସନ ଓ ନାଟଗୋଡ଼ କାମ ଚାଲିଛି। ନାଟଗୋଡ଼ରେ ଏକ ଅସୁରର ଚିତ୍ର ଏବଂ ସିଂହାସନରେ ଗଛ, ଡାଳି, ପଦ୍ମପାଖୁଡା ଖୋଦେଇ କରାଯାଏ। ପ୍ରଥମ ପର୍ଯ୍ୟାୟରେ ତିନି ରଥର କଣଗୁଜରେ ରଙ୍ଗ ଦିଆଯାଉଛି। ଅନ୍ୟପଟେ ଦୋଳବେଦି କମାରଶାଳରେ କମାର ସେବକମାନେ ଲୁହାକଣ୍ଟା ତିଆରିରେ ବ୍ୟସ୍ତ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୬୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୧୨୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୬୭,୧୦୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

୧୨ ଘଣ୍ଟିଆ ୧୪୪ ଧାରା

ଢେଙ୍କାନାଳ ଅଫିସ, ୫।୫ କରୋନା ପ୍ରଭାବିତ ଢେଙ୍କାନାଳ ଜିଲାକୁ ଅରେଞ୍ଜ ଜୋନ୍‌ରେ ରଖାଯାଇଛି। ଜିଲା ସଦରରେ ଜଣେ ମହିଳାଙ୍କ ନିକଟରୁ ଏପ୍ରିଲ୍‌ ୯ରେ କୋଭିଡ୍‌-୧୯ ଭୂତାଣୁଠାବ...

ଷଡ଼ଯନ୍ତ୍ର ଚାଲିଛି, ଫେରିଲେ ଗୁମର ଖୋଲିବି : ଆକାଶ

ଭୁବନେଶ୍ୱର,୬ା୧୨(ବ୍ୟୁରୋ): ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ପାସେଞ୍ଜର କାର୍‌ ଡିଭିଜନର ପରିଚାଳନା ନିର୍ଦ୍ଦେଶକ ପରିଚୟ ଦେଇ ଗଞ୍ଜାମ ଜିଲା ଗୋପାଳପୁର ଅଞ୍ଚଳର ବହୁ ଯୁବତୀଯୁବକଙ୍କୁ...

ପଶ୍ଚିମବଙ୍ଗରୁ ଫେରିଥିବା୧୬ ଅଗ୍ନିଶମ କର୍ମଚାରୀଙ୍କୁ କରୋନା

ଭୁବନେଶ୍ୱର, ୧୬।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରୁ ବାତ୍ୟା ‘ଅମ୍ଫନ’ ମୁକାବିଲା ସାରି ଫେରିଥିବା ୧୬ଜଣ...

ଭୁବନେଶ୍ୱରରୁ ଆଜି ୩୪୦ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୫୬

ଭୁବନେଶ୍ୱର,୧।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୪୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୫୬...

ପୁଅର ଠେଙ୍ଗା ମାଡରେ ଚାଲିଗଲା ବାପାଙ୍କ ଜୀବନ

ଲହଣୀପଡ଼ା,୨୫।୧୦(ଡି.ଏନ.ଏ): ପୁଅର ଠେଙ୍ଗା ମାଡ଼ରେ ବାପର ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ କୁଡେଇକଳା ପଞ୍ଚାୟତ ଘଣିଘଷା...

ଦିଲ୍ଲୀରୁ ଫେରିବା ପରେ ନିରଞ୍ଜନଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ: ଇତୀଶ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ। ଗତ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାସ୍ତ ହୋଇ ବିରୋଧୀ ଦଳ ଆଖ୍ୟା ପାଇବାରୁ...

ସାଲେପୁର, ନିଶ୍ଚିନ୍ତକୋଇଲି ଅଞ୍ଚଳରୁ ହଟିଲା କଣ୍ଟେନମେଣ୍ଟ

କଟକ ଅଫିସ, ୧୩।୪: କଟକ ଜିଲା ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳରୁ କଣ୍ଟେନମେଣ୍ଟ କଟକଣାକୁ ସୋମବାର ହଟାଇ ଦିଆଯାଇଛି। ସାଲେପୁର ତହସିଲ ମିର୍ଜାପୁର ପଞ୍ଚାୟତ ୧୨...

Advertisement
Archives

Model This Week