ରଥଟଣା ଆରମ୍ଭ: ଗୁଣ୍ଡିଚା ମନ୍ଦିର ଅଭିମୁଖେ ବଡ ଠାକୁର ବଳଭଦ୍ରଙ୍କ ରଥ

ପୁରୀ ଅଫିସ, ୨୩।୬: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଛେରା ପହଁରା ଶେଷ ହେବା ପରେ ଆରମ୍ଭ ହୋଇଛି ରଥଟଣା। ନିର୍ଦ୍ଧାରିତ ସମୟର ସମୟର ମାତ୍ର ୨ ମିନିଟ ପୂର୍ବରୁ ଅର୍ଥାତ୍‌ ୧୧ଟା ୫୮ରେ ରଥଟଣା ଆରମ୍ଭ ହୋଇଛି। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଗଡିଛି। ୧୧ଟା ୪୫ରେ ଗଜପତି ମହାରାଜାଙ୍କ ଛେରା ପହଁରା ସରିବା ପରେ ଚାଳମାଳ ଫିଟାଯାଇ ଘୋଡ଼ା ବନ୍ଧାଯାଇଥିଲା। ଏହାପରେ ବିଧି ମୁତାବକ ବଳଭଦ୍ରଙ୍କ ରଥକୁ ସେବାୟତମାନେ ଟାଣିଛନ୍ତି। ପରେ ଦେବୀ ସୁଭଦ୍ରାଙ୍କ ଓ ଶେଷରେ ନନ୍ଦିଘୋଷ ରଥ ଟଣାଯିବ।

କରୋନା କଟକଣା ପାଇଁ ଏଥର ଭକ୍ତଙ୍କୁ ବଡ଼ଦାଣ୍ଡକୁ ଯିବାକୁ ବାରଣ କରାଯାଇଛି । କେବଳ ନିର୍ଦ୍ଧାରିତ ସଂଖ୍ୟକ ସେବାୟତଙ୍କୁ ନେଇ ଅନୁଷ୍ଠିତ ହେଉଛି ରଥଯାତ୍ରା। ତଥାପି ପରମ୍ପରା ଅନୁସାରେ ଚାଲିଛି ମହାପ୍ରଭୁଙ୍କ ଘୋଷଯାତ୍ରା ନୀତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ, କେନ୍ଦ୍ର ସରକାର ସବୁକ୍ଷେତ୍ରରେ ବିଫଳ: କଂଗ୍ରେସ

ଅମରପାଲି, ୧୯।୬(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା କଂଗ୍ରେସ ତରଫରୁ ନବସଂକଳ୍ପ ଶିବିରର ଜିଲାସ୍ତରୀୟ କର୍ମଶାଳା ଶନିବାର ବୀରମହାରାଜପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ବୀରମହାରାଜପୁର ବ୍ଲକ କଂଗ୍ରେସ...

ବେଆଇନ ପାହାଡ଼ ବ୍ଲାଷ୍ଟିଂକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୭।୧୧: ନୟାଗଡ଼ ଜିଲାରେ ୧୫ଟି କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଖଣିରେ ବେଆଇନ ଖନନ ଓ ବିସ୍ଫୋରଣରେ ଲଗାମ ନ...

ଫୁଟ୍‌ବଲ ବେଟିଂ ଆପ୍‌ ଠକେଇ ମାମଲା : ଦୁବାଇ ମାଷ୍ଟରମାଇଣ୍ଡ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର

ଭୁବନେଶ୍ୱର,୧୦।୩(ବ୍ୟୁରୋ): ଫୁଟବଲ୍‌ ବେଟିଂ/ଗେମିଙ୍ଗ୍‌ ଆପ୍‌ (18football.com)ରେ ଦେଶବ୍ୟାପୀ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଠକେଇ ଘଟଣାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଜାରି...

ଲୁଗା ସୁଖାଇବା ହେଲା କାଳ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜେଜେ ମା ଓ ନାତୁଣୀ ମୃତ

ରାୟଗଡା ଅଫିସ,୨୫।୬-ରାୟଗଡ଼ା ସହରସ୍ଥିତ ତୁମ୍ବିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁବାର ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକ...

ଭଦ୍ରକ ଜିଲା ଚିଠି: ସ୍ମାର୍ଟସିଟି ଭେଳିକି

ସହର ହେବ ସ୍ମାର୍ଟସିଟି। ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଏହି ସୂଚନା ଦିଆଯିବା ପରେ ସହରବାସୀ ଏହାକୁ ସ୍ବାଗତ କରିଥିଲେ। ୪ ମାସ ତଳେ ପ୍ରାଥମିକ...

ଏନ୍‌ଏସି ହେଲେ ଜଳନ୍ତା ବିକାଶ ବତି

ବଇଣ୍ଡା,୬ା୧୦(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡାକୁ ଏନ୍‌ଏସି (ବିଜ୍ଞପିତ ଅଞ୍ଚଳ ପରିଷଦ) ଘୋଷଣା କରାଯାଉ ନାହିଁ। ଏ ନେଇ ଦୀର୍ଘ...

ଫାର୍ମ ହାଉସ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ପାଣିକୋଇଲି,୧୨।୨(ଡି.ଏନ.ଏ.): ପାଣିକୋଇଲି ଥାନା ପାଣିକୋଇଲି ପଞ୍ଚାୟତ ଅନ୍ତର୍ଗତ ମଣିପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ଫାର୍ମ...

ପୌରପାଳିକା ମୁଣ୍ଡରେ ଅଳିଆ ବୋଝ

ଅନୁଗୋଳ ଅଫିସ୍‌, ୨୧ା୭ ଅନୁଗୋଳ ପୌରପାଳିକା ମୁଣ୍ଡରୁ ହଟୁନି ସହରର ଅଳିଆ ଚିନ୍ତା। କେତେବେଳେ ଆବର୍ଜନା ପକାଇବାକୁ ନେଇ କେଉଁଠୁ ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି...

Advertisement
Archives

Model This Week