ରଥଯାତ୍ରା ପ୍ରସଙ୍ଗ: ପୁନର୍ବିଚାର ପରେ ଆଇନଗତ ପଦକ୍ଷେପ ନେବେ ସରକାର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ପୁରୀ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନ କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍‌ ୧୮ ତାରିଖରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ପାଳନ କରିବା ପାଇଁ ରାଜ୍ୟ ସରକାର ସେହିଦିନ କ୍ୟାବିନେଟ୍‌ ବୈଠକରେ ନିଷ୍ପତ୍ତି ନେଇଥିଲେ। ତେବେ ଏହି ନିଷ୍ପତ୍ତି ଜଗନ୍ନାଥପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି କରିଛି। ରଥଯାତ୍ରା କରିବା ପାଇଁ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି, ଛତିଶା ନିଯୋଗ ଏବଂ ବିଭିନ୍ନ ମହଲରୁ ଦାବି କରାଯାଉଛି। ଆସନ୍ତା ୨୩ତାରିଖରେ ରଥଯାତ୍ରା କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗ ବୈଠକ ପରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଗଜପତିଙ୍କ ଅନୁରୋଧ ପରେ ରାଜ୍ୟ ସରକାର ଆଇନ ଅନୁଯାୟୀ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ସୁପ୍ରିମ୍‌କୋର୍ଟଙ୍କ ପୁନର୍ବିଚାର ରାୟ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ରଥଯାତ୍ରା ବନ୍ଦ କରିବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ମୂଳ ରିଟ୍‌ ପିଟିଶନ (ନଂ.୫୭୧/୨୦୨୦)ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରଥଯାତ୍ରା ବନ୍ଦ କରିବାକୁ ରାୟ ପ୍ରକାଶ କରିବା ପରେ ଏହାକୁ ବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ପକ୍ଷରୁ ବିରୋଧ କରାଯାଇଥିଲା। ଏପରିକି ଏହି ରାୟ ପରିବର୍ତ୍ତନ କରିବାକୁ ଏକାଧିକ ରିଭ୍ୟୁ ପିଟିଶନ ଦାଖଲ କରାଯାଇଛି। ସୁପ୍ରିମକୋର୍ଟରେ ସୋମବାର ଏହାର ଶୁଣାଣି ହେବ। ତେବେ ମୁଖ୍ୟମନ୍ତ୍ରୀଙ୍କୁ ଗଜପତି ମହାରାଜାଙ୍କ ଅନୁରୋଧ ପରେ ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ରଥଯାତ୍ରା କରିବାକୁ ସୁପ୍ରିମକୋର୍ଟରେ ୩ଟି ଇଣ୍ଟରଭେନ୍‌ଶନ୍‌ ଆବେଦନ କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ସେବାୟତ ଏବଂ ପୋଲିସ ପ୍ରଶାସନ ସହାୟତାରେ ରଥ ଟାଣିବାକୁ ଆବେଦନକାରୀ ପିଟିଶନ ମାଧ୍ୟମରେ ଦର୍ଶାଇଥିଲେ। ତେବେ କୋଭିଡ-୧୯ ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରଥଯାତ୍ରା ପାଇଁ ଅନୁମତି ନ ଦେବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଜଣାଇଥିଲେ। ସରକାର ଏହି ମହାମାରୀକୁ ଏ ପର୍ଯ୍ୟନ୍ତ ସଫଳତାର ସହ ମୁକାବିଲା କରି ଆସିଛନ୍ତି। ରାଜ୍ୟକୁ ୫ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକେ କ୍ୱାରାଣ୍ଟାଇନ ଅବଧି ଶେଷ କରି ଘରକୁ ଫେରିଛନ୍ତି। ମୌସୁମୀ ଆସିଥିବାରୁ ଜୁନ୍‌ ଓ ଜୁଲାଇ ମାସରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ମାତ୍ରାରେ ରହିଛି। ଏହି ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଲକ୍ଷାଧିକ ଲୋକଙ୍କ ଜୀବନ ଗଲାଣି। ଲୋକମାନଙ୍କ ସମାଗମ ହେଲେ ଏହା ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଜନସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସର୍ବୋଚ୍ଚ ନ୍ୟାୟାଳୟ ରଥଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

ବରଗଡ଼ରେ ଚାଞ୍ଚଲ୍ୟ: ନୂଆଖାଇ ପୂର୍ବରୁ ସ୍ତ୍ରୀଙ୍କୁ ପିଟିପିଟି ମାରିଲେ ସ୍ବାମୀ

ଅତାବିରା,୧୪।୯(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅମ୍ଳିପାଲି ପଞ୍ଚାୟତ ଗଡତିଆଟିକ୍ରା ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ପିଟିପିଟି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ…

ପୁଣି ବଡ଼ ଆନ୍ଦୋଳନ, ମହାରାଷ୍ଟ୍ର ସରକାରଙ୍କୁ ଘେରିବ CJP! ଅଭିଜିତ ଦୀପକେ କହିଲେ..

ମୁମ୍ବାଇ,୧୪ା୯: ଆନ୍ଦୋଳନ ନେଇ ବଡ଼ ଘୋଷଣା କଲା ସିଜେପି । ନିଟ୍‌ ପେପର ଲିକ୍‌ ମାମଲାକୁ ନେଇ ଦିଲ୍ଲୀର ଜନ୍ତର ମନ୍ତରରେ ବିକ୍ଷୋଭ ପରେ ଏବେ ମହାରାଷ୍ଟ୍ରର…

ଓରାଙ୍ଗଉଟାନକୁ ପୁଣି ଜ୍ୱର: ଡାକ୍ତରୀ ଟିମ୍‌ ସଜାଗ

ବାରଙ୍ଗ,୧୪।୧୦(ଲିଙ୍ଗରାଜ ରାଉତ): ବାଲେଶ୍ବରରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିବା ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣେ ଜ୍ବରରେ ଆକ୍ରାନ୍ତ ହୋଇଛି। ଉକ୍ତ ଓରାଙ୍ଗଉଟାନଟି ଆସିବା ଦିନଠାରୁ ଜ୍ବରରେ ଆକ୍ରାନ୍ତ ହୋଇଥିବାର…

ଭାଜପାକୁ ବଡ଼ ଝଟକା, ଦଳ ଛାଡି କଂଗ୍ରେସରେ ମିଶିଲେ ବିଧାୟକ

ବେଙ୍ଗାଲୁରୁ,୧୪।୯: ଭାଜପାର ପୂର୍ବତନ ବିଧାୟକ ତଥା ଦଳର ରାଜ୍ୟ ଓବିସି (OBC) ମୋର୍ଚ୍ଚା ସଭାପତି ଏନ.ଏଲ. ନରେନ୍ଦ୍ର ବାବୁ ରବିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ‘ଭାରତ ଯୋଡ଼ୋ’…

ମହାନଦୀକୁ ଗାଧୋଇବାକୁ ଯାଇଥିଲେ ୩ ଯୁବକ, ହଠାତ୍‌ ଗଲେ ଭାସି: ଆଉ ତା’ପରେ…

ବାଙ୍କୀ,୧୪।୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତସ୍ଥିତ ଘୋଡାବର ଗ୍ରାମ ନିକଟସ୍ଥ ମହାନଦୀରେ ଗାଧୋଇବାକୁ ଯାଇ ୩ ଜଣ ଯୁବକ ଭାସି ଯାଇଥିବା ବେଳେ ଦୁଇଜଣ…

ଆସିଲା ବଡ଼ ଖବର: ପୁଣି ବଢ଼ିବ LPG ସିଲିଣ୍ଡର ଦାମ୍‌! ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୪।୯: ସମଗ୍ର ବିଶ୍ୱ ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧର ପ୍ରଭାବ ବହନ କରୁଛି। ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେବା ଯୋଗୁଁ ଇନ୍ଧନ ମୂଲ୍ୟ…

ଗଣେଶ ଚତୁର୍ଥୀରେ ହଠାତ୍ କମିଗଲା ସୁନା ଦର, ରୁପା ବି ହେଲା ଶସ୍ତା

ନୂଆଦିଲ୍ଲୀ,୧୪ା୯: ସୁନା ଓ ରୁପା ଦରରେ ଗତ କିଛି ଦିନ ହେବ ଉତ୍‌ଥାନ-ପତନ ଲାଗି ରହିଛି । ସେପ୍ଟେମ୍ବର ୧୪, ଗଣେଶ ଚତୁର୍ଥୀ ଅବସରରେ ସୁନା କିଣିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?