Posted inଫୁରସତ

ଯେଉଁ ଗାଁରେ ମୃତକଙ୍କୁ ନିଜଘରେ ଦିଆଯାଏ କବର

ଉତ୍ତର ପ୍ରଦେଶ ଆଗ୍ରାର ଅଛନେରା ବ୍ଲକ ଛହ ପୋଖରା ଗାଁର ମୁସଲମାନ ପରିବାରର ସଦସ୍ୟମାନେ ସେମାନଙ୍କ ପରିଜନଙ୍କ ମୃତ ଶରୀରକୁ ନିଜ ଘରେ ହିଁ କବର ଦେଉଥିବା ପ୍ରକାଶ କରିଛନ୍ତି। ଗାଁରେ ଏମାନଙ୍କ ପାଇଁ କୌଣସି କବରସ୍ଥାନ ନ ଥିବାରୁ ଏମାନେ ମୃତ ଶରୀରକୁ ଘର ମଧ୍ୟରେ କବର ଦେଉଥିବା କୁହନ୍ତି। ଗାଁର ଶେଷ ମୁଣ୍ଡରେ ହିନ୍ଦୁମାନଙ୍କ ପାଇଁ ଶ୍ମଶାନ ଥିବା ବେଳେ ମୁଲମାନଙ୍କ ପାଇଁ କୌଣସି କବରସ୍ଥାନ ନାହିଁ। ଏନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳି ନ ଥିବା କୁହନ୍ତି ସ୍ଥାନୀୟ ଲୋକେ। ତେବେ ସ୍ଥାନାଭାବ ଯୋଗୁ ଘର ଭିତରେ ବି ଏବେ କବର ଦେବା କଷ୍ଟକର ବ୍ୟାପାର ହୋଇ ପଡିଲାଣି। ରିଙ୍କି ବେଗମ ନାମ ଜଣେ ମହିଳା କୁହନ୍ତି ସ୍ଥାନାଭାବ ଯୋଗୁ ତାଙ୍କବ ବାଡିପଟେ ୫ ଜଣଙ୍କୁ କବର ଦିଆ ସରିଲାଣି। ଏମିତିକି ଏମାନେ ନିତିଦିନ କବର ଉପରେ ଚଢି କାରବାର ହେଉଛନ୍ତି। ଯାହାକି ପୂର୍ବ ପୂରୁଷଙ୍କୁ ଅବମାନନା ବୋଲି ସେମାନେ କୁହନ୍ତି। ପ୍ରଶାସନ ଏମାନଙ୍କୁ ଯେଉଁ ଜାଗା ଖଣ୍ଡିକ ଦେଇଛି ତାହା ଏକ ପୋଖରି ମଝିରେ ହୋଇଥିବାରୁ ସେଠାରେ ବି କବର ଦେବା ଅସମ୍ଭବ। ଏନେଇ ଉକ୍ତ ମୁସଲମାନ ପରିବାର ଗୁଡିକ ଚିନ୍ତିତ ହୋଇପଡିଛନ୍ତି। ଏଠାରେ ଥିବା ଅଧିକାଂଶ ମୁସଲମାନ ପରିବାର ଗରିବ ଓ ଭୂମିହିନ ହୋଇଥିବାରୁ ଏମାନଙ୍କଉ ଏପରି ଅସୁବିଧାର ସାମ୍ନା କରିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସମୟରେ କନ୍ୟାଙ୍କୁ ଏମିତି ହଳଦୀ ଲଗାଉଛନ୍ତି ମହିଳା, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସି ହସି ଗଡ଼ିବେ। ଜଣେ କନ୍ୟାଙ୍କ ବିବାହ ପାଇଁ ହଳଦୀ ସେରିମନି କରାଯାଉଛି।...

ମୋଦିଙ୍କୁ ମନେ ପକାଉଛନ୍ତି ଗିଲ୍ସ, ଫଟୋ ଶେୟାର କରି କହିଲେ…

ଡିସ୍କଭରି ଚ୍ୟାନେଲର ଚର୍ଚ୍ଚିତ ଶୋ’ ମଧ୍ୟରୁ ‘ମ୍ୟାନ୍‌ ଭର୍ସେସ ଓ୍ବାଇଲ୍ଡ’ ଅନ୍ୟତମ। ନିକଟରେ ଏହି ଶୋ’ରେ ନଜର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହୋଷ୍ଟ ବେୟର...

କାଗଜ ହାତୀର ରେକର୍ଡ

ପ୍ରତିବର୍ଷ ଶିକାରୀଙ୍କ ଦ୍ୱାରା ହଜାର ହଜାର ସଂଖ୍ୟାର ହାତୀ ଜୀବନ ହରାଉଛନ୍ତି। ଫଳରେ ହାତୀଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ନଜରରେ ରଖି ଆମେରିକାର ଓ୍ବାଇଲ୍ଡ...

ଶେଷରେ କଳିଯୁଗ ଶବରୀଙ୍କର ପୂରା ହେଲା ତପସ୍ୟା

ଭୋପାଳ,୫।୮: ବହୁ ପ୍ରତୀକ୍ଷିତ ଐତିହାସିକ ରାମ ମନ୍ଦିର ନିର୍ମାଣ ପାଇଁ ବୁଧବାର ଭୂମିପୂଜନ ସରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରି ମନ୍ଦିରର ମୂଳଦୁଆ ପକାଇବା...

ଜଣକ ପରେ ଜଣେ ଖସଡ଼ାରେ ଖସୁଛନ୍ତି ବତକ ଛୁଆ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଏମିତି ଥାନା ଯେଉଁଠି ଅପରାଧିଙ୍କୁ ପଢାଯାଏ ଗାନ୍ଧୀ, ଆମ୍ବେଦକରଙ୍କ ବାର୍ତ୍ତା

ପାଟନା: ସାଧାରଣତଃ ଥାନା ବା ପୋଲିସ ଷ୍ଟେଶନ ଯାଇଥିବା ଲୋକେ ଅସୁବିଧାରେ ପଡି ସେଠାକୁ ଯାଇ ଥାଆନ୍ତି । ବେଳେ ବେଳେ ସେଠି ଅପରାଧି କଥାକୁ...

ଏହି ଫୁଲର ଦୁର୍ଗନ୍ଧରେ ନାକ ଫାଟିପଡୁଛି, ତଥାପି ଦେଖିବାକୁ ଜମୁଛି ଲୋକଙ୍କ ଭିଡ଼; ଜାଣନ୍ତୁ କ’ଣ ରହିଛି ସ୍ବତନ୍ତ୍ରତା

ଆମେରିକାର ସବୁଠୁ ସୁନ୍ଦର ସହର କୁହାଯାଉଥିବା ଫ୍ରାନ୍ସିସ୍କୋରେ ଏକ ଦୁର୍ଲଭ ଫୁଲ ଫୁଟିଛି। ଯାହାକୁ ଦେଖିବା ପାଇଁ ହଜାର ହଜାର କିଲୋମିଟର ଦୂରରୁ ଲୋକଙ୍କ ସୁଅ...

ପ୍ରଥମ ଦରମାରେ ବାପାଙ୍କର ପ୍ରିୟ ବହି କିଣିଥିଲି: ଲକ୍ଷ୍ମଣ କୁମାର

ଜୀବନରେ ପ୍ରଥମ ରୋଜଗାର କଥା ଭାବିଲା ମାତ୍ରକେ ମୋତେ ଅନେକ ବର୍ଷ ପଛକୁ, ମୋର ଆଦ୍ୟ କଲେଜ ଜୀବନ ପାଖକୁ ଫେରିଯିବାକୁ ପଡ଼ୁଛି। ଶୈଶବକାଳରୁ ମୋ...

Advertisement
Archives

Model This Week