Posted inଖେଳ

ଯୁବିଙ୍କ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୦।୭- ସୋସିଆଲ ମିଡିଆରେ ଗତ କିଛିଦିନ ହେଲେ ବଟଲ କ୍ୟାପ୍‌ ଚ୍ୟାଲେଞ୍ଜ ଲୋକପ୍ରିୟତା ହାସଲ କରିଛି। ଏହି ଚ୍ୟାଲେଞ୍ଜରେ ବୋଟଲକୁ ସ୍ପର୍ଶ ନ କରି କ୍ୟାପ୍‌ ଖୋଲିବାକୁ ହୁଏ। କ୍ରିକେଟରେ ନିଜ ଛକା ପାଇଁ ଜଣାଯାଉଥିବା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ (ଯୁବି) ଅଭିନବ ଉପାୟରେ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି। ଯୁବି ବଟଲର କ୍ୟାପ୍‌ ଖୋଲିବା ଲାଗି ଟେନିସ୍‌ ବଲ ଓ ବ୍ୟାଟ୍‌ର ବ୍ୟବହାର କରିଛନ୍ତି। ସେ ବଲ୍‌କୁ ବ୍ୟାଟ୍‌ରେ ମାରିଥିଲେ, ଯାହାକି ବଟଲରୁ କ୍ୟାପ୍‌ ଖୋଲିଦେଇଥିଲା। ହେଲେ ବଟଲଟି ପଡ଼ିଯାଇଥିଲା। ଏହି ଭିଡ଼ିଓକୁ ଯୁବି ଟୁଇଟରରେ ପୋଷ୍ଟ କରି ପୂର୍ବତନ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା, ଭାରତୀୟ ଓପ୍‌ନର ଶିଖର ଧାଓ୍ବନ ଓ କ୍ରିସ୍‌ ଗେଲଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଏଥିସହ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଲାଗି ଏକ ସ୍ବତନ୍ତ୍ର ସର୍ତ୍ତ ରଖିଛନ୍ତି। ଯୁବିଙ୍କ ଏହି ଭିଡିଓକୁ ୨.୫ ନିୟୁତ ଫଲୋଅର୍ସ ଦେଖିସାରିଛନ୍ତି ଏବଂ ୮.୪ ଲକ୍ଷ ପସନ୍ଦ ମଧ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭର୍ଷ୍ଟାପେନ୍‌ ଜିତିଲେ ଫ୍ରେଞ୍ଚ୍‌ ଗ୍ରାଁ ପ୍ରି

ଲି କାଷ୍ଟିଲେଟ୍‌,୨୧ା୬ (ଏପି): ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ପୂର୍ବତନ ଫର୍ମୁଲା ଓ୍ବାନ ଚାମ୍ପିୟନଶିପ୍‌ ଲିଡର ମାକ୍ସ ଭର୍ଷ୍ଟାପେନ୍‌ ଫ୍ରେଞ୍ଚ ଓପନ୍‌ ଗ୍ରାଁ ପ୍ରି ମୋଟର...

କମଲ୍‌ପ୍ରୀତ ୩ ବର୍ଷ ବାସନ୍ଦ

ନୂଆଦିଲ୍ଳୀ,୧୩ା୧୦(ପି.ଟି.): ଟୋକିଓ ୨୦୨୦ରେ ସଫଳତାର ଶିଖର ଛୁଇଁଥିବା ମହିଳା ଡିସ୍‌କସ ଥ୍ରୋୟର କମଲପ୍ରୀତ କୌରଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି। ତାଙ୍କ ନମୁନାରେ ନିଷିଦ୍ଧ ଶକ୍ତିବର୍ଦ୍ଧକ...

ହସ୍ପିଟାଲ୍‌ରେ ହକି କୋଚ୍‌ କୌଶିକ

ନୂଆଦିଲ୍ଲୀ,୬।୫(ପି.ଟି.): କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ବୋଲି ଜଣାପଡିବା ପରେ ପୂର୍ବତନ ଭାରତୀୟ ହକି କୋଚ୍‌ ଏମ୍‌.କେ. କୌଶିକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସରେ...

ୟୁଏସ୍‌ ଓପନରୁ ଓହରିଲେ ଏହି ୨ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ, ୮ା୮ (ଏପି)-କରୋନା ଭାଇରସ ଆଶଙ୍କାରେ ଆଉ ଦୁଇଜଣ ଟପ୍‌ ମହିଳା ଟେନିସ ଖେଳାଳି ଏଲିନା ସ୍ବିତୋଲିନା ଓ କିକି ବର୍ଟେନ୍ସ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ...

ଅଶ୍ୱିନଙ୍କ ଅର୍ଦ୍ଧଶତକ: ଲଞ୍ଚ୍‌ ପର୍ଯ୍ୟନ୍ତ ଭାରତର ସ୍କୋର ୭/୩୪୮

ଚଟ୍ଟଗ୍ରାମ,୧୫।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଚଟ୍ଟଗ୍ରାମରେ ଖେଳାଯାଉଛି। ଏହି ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଲଞ୍ଚ୍‌ ପର୍ଯ୍ୟନ୍ତ ଟିମ...

ରାଉରକେଲା, ସୁନ୍ଦରଗଡ଼, ଢ଼େଙ୍କାନାଳ, ବରଗଡ଼ ସେମିରେ

କଟକ ଅଫିସ,୧୦ା୧୨- ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ବରଗଡ଼ ଓ ଢ଼େଙ୍କାନାଳରେ ଚାଲିଥିବା ୬୦ତମ ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ ସାହାଣୀ...

ଫ୍ରେଞ୍ଚ୍‌ ଓପନ୍‌ ଟେନିସ୍‌: ନାଡାଲ- ସ୍ବାର୍ଜମ୍ୟାନ ସେମିଫାଇନାଲ

ପ୍ୟାରିସ୍‌,୮।୧୦(ଏପି): କ୍ଲେ କୋର୍ଟର ରାଜା କୁହାଯାଉଥିବା ସ୍ପେନ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ମଧ୍ୟରାତ୍ରି ପରେ...

ଦକ୍ଷିଣ ଆଫ୍ରିକାର ଦଳ ଘୋଷଣା

ନୂଆଦିଲ୍ଲୀ,୧୭।୫: ଆଇପିଏଲ୍‌ ପରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏଥିଲାଗି ଦକ୍ଷିଣ ଆଫ୍ରିକା ଟିମ୍‌ ଜୁନ୍‌ରେ...

Advertisement
Archives

Model This Week