Posted inଜାତୀୟ

ରତନ ଟାଟାଙ୍କ ବିରୋଧରେ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୪ା୧(ପି.ଟି.): ଟାଟା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରତନ ଟାଟା ଓ ଅନ୍ୟମାନଙ୍କ ବିରୋଧରେ ବମ୍ବେ ଡାଇଙ୍ଗ୍‌ ଅଧ୍ୟକ୍ଷ ନୁସ୍‌ଲି ଓ୍ବାଡିଆ ଦାଏର କରିଥିବା ସମସ୍ତ ମାନହାନି ମାମଲା ସୋମବାର ପ୍ରତ୍ୟାହାର କରିନେଇଛନ୍ତି। ଓ୍ବାଡିଆଙ୍କ ମର୍ଯ୍ୟାଦା ହାନି କରିବାର କୌଣସି ଉଦ୍ଦେଶ୍ୟ ଟାଟା ଓ ଅନ୍ୟମାନଙ୍କର ନ ଥିଲା ବୋଲି ସର୍ବୋଚ୍ଚ ଅଦାଲତ ରେକର୍ଡ କରିବା ପରେ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବମ୍ବେ ଡାଇଙ୍ଗ୍‌ ଅଧ୍ୟକ୍ଷଙ୍କୁ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ଦେଇଥିଲେ।
ଟାଟା ଗ୍ରୁପ୍‌ର କେତେକ କମ୍ପାନୀ ବୋର୍ଡରୁ ଓ୍ବାଡିଆଙ୍କୁ ବାଦ୍‌ ଦିଆଯିବା ପରେ ୨୦୧୬ରେ ସେ ରତନ ଟାଟା ଓ ଟାଟା ସନ୍ସର କେତେଜଣ ଡାଇରେକ୍ଟରଙ୍କ ବିରୋଧରେ ମାନହାନି ମାମଲା ଦାଏର କରିଥିଲେ। ଓ୍ବାଡିଆଙ୍କ ମାନହାନି କରିବା ଟାଟାଙ୍କର ଉଦ୍ଦେଶ୍ୟ ନ ଥିଲା ବୋଲି ବମ୍ବେ ହାଇକୋର୍ଟ କହିବା ପରେ ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏକାଠି ବସି ମତପାର୍ଥକ୍ୟ ଦୂରକରିବା ପାଇଁ ଗତ ୬ ତାରିଖରେ ସର୍ବୋଚ୍ଚ ଅଦାଲତ ଓ୍ବାଡିଆ ଓ ଟାଟାଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ଷେତକୁ ଯାଇ ଭିଡିଓ ଶୁଟିଂ କରାଯାଉଛି…’, ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ୍‌

ନୂଆଦିଲ୍ଲୀ,୧୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକ ସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ହୋଇଥିବା ଆଲୋଚନାର ଜବାବ ଦେଇଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ...

ଅର୍ଥମନ୍ତ୍ରୀଙ୍କ ଘୋଷଣା ପରେ ସେନସେକ୍ସ ଉଠିଲା

ନୂଆଦିଲ୍ଲୀ,୨୦।୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର କର୍ପୋରେଟ୍‌ ଟ୍ୟାକ୍ସ କମାଇବା ପରେ ସେନସେକ୍ସ ଅଚାନକ ଉପରକୁ ଉଠିଛି। ଘୋଷଣାର ମାତ୍ର ୧୦ ମିନିଟ୍‌ ମଧ୍ୟରେ ୧୯୦୦...

୪୦୪୨ ଚାଉଳ ଦାନାରେ ଭଗବତ୍‌ ଗୀତା ଲେଖିଲେ ଛାତ୍ରୀ

ହାଇଦ୍ରାବାଦ୍‌,୨୦।୧୦:ହାଇଦ୍ରାବାଦର ଜଣେ ଛାତ୍ରୀ ଚାଉଳରେ ଭଗବତ୍‌ ଗୀତା ଲେଖିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଆଇନ ଅଧ୍ୟୟନ କରୁଥିବା ରାମଗିରି ସ୍ବାରିକା ୪୦୪୨ଟି ଚାଉଳ ଦାନାରେ ଗୀତା...

୨୦ ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ

ଜେନେଭା,୨୮।୫: ମଙ୍କିପକ୍ସ ଏବେ ୨୦ରୁ ଊର୍ଦ୍ଧ୍ୱ ଦେଶକୁ ବ୍ୟାପିଲାଣି। ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ବରିଷ୍ଠ...

ଚନ୍ଦ୍ରୟାନ-୩ ଲ୍ୟାଣ୍ଡିଙ୍ଗ୍‌ ସମୟରେ ଦକ୍ଷିଣ ଆଫ୍ରିକାରୁ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩।୮: ଭାରତର ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ‘ବିକ୍ରମ’ ବୁଧବାର ସନ୍ଧ୍ୟାରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ ଲାଗି ଉଦ୍ୟମ କରିବ। ସମଗ୍ର ଦେଶରେ ଚନ୍ଦ୍ରୟାନର ସଫ୍ଟ ଲ୍ୟାଣ୍ଡିଙ୍ଗ୍‌ ପାଇଁ...

୬ ପୋଲିସ କରୋନା ପଜିଟିଭ: ବନ୍ଦ ହେଲା ୨ ପୋଲିସ ଷ୍ଟେଶନ

କୋଏମ୍ବାଟୁର,୨୬।୪: ତାମୁଲନାଡୁର କୋଏମ୍ବାଟୁରରେ ୬ଜଣ ପୋଲିସଙ୍କ ନିକଟରେ କରୋନା ପଜିଟିଭ ମିଳିବାରୁ ଏବେ ସେଠାକାର ୨ ପୋଲିସ ଷ୍ଟେଶନକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି।...

ଟିକା ନେବା ପରେ ପ୍ରତି ୧୦ ହଜାରରୁ ୨-୪ ଜଣ ଆକ୍ରାନ୍ତ ହେଉଛନ୍ତି

ନୂଆଦିଲ୍ଲୀ,୨୧।୪: ଟିକା ନେବା ପରେ କରୋନା ଖୁବ୍‌ କମ୍‌ ସଂଖ୍ୟାରେ ଲୋକେ କୋଭିଡ୍‌ ଆକ୍ରାନ୍ତ ହେଉଛନ୍ତି। ଆଉ ଏହା ଚିନ୍ତା ଜନକ ନୁହେଁ ବୋଲି ବୁଧବାର...

ଆଇଏନଏସ ସତପୁରାର ଶକ୍ତି ପ୍ରଦର୍ଶନ…

ନୂଆଦିଲ୍ଲୀ, ୨୫।୯ : ରୟାଲ ଅଷ୍ଟ୍ରେଲିଆନ ନେଭି ଦ୍ୱାରା ପରିଚାଳିତ କାକାଡୁ ମିଳିତ ସମରାଭ୍ୟାସ ଅଷ୍ଟ୍ରେଲିଆର ଡାର୍ବିନରେ ଚାଲିଛି। ଏଥିରେ ଭାରତୀୟ ଯୁଦ୍ଧପୋତ ଆଇଏନଏସ ସତପୁରା...

Advertisement
Archives

Model This Week