Posted inଜାତୀୟ

ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ: ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କଲା ପୋଲିସ

ଲକ୍ଷ୍ନୌ,୨।୨: ଅନ୍ତର୍ଜାତୀୟ ହିନ୍ଦୁ ମହାସଭା ଅଧ୍ୟକ୍ଷ ରଞ୍ଜିତ ବଚ୍ଚନ ହତ୍ୟାକାଣ୍ଡ ଘଟଣାରେ ପୋଲିସ ରବିବାର ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କରିଛି। ଉକ୍ତ ଘଟଣାରେ ଅଭିଯୁକ୍ତଙ୍କ ବିଷୟରେ ସୂଚନା ଦେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି ଲକ୍ଷ୍ନୌ ପୋଲିସ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ହଜରତଗଂଜ ଅଞ୍ଚଳରେ ରଞ୍ଜିତଙ୍କୁ ହତ୍ୟା କରାଯାଇଥିଲା। ରଞ୍ଜିତ ସକାଳେ ପ୍ରାତଃ ଭ୍ରମଣ ପାଇଁ ବାହାରିଥିବା ବେଳେ କେହି ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କୁ ଗୁଳିକରି ହତ୍ୟା କରିଥିଲା। ମୁଣ୍ଡରେ ଗୁଳି ବାଜିବାରୁ ସେ ଘଟଣାସ୍ଥଳରେ ଟଳିପଡ଼ିଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରିଛି। ନାକ ତଳେ ୯ ମିଲିମିଟରର ଗୁଳି ବାଜିଥିବାରୁ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରଞ୍ଜିତ ବଚ୍ଚନ ହଜତରଗଞ୍ଜର ଓସିଆର କୋଠାରେ ରହୁଥିଲେ। ସେ କିନ୍ତୁ ଗୋରଖପୁରର ମୂଳବାସିନ୍ଦା। ସେ ସମାଜବାଦୀ ପାର୍ଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ବିଗତ ୫ ମାସ ଭିତରେ ଦ୍ୱିତୀୟ ହିନ୍ଦୁବାଦୀ ନେତା ହତ୍ୟାର ଶିକାର ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨.୯ କୋଟି ଭାରତୀୟଙ୍କ ଡାଟା ଚୋରି

ନୂଆଦିଲ୍ଲୀ,୨୪।୫: ଦିନିକୁ ଦିନ ସାଇବର କ୍ରିମିନାଲଙ୍କ ପ୍ରାଦୁର୍ଭାବ ବୃଦ୍ଧି ହେଉଛି। ସାବଧାନ ନ ହେଲେ ଅନେକ କ୍ଷତି ସହିବାକୁ ପଡୁଥିବା ଦେଖାଯାଇଛି। ନିକଟରେ ଆଉ ଏକ...

ଶିଶୁଜନ୍ମ ହେବା ପରେ ଗଛ ନ ଲଗାଇଲେ ପଞ୍ଚାୟତରେ ହେବ ନାହିଁ ନାମ ପଞ୍ଜିକରଣ

ସୋଲମ,୮।୭: ହିମାଚଳ ସୋଲମ ଜିଲା ଝାହମାଜରିରେ ଥିବା ଭଟୋଲିକଲାଙ୍ଗ ପଞ୍ଚାୟତରେ ପରିବେଶକୁ ବଞ୍ଚାଇବା ଲାଗି ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଆୟୋଜିତ ଏକ...

ପିଲାଙ୍କୁ ମନସ୍ତାତ୍ତ୍ୱିକ ସହାୟତା ପାଇଁ ‘ମନୋଦର୍ପଣ’

ନୂଆଦିଲ୍ଲୀ,୨୩ା୭: ଛାତ୍ରୀଛାତ୍ରଙ୍କୁ ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ପରାମର୍ଶ ଓ ମନସ୍ତାତ୍ତ୍ୱିକ-ସାମାଜିକ ସହାୟତା ଯୋଗାଇଦେବା ଲାଗି ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ମନୋଦର୍ପଣ ନାମରେ ଓ୍ବେବ୍‌ସାଇଟ୍‌ ଆରମ୍ଭ...

ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ଥାଳି ବଜାଇଲେ ଆର୍‌ଜେଡି ନେତା

ପାଟନା,୭।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ବିରୋଧ କରି ରବିବାର ବିହାରରେ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ନେତା ରାବ୍ରୀ ଦେବୀ, ତେଜସ୍ବୀ ଯାଦବ ଓ...

ଅଟକି ରହିଛି ଇଭିଏମ୍‌, ୟୁପି-ପଞ୍ଜାବ-ଗୋଆ-ମଣିପୁରରେ ବିଧାନସଭା ନିର୍ବାଚନ ହେବା ନେଇ ଆଶଙ୍କା …

ନୂଆଦିଲ୍ଲୀ,୨।୯: ଆସନ୍ତା ବର୍ଷ ଉତ୍ତରପ୍ରଦେଶ (ୟୁପି), ପଞ୍ଜାବ, ଗୋଆ ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏନେଇ ଆଶଙ୍କା ସୃଷ୍ଟି ହୋଇଛି। ଇଭିଏମ୍‌...

ବିଳମ୍ବରେ ପହଞ୍ଚିଲା ଆମ୍ବୁଲାନ୍ସ:ଆଖିବୁଜିଲେ ମୁଖ୍ୟମନ୍ତ୍ରୀଙ୍କ ଭାଇ

ଅହମଦାବାଦ: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମାଉସୀ ପୁଅ ଭାଇ ଅନିଲଭାଇ ସାଙ୍ଗଭିଙ୍କ ରାଜକୋଟରେ ପରଲୋକ ହୋଇଯାଇଛି। ଏଥିଲାଗି ୧୦୮ ଆମ୍ବୁଲାନ୍ସ ଆସିବାରେ ହୋଇଥିବା ଅହେତୁକ...

୨୦୨୨ ନିର୍ବାଚନ ପାଇଁ ବିଗୁଲ ବଜାଇଲେ ଅମିତ ଶାହା

ଲକ୍ଷ୍ନୌ,୧।୮: ଉତ୍ତରପ୍ରଦେଶରେ ହେବାକୁ ଥିବା ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ରବିବାର ନିର୍ବାଚନୀ ବିଗୁଲ ବଜାଇଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ...

ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ: ସୁରକ୍ଷା ଦୃଷ୍ଟିରୁ ଜମ୍ମୁ-କଶ୍ମୀରରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବା ଠପ୍‌

ଶ୍ରୀନଗର,୧୮।୪: ଜମ୍ମୁ-କଶ୍ମୀର ଉଧାମପୁର ଲୋକ ସଭା ଆସନ ପାଇଁ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ସୁରକ୍ଷା ଦୃଷ୍ଟିରୁ ଏଠାରେ ମୋବାଇଲ୍‌ ଇଣ୍ଟରନେଟ୍‌ ସେବାକୁ ବନ୍ଦ...

Advertisement


Archives

Model This Week