ରଥଯାତ୍ରା ପାଇଁ ଟ୍ରାଫିକ୍‌ କଟକଣା: ଏନ୍‌ଏଚ୍‌ରେ ୨୪ ଘଣ୍ଟିଆ ପାଟ୍ରୋଲିଂ, ଦୁର୍ଘଟଣା ଗାଡ଼ି ଉଠାଇବା ପାଇଁ ରହିବ କ୍ରେନ୍‌

କଟକ ଅଫିସ, ୨।୭-ଆସନ୍ତା ୪ ତାରିଖରେ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। କେବଳ ପୁରୀ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳନ ହେବାକୁ ଯାଉଛି। କଟକରେ ରଥଯାତ୍ରା ପାଳନ ପାଇଁ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଏହା କିପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି। ମୁଖ୍ୟତଃ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍‌ ଏବଂ ପାର୍କିଂକୁ ଶୃଙ୍ଖଳିତ କରିବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ରାଣୀହାଟ ରଥଯାତ୍ରା ପାଇଁ ଓଏମ୍‌ପି ଛକରୁ ୩ ଚକିଆ କିମ୍ବା ୪ ଚକିଆ ଯାନବାହନଗୁଡ଼ିକ ସିଡିଏ ମାର୍କେଟ ଛକ ଦେଇ ରାଣୀହାଟ କିମ୍ବା ଏସ୍‌ସିବି ମେଡିକାଲ ଯାଇପାରିବେ ନାହିଁ। ସେମାନଙ୍କୁ ଯୋବ୍ରା ଛକ ଦେଇ ଆସିବାକୁ କୁହାଯାଇଛି। ରଥଯାତ୍ରା ସମୟରେ କଲେଜ ଛକଠାରୁ କୌଣସି ଯାନବାହନ ରାଣୀହାଟ ହିନ୍ଦ ସିନେମା ହଲ୍‌ ଛକ ଆଡକୁ ଯାଇପାରିବେ ନାହିଁ। ସେହିପରି ରଥ ଜଗନ୍ନାଥ ମନ୍ଦିର ଏବଂ ମାଉସୀ ମା’ ମନ୍ଦିରରେ ଥିବାବେଳେ କୌଣସି ଯାନବାହନ ରାଣୀହାଟ ହାଇସ୍କୁଲ ଛକ ଦେଇ କଲେଜ ଛକ ଯାଇପାରିବେ ନାହିଁ। ସେହିପରି ତେଜେଶ୍ୱର ରାୟ ଛକଠାରୁ କୌଣସି ଯାନବାହନ ମୋଚିସାହି ଛକ ଆଡକୁ ଯାଇପାରିବେ ନାହିଁ।

ଚାନ୍ଦିନଚୌକ ରଥଯାତ୍ରା ପାଇଁ ରଥ କାଫଲା ଛକ ନିକଟରେ ଥିବାବେଳେ ମାହାନ୍ତିପଡ଼ା ଛକଠାରୁ କୌଣସି ଯାନବାହନ ଚାନ୍ଦିନଚୌକ ଆଡକୁ ଆସିପାରିବ ନାହିଁ। ଗାଡ଼ିଗୁଡ଼ିକୁ ସତୀଚଉରା ଛକ ଦେଇ ଯିବାକୁ କୁହାଯାଇଛି। ସେହିପରି ହନୁମାନ ମନ୍ଦିର, ଗୁରୁ ମହାନ୍ତି ଛକଠାରୁ କୌଣସି ଯାନବାହନ ଚାନ୍ଦିନଚୌକ ଆଡକୁ ଯାଇପାରିବ ନାହିଁ। ତେବେ ପୁରୀ ରଥଯାତ୍ରା ଦେଖିବାକୁ ଯାଉଥିବା ଭକ୍ତମାନଙ୍କ ପାଇଁ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ୧୬ ନମ୍ବର ଜାତୀୟ ରାଜପଥରେ ରଥଯାତ୍ରା ଦିନ ୨୪ ଘଣ୍ଟା ପାଇଁ ପୋଲିସ ମୁତୟନ ରହିବେ। ୨୪ ଘଣ୍ଟିଆ ପାଟ୍ରୋଲିଂର ବ୍ୟବସ୍ଥା କରାଯାଇଥିବା ବେଳେ କୌଣସି ଦୁର୍ଘଟଣା ଘଟିଲେ ଗାଡ଼ିଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ହାଇଡ୍ରା କ୍ରେନର ବ୍ୟବସ୍ଥା କରାଯାଇଛି। କୌଣସି ଅସୁବିଧା ହେଲେ ଭକ୍ତମାନଙ୍କୁ ପୋଲିସ ସହାୟତା ନମ୍ବର ୧୦୦ ଏବଂ ଟ୍ରାଫିକ ସହାୟତା ନମ୍ବର ୧୦୯୫ରେ ଯୋଗାଯୋଗ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri