Posted inଖେଳ

ରଣଜୀ ଫାଇନାଲ: ଅମ୍ପାୟର ଶାମଶୁଦ୍ଦିନଙ୍କ ପେଟରେ ବାଜିଲ ବଲ

ରାଜକୋଟ,୧୦।୩- ଏଠାରେ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଚାଲିଥିବା ରଣଜୀ ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନରେ ଫିଲ୍ଡ ଅମ୍ପାୟର ସି. ଶାମଶୁଦ୍ଦିନ ଆହତ ହୋଇଛନ୍ତି। ତାଙ୍କ ପେଟରେ ବଲ ବାଜିଛି। ସୌରାଷ୍ଟ୍ର ଦଳ ବ୍ୟାଟିଂ କରୁଥିବାବେଳେ ଜଣେ ବ୍ୟାଟ୍ସମ୍ୟାନ ଏକ ଶକ୍ତିଶାଳୀ ପୁଲ ଶଟ ଖେଳିଥିଲେ, ଯାହାକି ସିଧା ଶାମଶୁଦ୍ଦିନଙ୍କ ପେଟରେ ବାଜିଥିଲା। ପ୍ରବଳ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଫିଲ୍ଡ ବାହାରକୁ ନିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଫିଲ୍ଡ ଅମ୍ପାୟର ଅନନ୍ଥ ପାଦ୍ମନାଭନ ଏକା ମ୍ୟାଚ୍‌ ପରିଚାଳନା କରିଥିଲେ। ତାଙ୍କୁ ସ୍ଥାନୀୟ ଅମ୍ପାୟର ପିୟୂଷ ଖାକର ସାହାଯ୍ୟ କରିଥିଲେ। ଲଞ୍ଚ ପରେ ପଦ୍ମନାଭନଙ୍କ ସହ ଯୋଗ ଦେଇଥିଲେ ତୃତୀୟ ଅମ୍ପାୟର ଏସ. ରବି। ଶାମଶୁଦ୍ଦିନଙ୍କ ବଦଳରେ ଯଶଓ୍ବନ୍ତ ବାର୍ଡେ ମ୍ୟାଚ୍‌ ପରିଚାଳନା କରିବେ। ତେବେ ସେ ତୃତୀୟ ଦିନ ଫିଲ୍ଡରେ ଯୋଗ ଦେବେ। ମ୍ୟାଚ୍‌ର ଦ୍ୱିତୀୟ ଦିନ ମଧ୍ୟ ଶାମଶୁଦ୍ଦିନ ଫିଲ୍ଡଠାରୁ ଦୂରେଇ ରହିଛନ୍ତି। ଗତ ରାତିରେ ଯନ୍ତ୍ରଣା ବଢ଼ିବାରୁ ସେ ସ୍ଥାନୀୟ ମେଡିକାଲରେ ଚେକ୍‌ ଅକ୍‌ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ ନେଲା ସିଏସକେ

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ତମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ରାଜସ୍ଥାନ ରୟାଲର୍ସ (ଆରଆର)...

ଘୁଞ୍ଚିଲା ଭାରତୀୟ ମହିଳା ଦଳର ଅଷ୍ଟ୍ରେଲିଆ ଗସ୍ତ

ମେଲବୋର୍ନ,୩୧।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତକୁ ଘୁଞ୍ଚାଇ ଦିଆଯାଇଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ଗୁରୁବାର କୁହାଯାଇଛି। ଫଳରେ କୋଭିଡ୍‌-୧୯...

ସନ୍‌ରାଇଜର୍ସ ଆଶା ଉଜ୍ଜୀବିତ

ଦୁବାଇ, ୨୩।୧୦- ଜାସନ ହୋଲ୍ଡରଙ୍କ ପ୍ରଭାବୀ ବୋଲିଂ ପରେ ମନୀଷ ପାଣ୍ଡେ ଓ ବିଜୟ ଶଙ୍କରଙ୍କ ଦ୍ରୁତ ଶତକୀୟ ଭାଗୀଦାରି ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଇଣ୍ଡିଆନ...

ମାତ୍ର ୫୦ ଟଙ୍କା ଦେଇ ଷ୍ଟାଡିୟମରେ ବସି କୋହଲି, ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂର ମଜା ଉଠାଇପାରିବେ ଦର୍ଶକ

କୋଲକାତା,୨୨।୧୦:ଟେଷ୍ଟ କ୍ରିକେଟ ପ୍ରତି ଦର୍ଶକଙ୍କ ଆକର୍ଷଣ ବଢାଇବା ପାଇଁ ବେଙ୍ଗଲ କ୍ରିକେଟ ଆସୋସିଏସନ୍‌(ସିଏବି) ଏକ ଅଭିନବ ଉପାୟ ଆପଣାଇଛି। ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ କୋଲକାତାର...

ଆଇପିଏଲ୍‌ରେ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ୫ କ୍ରିକେଟର୍‌

ଆଇପିଏଲକୁ ‘ଇଣ୍ଡିଆନ ପଇସା ଲିଗ’ ମଧ୍ୟ କୁହାଯାଏ। କାରଣ ଏହି ମେଗା ଟି -୨୦ ଲିଗରେ ଖେଳୁଥିବା ଖେଳାଳିମାନେ କୋଟିପତିଙ୍କଠାରୁ କମ ନୁହଁନ୍ତି। ଆସନ୍ତୁ ଦେଖିବା...

ଦିଲ୍ଲୀ ଡାଇନାମସ ହୋଇପାରେ ‘ଓଡ଼ିଶା ଏଫ୍‌ସି’

ଭୁବନେଶ୍ୱର, ୧୧।୮(କ୍ରୀଡ଼ା ପ୍ରତିନିଧି) ଓଡ଼ିଶାରେ ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ବାଟ ଫିଟୁଛି। କଳିଙ୍ଗ ଷ୍ଟାଡିୟମରେ ଗତ କିଛିବର୍ଷ ମଧ୍ୟରେ ଇଣ୍ଡିଆନ ସୁପର...

ଶ୍ରୀସନ୍ଥଙ୍କ ବାସନ୍ଦ ଅବଧି ୭ ବର୍ଷକୁ କମିଲା: ଆସନ୍ତାବର୍ଷ ଅଗଷ୍ଟରେ ଶେଷ ହେବ

ନୂଆଦିଲ୍ଲୀ,୨୧।୮(ପି.ଟି.)- ସ୍ପଟ୍‌ ଫିକ୍ସିଂ ମାମଲରେ ଛନ୍ଦି ହୋଇପଡିଥିବାର ଭାରତୀୟ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କୁ ଶେଷରେ ଆଶ୍ୱାସ୍ତି ମିଳିଛି। ତଥା କଥିତ ଏହି ଫିକ୍ସିଂ ମମଲାରେ...

୨୦୨୧ ଆଇପିଏଲ ଅକ୍‌ଶନରେ ଭାଗନେବେ ୧୦୯୭ ଖେଳାଳି

ଚେନ୍ନାଇ, ୫ା୨- ଚଳିତ ମାସ ୧୮ ତାରିଖରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ପରବର୍ତ୍ତୀ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟା (ଅକ୍‌ଶନ) ଅନୁଷ୍ଠିତ ହେବ।...

Advertisement
Archives

Model This Week