ରଥଯାତ୍‌ରା ଉଧେ ସଜବାଜ ବଇଠକ୍‌

ବିନିକା,୫ା୬(ଡି.ଏନ୍‌.ଏ): ଫିବଛର ଲେଖେଁ ଚଲତି ବଛର ବି ବିନିକା ଏନ୍‌ଏସି ଅଂଚଲରେ ଆଏବାର ଜୁଲାଇ ୪ ତାରିଖ ଗୁରୁବାର ରଥଯାତ୍‌ରା ପାଲନ ହେବା। ଇଥର ପରଭୁ ଜଗନ୍ନାଥ, ବଳଭଦ୍ର ଆର ମାତା ସୁଭଦ୍ରା ନୂତନ ରଥରେ ବସି ଯାତ୍‌ରା ସମିଆରେ ଅଂଚଲବାସୀକୁ ଦରଶନ ଦେବେ। ଇ ବାବ୍‌ଦେ ମଙ୍ଗଲବାର ବିନିକା ଏନ୍‌ଏସି ସଭାକୁଠିଥି ଚଲତି ବଛର ରଥଯାତ୍‌ରାର ସଜବାଜ ବଇଠକ୍‌ ଅନୁଷ୍‌ଠିତ ହେଇଯାଇଛେ। ବୀରମହାରାଜପୁର ଉପ-ଜିଲାପାଲ ତଥା ବିନିକା ଏନ୍‌ଏସି ପରଶାସକ ସୁବ୍ରତ କୁମାର ବେହେରା ବଇଠକ୍‌ରେ ଅଧ୍ୟକ୍ଷତା କରିଥିଲେ। ବଇଠକ୍‌ରେ ବିନିକା ତହସିଲଦାର ଅଲେଖ ଘୁଟା, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଦୁଃଖିରାମ ନାଏକ, ବିନିକା ଏନ୍‌ଏସିର କାଉନ୍‌ସିଲ ସଭ୍ୟା/ସଭ୍ୟ ଆର ପୁରନା ରଥଯାତ୍‌ରା କମିଟିର ସଭ୍ୟମାନେ ଯୋଗଦେଇଥିଲେ। ପୁରାତନ ଲୁକ୍‌କର କହେବାର ହିସାବେ ବିନିକା ଅଂଚଲରେ ୧୨୩୦ ମସିହାନୁ ରଥଯାତ୍‌ରା ପାଲିତ ହେଇ ଅସୁଛେ। ହେଲେ ଇଥର ରଥଯାତ୍‌ରାଟା କେନ୍‌ଥେଇ ଜାକ୍‌ଜମକରେ ହେବା ସେ ଦିଗେ ବଇଠକ୍‌ରେ କଥାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା…. 

ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri