Posted inପୁରୀ

ଯୌତୁକଜନିତ ବଧୂ ହତ୍ୟା ନେଇ ଶାଶୁ, ଶ୍ୱଶୂର, ସ୍ବାମୀଙ୍କ ନାମରେ ଅଭିଯୋଗ

କୃଷ୍ଣପ୍ରସାଦ,୨ା୭.(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଶିଆଳ ଗାଁରେ ଜଣେ ନବ ବିବାହିତା ବଧୂଙ୍କୁ ଅଧିକ ଯୌତୁକ ଦାବି କରି ସୋମବାର ହତ୍ୟା କରାଯାଇଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ପୋଲିସ ସୂତ୍ରରୁ ପ୍ରକାଶ, ମୃତା ବଧୂ ଜଣକ ହେଉଛନ୍ତି ମୋରଡ଼ା ଅଞ୍ଚଳ ନୂଆଗାଁ ବଟକୃଷ୍ଣ ପଲେଇଙ୍କ ସାନ ଝିଅ ମାମାଲି ପଲେଇ(୨୦) । ଶିଆଳଗାଁ ଭ୍ରମର ବିଶ୍ୱାଳଙ୍କ ପୁଅ ମିଟୁ(୨୫)ଙ୍କ ସହ ଚଳିତ ମେ ୧୭ ତାରିଖରେ ମାମାଲିଙ୍କ ବିବାହ ହୋଇଥିଲା। ବାହାଘରବେଳେ ଯୌତୁକ ଖର୍ଚ୍ଚ ବାବଦକୁ ୫୦ ହଜାର ଟଙ୍କା ସହ ସୁନା, ରୁପା ଅଳଙ୍କାର ଓ ବାସନ କୁସନ ଦିଆଯାଇଥିଲା ା ତେବେ ବିବାହର କିଛି ଦିନ ପରେ ଅଧିକ ୫୦ ହଜାର ଟଙ୍କା ଯୌତୁକ ଦାବି କରି ଶ୍ୱଶୁର ଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେଇ ଆସୁଥିବା ମାମାଲି ବାପଘର ଲୋକେ ଅଭିଯୋଗ କରିଛନ୍ତି। ସୋମବାର ସକାଳ ୫ଟାରେ ନବ ବଧୂଙ୍କ ଶ୍ୱଶୁର ମାମାଲିଙ୍କ ବାପଘର ପରିବାରକୁ ଖବର ଦେଇଥିଲେ ଯେ, ତୁମ ଝିଅଙ୍କ ଦେହ ଖରାପ ଅଛି ଶୀଘ୍ର ଆସ ଦେଖିବ । ତେବେ ବାପଘର ଲୋକେ ପହଞ୍ଚତ୍ବା ପରେ ମାମାଲିଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ ା ତାଙ୍କ ମୁଣ୍ଡରେ ମାଡ଼ ମରାଯାଇଥିବା କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା। ଏ ଘଟଣା ନେଇ ଶ୍ୱଶୁର, ସ୍ବାମୀ ଓ ଶାଶୁ ଝଳିଙ୍କ ନାମରେ ମୃତକାଙ୍କ ଭାଇ ପ୍ରକାଶ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି। ଘଟଣା ଲେଖା ହେବା ପର୍ଯ୍ୟନ୍ତ ମୃତଦେହକୁ ଅଟକ ରଖିପୋଲିସ ତଦନ୍ତ ଆରମ୍ଭ କରୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ‘ଦେଶର ସ୍ଥିତି ନେଇ ଗଭୀର ମର୍ମାହତ’

ଭୁବନେଶ୍ୱର,୨୬।୨(ବ୍ୟୁରୋ)/ପୁରୀ ଅଫିସ: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାତି ପ୍ରାୟ...

ବେଆଇନ ଭାବେ ଚାଲିଛି ୨୦ ସ’ ମିଲ୍‌

ଗୋପ,୧୧ା୧୧(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଳକ ଅଞ୍ଚଳରେ ବେଆଇନ ଭାବେ ୨୦ରୁ ଊର୍ଦ୍ଧ୍ୱ ସ’ ମିଲ ଚାଲୁଛି। ଏହାପରେ ଭିଜିଲାନ୍ସ, ବନ ବିଭାଗ ପକ୍ଷରୁ ବାରମ୍ବାର...

ବ୍ରିଟେନରେ ହେବ ଜଗନ୍ନାଥ ମନ୍ଦିର

ପୁରୀ ଅଫିସ,୧୯ା୧୦: ମହାପ୍ରଭୁ ହେଉଛନ୍ତି ଜଗତର ଠାକୁର। ତାଙ୍କ ମାୟାରେ ବନ୍ଧା ସମଗ୍ର ବିଶ୍ୱ। ମହାପ୍ରଭୁଙ୍କ ପ୍ରତି ଗଭୀର ଆସ୍ଥା ଓ ବିଶ୍ୱାସ ରଖିଥିବା ବହୁ...

ରଥଖଳା : ଆଜି ସିଙ୍ଗଡ଼ା ବାଡ଼ିଆ

ପୁରୀ ଅଫିସ,୧୫।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି...

ଦୋକନ୍ଦା ମେଳନ ପଡ଼ିଆକୁ ସ୍ଥାନାନ୍ତର ହେଲା କଣାସ ହାଟ

କଣାସ,୩।୨୦(ସ୍ବ.ପ୍ର.)- ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକମାନଙ୍କୁ ଘରେ ରହିବାକୁ ସଚେତନ କରାଯାଉଛି। କିନ୍ତୁ କେତେକ ଅସାମାଜିକ ଲୋକ ଏହାକୁ ବେଖାତିର କରି...

ସମ୍ପ୍ରସାରଣ ହେବ ମୂଷା ନଦୀ

ପୁରୀ ଅଫିସ,୨୯।୧୦:  ରାଜ୍ୟ ସରକାରଙ୍କ ଫୋକସ୍‌ରେ ରହିଛି ପୁରୀ। ଏଠାରେ ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଏକାଧିକ ପ୍ରକଳ୍ପ କାମ ଚାଲିଥିବା ଆଗକୁ ଆହୁରି...

ବିକ୍ରି ନୁହେଁ, ଥଇଥାନ କରାଯାଇଛି

ପୁରୀ ଅଫିସ,୨୩।୮: ବଗଲା ଧର୍ମଶାଳା ଜମିକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ଭାଜପା ପକ୍ଷରୁ ବଗଲା ସମ୍ମୁଖରେ ଧାରଣା ଦିଆଯାଇଥିବାବେଳେ ଧୀରେ ଧୀରେ ଏହାକୁ...

ଭଙ୍ଗା ଯାଇପାରୁନି ‘ଏମାର ମଠ’ର ମୁଖ୍ୟ କୋଠା: ମଉନ ବ୍ରତରେ ବସିଛନ୍ତି ମହନ୍ତ, ଅଣାଗଲା ବଡ଼ କଣ୍ଟେନର

ପୁରୀ ଅଫିସ,୩୦।୮: ବହୁ ଚର୍ଚ୍ଚିତ ଦ୍ୱାଦଶ ଶତାବ୍ଦିର ‘ଏମାର ମଠ’ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଶୁକ୍ରବାର ମଠର ରଘୁନନ୍ଦନ ପାଠାଗାର ଭଙ୍ଗା ଯାଉଛି। ମଠ...

Advertisement
Archives

Model This Week