Advertisement
Posted inଜାତୀୟ

ରଥଟାଣି ପୁଣି ବିବାଦରେ ନୁସରତ

କୋଲକାତା,୪।୭: ଅଭିନେତ୍ରୀରୁ ଏମ୍‌ପି ହୋଇଥିବା ନୁସରତ ଜହାଁ ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଗୁରୁବାର ଶ୍ରୀଗୁଣ୍ଡିଚା ଅବସରରେ ସେ କୋଲକତାରେ ଆୟୋଜିତ ରଥଯାତ୍ରା ଉତ୍ସବରେ ମୁଖ୍ୟ ଅତିଥି ହୋଇଛନ୍ତି। କେବଳ ସେତିକି ନୁହେଁ ମଥାରେ ସିନ୍ଦୁର ପିନ୍ଧି ଓଢଣା ଦେଇ ସେ ଜଗନ୍ନାଥଙ୍କ ଆଳତି ମଧ୍ୟ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଉପସ୍ଥିତିରେ ସେ ରଥ ମଧ୍ୟ ଟାଣିଛନ୍ତି। ତେବେ ମମତା ମୁସଲମାନଙ୍କ ସହ ଇଦ୍‌ରେ ସାମିଲ ହେଉଥିବା ବେଳେ ନୁସରତ ରଥଯାତ୍ରାରେ ସାମିଲ ହେବାରେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି। କାରଣ ମନରେ ଭକ୍ତି ଥିଲେ ଈଶ୍ୱର ଅଲଗା ନୁହେଁ ବୋଲି ସେ ଖବରଦାତାଙ୍କୁ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ନୁସରତ ନିଖିଲ ଜୈନଙ୍କୁ ବିବାହ କରିଥିବା ବେଳେ ହାତରେ ଚୁଡି, ମଥାରେ ସିନ୍ଦୁର ଓ ଗଳାରେ ମଙ୍ଗଳସୂତ୍ର ପିନ୍ଧି ଶପଥ ଗ୍ରହଣ ଉତ୍ସବରେ ସଂସଦ ପହଞ୍ଚିଥିବାରୁ ତାଙ୍କର ଏହି ବେଶଭୂଷାକୁ ନେଇ ଫତଓ୍ବା ଜାରି କରାଯାଇଥିଲା। ଯାହାର କଡା ଯବାବ ରଖିଥିଲେ ନୁସରତ।


Enter your email to get our daily news in your inbox.

All Right Reserved By Dharitri.Com

ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୫: ଗୁଜରାଟର ଭରୁଚଠାରେ ଗୁରୁବାର ଆୟୋଜିତ ‘ଉତ୍କର୍ଷ ସମରୋହ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏହି ସମୟରେ ସେ ହିତାଧିକାରୀମାନଙ୍କ...

ସୁଷମାଙ୍କ ଅନ୍ତିମ ଯାତ୍ରା ଆରମ୍ଭ, ରାଜନାଥ-ନଡ୍ଡା ଦେଲେ କାନ୍ଧ

ନୂଆଦିଲ୍ଲୀ, ୭।୮: ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି। ଭାଜପା କାର୍ଯ୍ୟାଳୟରୁ ତାଙ୍କ ମୃତ୍ୟୁ...

ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସେବା ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୦।୧୨: ବେସାମରିକ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଚଳାଚଳ ସମୟ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଡିସେମ୍ବର ୧୫ ରୁ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ...

ମସଜିଦ କମ୍ପ୍ଲେକ୍ସରେ ଶିବଲିଙ୍ଗ ଥିବା ଦାବି

ବାରାଣସୀ,୧୬।୫: ବାରାଣସୀର ଜ୍ଞାନବାପି ମସଜିଦ କମ୍ପ୍ଲେକ୍ସ ସର୍ବେକ୍ଷଣ ସମୟରେ ପ୍ରାୟ ୧୨ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶିବଲିଙ୍ଗ ମିଳି ଥିବା ହିନ୍ଦୁ ପକ୍ଷ...

ୟୁକ୍ରେନରୁ ଫେରିବା ପରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଛାତ୍ର

ନୂଆଦିଲ୍ଲୀ,୩।୩: ସମୟ ଥାଉ ଥାଉ ବିବାଦୀୟ ଜୋନରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନ ନେଇ ଫୁଲ ବାଣ୍ଟିବା ଭଳି ଅଙ୍ଗଭଙ୍ଗୀ ମୂଲ୍ୟହୀନ। ଏଭଳି...

ରାଜୀବ କୁମାରଙ୍କୁ ଆଶ୍ୱସ୍ତି: ମିଳିଲା ଆଗୁଆ ଜାମିନ

କୋଲକାତା,୧।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଶାରଦା ଚିଟଫଣ୍ଡ ମାମଲାରେ...

ରାଜନୀତିରୁ ସନ୍ୟାସ ନେବେ ଆଣ୍ଟୋନି, ସୋନିଆଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ,୯।୩ : କଂଗ୍ରେସରୁ ଜଣେ ବରିଷ୍ଠ ନେତା ବିଦାୟ’ନେବାକୁ ଯାଉଛନ୍ତି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଏ.କେ ଆଣ୍ଟୋନି ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଏକ...

ହିଂସା ମାମଲାକୁ ନେଇ କୃଷକ ନେତାଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀରେ ୨୬ ଜାନୁୟାରୀରେ ହୋଇଥିବା ହିଂସା ମାମଲାକୁ ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପ୍ରାୟ ୧୨ ଜଣ କୃଷକ ନେତାଙ୍କୁ ନୋଟିସ...

Advertisement
Archives

Model This Week