Posted inରାଜ୍ୟ

ରଣପୁର ବ୍ଲକ୍‌ରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାଟବଣା: ଶ୍ରମିକ ବଦଳରେ ମେଶିନ କରୁଛି କାମ

ରଣପୁର,୨୦ା୭ (ସ୍ବ.ପ୍ର.): ଗ୍ରାମାଞ୍ଚଳରେ ଲୋକମାନଙ୍କୁ କାମ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ପ୍ରଣୟନ କରାଯାଇଛି। ଏହା ଦ୍ୱାରା ଗ୍ରାମ ଓ ସହରର ଶ୍ରମିକ ନିଜ ଅଞ୍ଚଳରେ କାମକରି ରୋଜଗାରକ୍ଷମ ହୋଇପାରିବେ । କିନ୍ତୁ ଅନେକ ସ୍ଥାନରେ ଏହାର ବ୍ୟତିକ୍ରମ ଘଟୁଥିବା ଦେଖିବାକୁ ମିଳିଛି। ଶ୍ରମିକ ବଦଳରେ ବିଭାଗୀୟ ଅଧିକାରୀ ଓ ଠିକାଦାର ମେଶିନ୍‌ ସାହାଯ୍ୟରେ କାମ କରାଉଛନ୍ତି। ଫଳରେ ସରକାରଙ୍କ ମହତ୍‌ ଉଦ୍ଦେଶ୍ୟ ପୂରଣ ହୋଇପାରୁ ନାହିଁ। ରଣପୁର ବ୍ଲକର କେତେକ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ତାଳକଣି ପଞ୍ଚାୟତର ଗୋବର୍ଦ୍ଧନପୁର ଗ୍ରାମରେ ଥିବା ତାରିଣୀ ପରିତ୍ୟକ୍ତ ପଡିଆକୁ ତାରିଣୀ ଖେଳ ପଡିଆ କରିବା ପାଇଁ ବହୁ ଦିନରୁ ଦାବି ହୋଇଆସୁଥିଲା। ଶେଷରେ ଜିଲା ପ୍ରଶାସନ ଲୋକଙ୍କ ଦାବିକୁ ଗ୍ରହଣ କରିଥିଲା। ଖେଳ ପଡିଆ କରିବା ପାଇଁ ଏହାକୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ସାମିଲ କରାଯାଇ ୨୦୧୬-୧୭ ଆର୍ଥିକ ବର୍ଷରେ ୯ଲକ୍ଷ ୨୦ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଜବ୍‌କାର୍ଡ ଥିବା ଶ୍ରମିକମାନଙ୍କ ଦ୍ୱାରା କାମ କରିବା ପାଇଁ ନିୟମ ରହିଥିଲାବେଳେ ଏହାକୁ ଜେସିବି ସାହାଯ୍ୟରେ କରାଯାଇ ପ୍ରଥମ କିସ୍ତିରେ ବ୍ଲକ ତରଫରୁ ୨ଲକ୍ଷ ୭୮ହଜାରରୁ ଊର୍ଦ୍ଧ୍ୱ ଟଙ୍କା ବିଭିନ୍ନ ଜବ୍‌କାର୍ଡ ମାଧ୍ୟମରେ ଉଠାଯାଇଥିବା ଅଭିଯୋଗ ହୋଇଛି । ମାତ୍ର ୫୦ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରାଯାଇ ଜେସିବି ସାହାଯ୍ୟରେ ଘାସ ଚଞ୍ଛାଯାଇଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି। ଏହି ଯୋଜନାରେ ବ୍ଲକର ବିଭିନ୍ନ ପୋଖରୀ ଓ ରାସ୍ତା କାର୍ଯ୍ୟ ମଧ୍ୟ ଜେସିବି ଓ ଅନ୍ୟ ମେଶିନ ଦ୍ୱାରା କରାଯାଉଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ଯେଉଁଠି ଅଭିଯୋଗ ହେଉଛି ସେଠାରେ ରାତି ଓ ଅନ୍ୟ ସ୍ଥାନରେ ଦିନ ଦ୍ୱିପ୍ରହରରେ ମେଶିନ ଲଗାଇ କାମ କରାଯାଉଛି । କାର୍ଯ୍ୟ ଶେଷ ହେବା ପରେ ଶ୍ରମିକମାନଙ୍କ ବ୍ୟାଙ୍କ ଓ ପୋଷ୍ଟ ଅଫିସ୍‌ରେ ଥିବା ଆକାଉଣ୍ଟକୁ ଟଙ୍କା ଆସୁଛି। ଠିକାଦାର ଦଲାଲଙ୍କ ମାଧ୍ୟମରେ ଶ୍ରମିକମାନଙ୍କୁ ବ୍ୟାଙ୍କକୁ ନେଇ ଟଙ୍କା ଉଠାଉଛନ୍ତି। ଶ୍ରମିକଟି କାର୍ଯ୍ୟ ନ କରି ୨ରୁ ୩ଶହ ଟଙ୍କା ପାଉଥିଲାବେଳେ ତାଙ୍କ ନାମରେ ଆସୁଥିବା ହଜାର ହଜାର ଟଙ୍କା ଠିକାଦର ନେଇ ଛୁ ମାରୁଛି । ବ୍ଲକର ବିଭିନ୍ନ ଗ୍ରାମରେ ଲୋକମାନେ କାମ ନ ପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି। ଅନେକ ସମୟରେ ସେମାନେ ନିର୍ଯାତିତ ହୋଇ ମୃତ୍ୟୁବରଣ କରୁଥିବା ନଜିର ରହିଛି। ରଣପୁର ପଟିଆ ଗ୍ରାମର ଜଣେ ଶ୍ରମିକ କାର୍ଯ୍ୟ କରିବାକୁ ଦୁବାଇ ଯାଇଥିବାବେଳେ ଠିକାଦାର ନିର୍ଯାତନାରେ ମୃତ୍ୟୁବରଣ କରିଥିଲେ । ଏହି ଘଟଣା ବ୍ଲକ ପ୍ରଶାସନର କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏ ସମ୍ପର୍କରେ ରଣପୁର ବିଡିଓ ରଶ୍ମିରେଖା ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଯେଉଁଠାରେ ଶ୍ରମିକ ମିଳୁନାହାନ୍ତି ସେଠାରେ ମେଶିନ ଦ୍ୱାରା କାମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବାଜି ମାରିଲା ଭାଜପା! ରାଜ୍ୟ ସଭା ନିର୍ବାଚନରେ ୯ ଭାଜପା ପ୍ରାର୍ଥୀ ଜିତିଲେ

ନୂଆଦିଲ୍ଲୀ,୧୧।୬: ଗୁରୁବାର ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ଏକ ବଡ଼ ଖବର ଆଣିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଗାତାର ୧୨ ବର୍ଷ କାର୍ଯ୍ୟକାଳ ପୂରଣ କରିଥିବା…

ଭଞ୍ଜନଗରରେ ରଜ ମହୋତ୍ସବ ପାଳିତ, ଋତୁସ୍ରାବକୁ ନେଇ ସଚେତନ କରାଇଲେ ସିଡିପିଓ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବନ ବିହାର ପରିସରରେ ଗୁରୁବାର ରଜ ମହୋତ୍ସବ ପାଳିତ ହୋଇଯାଇଛି । ଆଇନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋତୁସ୍ରାବ…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ଶ୍ରୀଲଙ୍କା ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା; ରାହୁଲ ଦ୍ରାବିଡଙ୍କ ପୁଅକୁ ମିଳିଲା ସ୍ଥାନ; ଜାଣନ୍ତୁ କିଏ ହେଲେ ଅଧିନାୟକ

ନୂଆଦିଲ୍ଲୀ,୧୧।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ର ଜୁନିଅର କ୍ରିକେଟ କମିଟି ଗୁରୁବାର (ଜୁନ ୧୧) ଶ୍ରୀଲଙ୍କା ବିପକ୍ଷରେ ଆଗାମୀ ODI ଏବଂ ମଲ୍ଟି ଡେ’…

ମୁହଁରେ ମାସ୍କ, ଆଖିରେ କଳା ଚଷମା… ଚେହେରା ଲୁଚାଇ ଦିଲ୍ଲୀରୁ କୋଲକାତା ଫେରିଲେ ସାୟନୀ ଘୋଷ; ଭିଡିଓ ଭାଇରାଲ

କୋଲକାତା,୧୧।୬: ବଙ୍ଗଳା ବିଧାନସଭା ନିର୍ୱାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ତୃଣମୂଳ କଂଗ୍ରେସ (TMC) ରେ ସୃଷ୍ଟି ହୋଇଥିବା ବିଦ୍ରୋହ ଓ ଦଳଛାଡ଼ିବା ପ୍ରକ୍ରିୟା କ୍ରମାଗତ ଭାବେ…

ନିର୍ଦ୍ବନ୍ଦ୍ବରେ ଜିତିଲେ ଦେବାଶିଷ ସାମନ୍ତରାୟ, ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଦରକାର ପଡ଼ିଲାନି ଭୋଟିଂ

ଭୁବନେଶ୍ବର,୧୧।୬: ରାଜ୍ୟ ସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ ସାମନ୍ତରାୟ । ରାଜ୍ୟ ସଭା ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି ।…

ଗର୍ଜିଲା ଭାରତ! ହର୍ମୁଜରେ ଭାରତୀୟ ଜାହାଜ ଉପରେ ଆକ୍ରମଣ ପରେ ଆମେରିକାକୁ ଏମିତି କହିଲା…

ନୂଆଦିଲ୍ଲୀ,୧୧।୬: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଗତ କିଛି ଦିନ ଧରି ଓମାନ ଉପକୂଳରେ ଭାରତୀୟ ନାବିକମାନଙ୍କୁ ନେଇଯାଉଥିବା ଜାହାଜଗୁଡ଼ିକୁ ଟାର୍ଗେଟ କରାଯାଇଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ (MEA)…

ଦଳୀୟ କନ୍ଦଳ ମଝିରେ ମମତାଙ୍କୁ ଶତ୍ରୁଘ୍ନ ସିହ୍ନାଙ୍କ ସମର୍ଥନ! ବଡ଼ ପ୍ରତିଜ୍ଞା କରି କହିଲେ…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (ଟିଏମସି) ଏମପି ଶତ୍ରୁଘ୍ନ ସିହ୍ନା ଦଳଠୁ ଅଲଗା ହେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି । ଗୁରୁବାର ସେ କହିଛନ୍ତି ଯେ ମମତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri