Posted inରାଜ୍ୟ

ରଣପୁର ବାହୁଡା ଯାତ୍ରାରେ ବିଶୃଙ୍ଖଳା : ନନ୍ଦିଘୋଷ ରଥର ଅଖ ଭାଙ୍ଗିଲା, ହୋଇପାରିଲା ନାହିଁ ଲକ୍ଷ୍ମୀନାରାୟଣ ଭେଟ

ରଣପୁର,୧୫ା୭ (ସ୍ବ.ପ୍ର.): ରଣପୁରଠାରେ ବାହୁଡା ଯାତ୍ରାର ୨ଦିନ ପରେ ରବିବାର ଶ୍ରଦ୍ଧାଳୁମାନେ ଉତ୍ସାହର ସହ ନନ୍ଦିଘୋଷ ରଥ ଟାଣୁଥିଲା ବେଳେ ହଠାତ୍‌ ରଥଅଖ ଭାଙ୍ଗିଯାଇଥିଲା। ଫଳରେ ରଥଟଣା କାର୍ଯ୍ୟ ବନ୍ଦ ରହିଥିଲା ଓ ସିଂହଦ୍ୱାରଠାରେ ହେବାକୁ ଥିବା ଲକ୍ଷ୍ମୀ ନାରାୟଣ ଭେଟ ହୋଇପାରି ନ ଥିଲା। ବଡ ଆଶା ନେଇ ଠାକୁରଙ୍କ ଏହି ଭେଟ ଉତ୍ସବ ଦେଖିବାକୁ ଆସିଥିବା ଭକ୍ତମାନେ ନିରାଶ ହୋଇ ଫେରିଥିଲେ। ଚଳିତବର୍ଷ ବହୁଡା ଯାତ୍ରାରେ ବ୍ୟାପକ ବିଶୃଙ୍ଖଳା ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ରଣପୁର ଘୋଷଯାତ୍ରାର ନବଦିନାମତ୍କ ଯାତ୍ରା ଶେଷକରି ଗତ ଶୁକ୍ରବାର ଜନ୍ମବେଦିରୁ ରତ୍ନବେଦି ଅଭିମୁଖେ ବାହାରିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ସମସ୍ତ ନୀତିକାନ୍ତି ବିଳମ୍ବ ହେବାରୁ ବିଭିନ୍ନ ପ୍ରକାର ବିଶୃଙ୍ଖଳା ଦେଖାଦେଇଥିଲା। ଶନିବାର ତାଳଧ୍ୱଜ ରଥକୁ ଭକ୍ତମାନେ ଟାଣିନେଇ ସିଂହଦ୍ୱାରରେ ପହଞ୍ଚାଇଥିଲେ। ଏହାପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳାମାନେ ଟାଣିଥିଲେ। ରାତ୍ର ହୋଇଯିବାରୁ ରଥଟଣା କାର୍ଯ୍ୟ ବନ୍ଦ କରାଯାଇଥିଲା। ଜଗନ୍ନାଥଙ୍କ ରଥ ନନ୍ଦିଘୋଷକୁ ଟାଣିବା ପାଇଁ ରଥରେ ଘୋଡା ଯୋଚାଯାଇ ଦଉଡି ସଂଯୋଗ କରାଯାଇଥିଲା। ହେଲେ ଚାରମାଳ ଖୋଲାଯିବାକୁ ପୂଜାପଣ୍ଡା ସେବାୟତ ବିରୋଧ କରି ରଥରୁ ତଳକୁ ଓହ୍ଲାଇ ଆସିଥିଲେ। ଅନ୍ୟପକ୍ଷେ ରଥରେ କୌଣସି ସେବାୟତ ନ ଥିବାରୁ ଦେବୋତ୍ତର ବିଭାଗ ରଥଟଣା କାର୍ଯ୍ୟ କରିପାରି ନ ଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା। ଦେବୋତ୍ତର ବିଭାଗ ସେବାୟତମାନଙ୍କୁ ବୁଝାଶୁଝା କରିଥିଲେ। ରବିବାର ଅପରାହ୍ନ ୨ଟାରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭକ୍ତମାନେ ଟାଣିନେଉଥିଲା ବେଳେ ମାଉସୀ ମା’ ରଥ ଖଳାଠାରୁ ୩ଶହ ମିଟର ଦୂରରେ ରଥର ଅଖ ଭାଙ୍ଗିଯାଇଥିଲା। ମହାରଣାମାନେ ଅଖ ମରାମତି କାର୍ଯ୍ୟରେ ଲାଗି ପଡିଥିଲେ । ଏହାକୁ ଠିକ୍‌ କରାଯାଇ ସୋମବାର ରଥ ଟଣାଯିବ ବୋଲି ପ୍ରଶାସନ ପ୍ରକାଶ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

CWG 2026: ଜୁଡୋରେ ଭାରତର ଐତିହାସିକ ସଫଳତା, ଅସ୍ମିତାଙ୍କ ପରେ ହର୍ଷ ସିଂହ ଜିତିଲେ ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୩୧।୭: କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ କ୍ରୀଡ଼ା ଜଗତ ପାଇଁ ଆଜିର ଦିନଟି ଏକ ଐତିହାସିକ ଦିନ ହୋଇଛି। ଜୁଡୋରେ ଅସ୍ମିତା ଦେ ସ୍ୱର୍ଣ୍ଣ ପଦକ ଜିତିବାର…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

କଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ଦୁଇ ଅଣସ୍ଥାନୀୟ ବ୍ୟକ୍ତିଙ୍କୁ ଗୁଳିମାଡ଼, ଜଣଙ୍କ ମୃତ୍ୟୁ

ଶ୍ରୀନଗର,୩୧।୭: କଶ୍ମୀରର କୁଲଗାମ ଜିଲାରେ ଶୁକ୍ରବାର ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ ଦୁଇଜଣ ଅଣ-ସ୍ଥାନୀୟ ବା ବାହାର ଶ୍ରମିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିଚାଳନା…

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟଗୋଷ୍ଠୀ କ୍ରୀଡା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri