ରଥକାଠ ପାଇଁ ଗଛ କଟା ଅନୁକୂଳ: ଜାନୁୟାରୀ ୬ରେ ନୟାଗଡ଼ ଯିବେ ୫ ଜଣିଆ ଟିମ୍‌

ପୁରୀ ଅଫିସ, ୨୫ା୧୨:ଆସନ୍ତା ରଥଯାତ୍ରା ପାଇଁ ସଜବାଜ ହେଲାଣି ଶ୍ରୀମନ୍ଦିର। ପରମ୍ପରା ଅନୁଯାୟୀ, ଗଣିଆର ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ଏବଂ ହୋମଯଜ୍ଞ ପରେ ରଥ ପାଇଁ କାଠ କାଟିବା ଅନୁକୂଳ ହୋଇଥାଏ। ଏଥିପାଇଁ ଆସନ୍ତା ଜାନୁୟାରୀ ୬ ତାରିଖରେ ଶ୍ରୀମନ୍ଦିରର ୫ ଜଣିଆ ଟିମ୍‌ ନୟାଗଡ଼ ଗସ୍ତ କରିବେ ବୋଲି ଜଣାପଡିଛିି। ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱରେ ଏହି ଟିମ୍‌ରେ ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ଭୋଇ ସର୍ଦ୍ଦାର ରବି ଭୋଇ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଏବଂ ନନ୍ଦିଘୋଷ ରଥର ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର ଯିବାର କାର୍ଯ୍ୟକ୍ରମ ରହିଛିି। ଏମାନେ ସାଥିରେ ମାଳ ମାହାର୍ଦ୍ଦ, ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଧୂପ, ଦୀପ, ନଡ଼ିଆ ପ୍ରଭୃତି ନେଇଯିବେ। ୭ ତାରିଖରେ ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ ପାଇଁ କାଠ କଟା ଶୁଭାରମ୍ଭ ହେବ ବୋଲି ଜଣାପଡିଛିି। ରଥ ସଂହିତା ଅନୁଯାୟୀ ତିନିରଥ ନିର୍ମାଣ ଲାଗି ୮୬୫ ଖଣ୍ଡ କାଠ ଆବଶ୍ୟକ ହୋଇଥାଏ। ଗତ ବର୍ଷ ଆସିଥିବା କାଠ ମଧ୍ୟରୁ ୧୯୩ ଖଣ୍ଡ ବଳକା ରହିଛିି। ବାକି ୬୭୨ ଖଣ୍ଡ କାଠ ଏ ବର୍ଷ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

କଟକର ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ଅଫିସ, ୧।୨:କଟକ ତୁଳସୀପୁରର ଏକ ଘରୋଇ ହସ୍ପିଟାଲ ‘ସନ୍’‌ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। କିମ୍ବା...

ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦ:ପ୍ରଭାବିତ ଟ୍ରକ୍‌ ମାଲିକଙ୍କୁ ସ୍ବତନ୍ତ୍ର କୋଟା ପ୍ରଦାନ ଦାବି

ଯାଜପୁର ଅଫିସ/କାଳିଆପାଣି(ଡି.ଏନ୍‌.ଏ.),୪-୯- ଫାଷ୍ଟ କମ୍‌ ଫାଷ୍ଟ ଲୋଡିଂ ବିବାଦରୁ ଗତ ୨ସପ୍ତାହରୁ ଊର୍ଦ୍ଧ୍ୱ ହେବ ଯାଜପୁର କାଳିଆପାଣି କ୍ରୋମ୍‌ ଖଣିରୁ ପରିବହନ ଠପ୍‌ ହୋଇ ପଡ଼ିଛି।...

ଭୁବନେଶ୍ୱରରେ ପୁଣି ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ପୁଣି ୩୨୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରାଣ୍ଟାଇନରୁ ୧୭୩ ଜଣ ଚିହ୍ନଟ ହୋଇଥିବାବେଳେ ୧୫୧ଟି ଲୋକାଲ କଣ୍ଟାକ୍ଟ କେସ ରହିଛି।...

ଝିକରା ଜଳପ୍ରପାତ ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ବଡବିଲ/କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବଲାଣୀକୁ ଦୁଇ ଦିନିଆ ଗସ୍ତରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଝିକରାନାଳ ଜଳପ୍ରପାତ...

ଚାଷଜମିରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଘସିପୁରା, ୫।୧୦(ଡି.ଏନ.ଏ.)- କେନ୍ଦୁଝର ଜିଲା ଘସିପୁରା ଥାନା ଅନ୍ତର୍ଗତ ଅଁଳାପାଳର ଚାଷ ଜମିରୁ ଏକ ଦମ୍ପତିଙ୍କ ମୃତଦେହ ଶୁକ୍ରବାର ସନ୍ଧ୍ୟାରେ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ...

ବୈତରଣୀରେ ଲୀନ ହେବାକୁ ବସିଛି ଧରମପୁର ଗାଁ: ସ୍ଥିତି ପରଖିଲେ ଜଳସମ୍ପଦ ବିଭାଗ ଅଧିକାରୀ, ନଦୀବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ

ଦଶରଥପୁର,୨୯।୯(ଡି.ଏନ୍‌.ଏ.)- ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଅଧୀନ ଧରମପୁର ଗାଁ ପାର୍ଶ୍ୱ ଦେଇ ଯାଇଥିବା ବୈତରଣୀ ନଦୀ ଧିରେଧିରେ ନଦୀପଠାକୁ ଖାଇ ଚାଲିଛି। ଫଳରେ ନଦୀକୁ...

ରଣପୁର ଡାକ୍ତରଖାନାରେ ଔଷଧ ବିତରଣ କେନ୍ଦ୍ର:୨୪ ବଦଳରେ ଖୋଲା ରହୁଛି ୬ଘଣ୍ଟା

ରଣପୁର,୨୪ା୭ (ସ୍ବ.ପ୍ର.): ସରକାର ରୋଗୀ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା ପ୍ରଚଳନ କରୁଛନ୍ତି। ହେଲେ କେତେକ ଅସାଧୁ ଅଧିକାରୀ...

ରାଜ୍ୟ ବଜେଟ ୨୦୨୦-୨୧: ବଜେଟରେ କ’ଣ ନୂଆ

ବଜେଟରେ କ’ଣ ନୂଆ ଇ-ବଜେଟର ପ୍ରଚଳନ, ଯାହାକି ପରିବେଶ ଅନୁକୂଳ ପଦକ୍ଷେପ ହୋଇପାରିଛି। ସ୍ବତନ୍ତ୍ର ମୋବାଇଲ ଆପ୍‌, ଯାହାକି ଗୁଗଲ ପ୍ଲେ ଷ୍ଟୋର୍‌ ଏବଂ ଆପଲ୍‌...

Play 250+ Trending Games
Archives

Model This Week

Why Dharitri