Posted inରାଜ୍ୟ

ରଥ ପଥ ଭକ୍ତ ସମସ୍ତେ ପ୍ରସ୍ତୁତ: ନୟାଗଡ଼ରେ ୩ଟା ୩୦ରେ ହେବ ରଥଟଣା

ନୟାଗଡ଼ ଅଫିସ,୩।୭: ଗୁରୁବାର ଘୋଷଯାତ୍ରା। ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ନୟାଗଡ଼ ସହର ଓଲ୍ଡଟାଉନ୍‌ଠାରେ ଥିବା ଜଗନ୍ନାଥ ମନ୍ଦିର ଚଳଚଞ୍ଚଳ ହୋଇପଡ଼ିଛି। ରଥରେ କାରିଗର ସେମାନଙ୍କର ଶେଷ ସ୍ପର୍ଶ ଦେଇଥିବାବେଳେ ଭକ୍ତମାନେ ଅପେକ୍ଷା କରିଛନ୍ତି ଗୁରୁବାର ରଥଟଣାର ସେହି ପବିତ୍ର ମୁହୂର୍ତ୍ତକୁ। ସର୍ବୋପରି ରଥ, ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ ହୋଇ ରହିଛନ୍ତି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖିବା ପାଇଁ ।
୧ଟା ୩୦ରେ ହେବ ଛେରାପହଁରା

ଅପରାହ୍ନ ୧ଟା ୩୦ରେ ରାଜା ରାମେଶ୍ୱର ପ୍ରତାପ ସିଂ ମାନ୍‌ଧାତା ଛେରାପହଁରା କରିବେ ବୋଲି ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁ ପ୍ରକାଶ କରିଛନ୍ତି। ଗୁରୁବାର ପୂର୍ବାହ୍ନ ୯ଟାରେ ରଥପ୍ରତିଷ୍ଠା, ୧୦ଟା ୩୦ରେ ପହଣ୍ଡି ବିଜେ ଓ ୩ଟା ୩୦ରେ ରଥଟଣା ହେବ। ଜଗନ୍ନାଥ, ବଳଭଦ୍ରଙ୍କ ରଥରେ ୧୨ଟି ଲେଖାଏ ଚକ ଲାଗିଥିବା ବେଳେ ସୁଭଦ୍ରାଙ୍କ ରଥରେ ୮ଟି ଚକ ଲଗାଯାଇଛି।
ସୁରକ୍ଷା ପାଇଁ ୧ ପ୍ଲାଟୁନ୍‌ ଫୋର୍ସ
ରଥଯାତ୍ରାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ୧.୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ଜଣେ ଡିଏସ୍‌ପି, ୨ ଜଣ ଇନ୍ସପେକ୍ଟର, ୧୫ ଜଣ ଏସ୍‌ଆଇ ଓ ଏଏସ୍‌ଆଇ, ହାବିଲଦାର, କନ୍‌ଷ୍ଟେବଳ ଓ ହୋମଗାର୍ଡ଼ଙ୍କୁ ନିଯୁକ୍ତି କରାଯାଇଥିବା ଡିଆଇବି ଡିଏସ୍‌ପି ସୁବାସ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି।
ପୁରୀକୁ ଯିବ ତିନୋଟି ସ୍ବତନ୍ତ୍ର ଟ୍ରେନ୍‌
ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ନୟାଗଡ଼ ଟାଉନ ଷ୍ଟେଶନରୁ ୩ଟି ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ସେହିଭଳି ପ୍ରତିଦିନ ଭଳି ପୁରୀକୁ ଯାଉଥିବା ୨ ଟ୍ରେନ୍‌ ମଧ୍ୟ ଚଳାଚଳ କରିବ। ଫଳରେ ୫ଟି ଟ୍ରେନ୍‌ରେ ନୟାଗଡ଼ ଟାଉନ ଷ୍ଟେଶନରୁ ଯାତ୍ରୀମାନେ ପୁରୀକୁ ରଥଯାତ୍ରା ଦେଖିବାକୁ ଯାଇପାରିବେ। ଗୁଣ୍ଡିଚାଯାତ୍ରା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଏବଂ ସୁନାବେଶ ଦିନ ନୟାଗଡ଼ ଟାଉନ ଷ୍ଟେଶନରୁ ପୁରୀକୁ ଯିବା ପାଇଁ ତିନୋଟି ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୦ଟା ୨୦ରେ ପ୍ରଥମ ଟ୍ରେନ୍‌ , ଅପରାହ୍ନ ୨ଟା ୩୦ରେ ଦ୍ୱିତୀୟ ଟ୍ରେନ୍‌ ଓ ସନ୍ଧ୍ୟା ୭ଟାରେ ତୃତୀୟ ଟ୍ରେନ୍‌ ନୟାଗଡ଼ ଟାଉନ ଷ୍ଟେଶନରୁ ଖୋର୍ଦ୍ଧାରୋଡ଼କୁ ଯିବ । ଏହାପରେ ସେଠାରୁ ଅନ୍ୟ ଟ୍ରେନ୍‌ରେ ଯାତ୍ରୀମାନେ ପୁରୀକୁ ଯାଇପାରିବେ ବୋଲି ସୂଚନା ମିଳିଛି। ସେହିଭଳି ସବୁଦିନ ପରି ସକାଳ ୫ଟା ଓ ୯ଟା ୨୦ ରେ ପୁରୀକୁ ଟ୍ରେନ୍‌ ଚଳାଚଳ କରାଯିବ ବୋଲି ନୟାଗଡ଼ ଟାଉନ ଷ୍ଟେଶନ ମାଷ୍ଟର ଶାନ୍ତନୁ କୁମାର ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଇଯାନ୍ତୁ ସତର୍କ…ଅନଶନ ଭାଙ୍ଗିବା ପରେ କାହିଁକି ଏମିତି ଅପିଲ୍‌ କଲେ ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୨୪।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୬ ଦିନ ଧରି ପେପର ଲିକ ପ୍ରସଙ୍ଗରେ ଅନଶନରେ ବସିଥିଲେ। କିନ୍ତୁ ଏବେ ଏହାକୁ ସମାପ୍ତ କରିଛନ୍ତି। ଗୁରୁବାର…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ଏହି ପ୍ରସଙ୍ଗରେ ଜବାବ ରଖିଲେ ନବୀନ-ପାଣ୍ଡିଆନ୍‌: ରାଜନୈତିକ ଉଦ୍ଦେଶ୍ୟ…

ଭୁବନେଶ୍ୱର,୨୪।୭(ତ୍ରିନାଥ ମହାନ୍ତି):ତତ୍କାଳୀନ ୫ଟି ସଚିବ ଥିବା ଭିକେ ପାଣ୍ଡିଆନଙ୍କ ହେଲିକପ୍ଟରରେ ବୁଲିବା ଖର୍ଚ୍ଚ ମାମଲାରେ କୋର୍ଟରେ ଜବାବ ରଖିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପାଣ୍ଡିଆନ।…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ସପ୍ତାହେ ଯାଏ ଛେଚିବ: ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୪ା୭ (ବନ୍ଦନା ସେଠୀ):ସମୁଦ୍ର ପତ୍ତନରେ ଜାରି ରହିଥିବା ଟ୍ରଫ୍‌ ଲାଇନ୍‌ ପ୍ରଭାବରେ ରାଜ୍ୟରେ ଆହୁରି ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ସମ୍ଭାବନା ରହିଛି। ସେହିପରି…

ଅନଶନ ଭାଙ୍ଗିବା ପରେ ଏମିତି କହିଦେଲେ ସୋନମ ଓ୍ବାଙ୍ଗଚୁକ୍‌: ମୁଁ ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୪।୭:ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ପାଇବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri