ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା; ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଶଙ୍କରାଖୋଲ,୧୮ା୧୧(ଡି.ଏନ୍‌.ଏ.)-ଟିକାବାଲି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ପୋଲିସ ରବିବାର ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଞ୍ଚଳର ଅଶ୍ୱିନୀ କୁମାର ଦିଗାଳ। ଏ ନେଇ ଟିକାବାଲି ଥାନାରେ ନଂ.୧୦୯/୧୯ରେ ମାମଲା ରୁଜୁ ହୋଇଛି। ପ୍ରକାଶ ଯେ, ବର୍ଷେ ହେବ ଯୁବତୀଙ୍କ ସହ ଅଶ୍ୱିନୀଙ୍କ ପ୍ରେମ ସମ୍ପର୍କ ଥିଲା। ଗତ ୮ ତାରିଖରେ ଉକ୍ତ ଯୁବତୀଙ୍କ ପାଇଁ ଅନ୍ୟ ଘରରୁ ବିବାହା ପ୍ରସ୍ତାବ ଆସିଥିଲା। କିନ୍ତୁ ଯୁବତୀ ମନା କରିଦେଇଥିଲେ। ଏହା ଜାଣି ଅଶ୍ୱିନୀ ସମ୍ପୃକ୍ତା ଯୁବତୀଙ୍କୁ ଅନ୍ୟ ସ୍ଥାନକୁ ନେଇ ବିବାହା ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ଏହାର ୧୨ ଦିନ ପରେ ଯୁବତୀଙ୍କୁ ତାଙ୍କ ଘରେ ଅଶ୍ୱିନୀ ଛାଡ଼ିଦେଇ ବିବାହା ପାଇଁ ମନା କରିଦେଲେ। ଏ ନେଇ ଗ୍ରାମରେ ଏକ ବୈଠକ ବସିଥିଲା। କିନ୍ତୁ କୌଣସି ସମାଧାନ ନ ବାହାରିବାରୁ ଯୁବତୀ ଜଣକ ଶନିବାର ଅଶ୍ୱିନୀଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍‌ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍‌ଟିରେ ରଖାଯାଉଛି ପାଣି

ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ...

ପଞ୍ଚାୟତ ସମ୍ମୁଖରେ ବୃଦ୍ଧାବୃଦ୍ଧଙ୍କ ଧାରଣା

କର୍ଲାମୁଣ୍ଡା,୨୨।୧୨(ଡି.ଏନ୍‌.ଏ.): ଆଧାର ସଂଯୋଗ ଓ କଓ୍ବୋଇସି ଅପ୍‌ଡେଟ ହୋଇ ପାରୁ ନ ଥିବାରୁ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଭତ୍ତା ଟଙ୍କା ଉଠାଇବା...

ନୀଳାଦ୍ରି ନିଳୟ ଯୋଜନା: ଝୁଣ୍ଟିଲା ପ୍ରଶାସନ

ପୁରୀ ଅଫିସ,୯।୩: ପୁରୀ ସହରକୁ ଭିକାରିମୁକ୍ତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଗତ ୩ ତାରିଖରୁ ଆରମ୍ଭ ହୋଇଛି ନୀଳାଦ୍ରି ନିଳୟ ଯୋଜନା। ଭିକ୍ଷାବୃତ୍ତି...

ବରଗଛ ମୂଳେ ବ୍ୟାଙ୍କ ସେବା, ଗ୍ରାମାଞ୍ଚଳରେ ନେଟ୍‌ଓ୍ବର୍କ ସମସ୍ୟା

ପଟ୍ଟାଙ୍ଗୀ୨୩ା୫(ଡି.ଏନ.ଏ.): ବର୍ତ୍ତମାନ ଅନେକ ସରକାରୀ ଓ ବେସରକାରୀ କାର୍ଯ୍ୟ ଅନ୍‌ଲାଇନ ମାଧ୍ୟମରେ ହେଉଛି। ଟେଲି ନେଟୱାର୍କ ସୁବିଧା ଥିବା ଅଞ୍ଚଳରେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉଛି।...

କ୍ୱାରାଣ୍ଟାଇନ୍‌ରେ ୯୬୫ ପ୍ରବାସୀ

ବନ୍ତ,୧୯।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ସୋମବାର ସୁଦ୍ଧା ୯୬୫ ଜଣ ପ୍ରବାସୀ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ବିଭିନ୍ନ ରାଜ୍ୟରୁ ଘରକୁ ଫେରିବା ପାଇଁ ପ୍ରାୟ ୮୪୪୧...

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣା: ୬ ଜଣଙ୍କ ନାମରେ ମାମଲା ରୁଜୁ

ଭଦ୍ରକ ଅଫିସ,୪ା୫: ତିହିଡ଼ି ବ୍ଲକ ଭାଟପଡ଼ା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଟିକ୍‌ଟକ୍‌ କରିବା ଘଟଣାରେ ସରପଞ୍ଚଙ୍କ ଏତଲା ଆଧାରରେ ୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୧୯।୧୨ (ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଏହି ଗ୍ରାମର...

ସହର ଅଳିଆକୁ ନେଇ ତୁଟୁନି ବିବାଦ: ଆବର୍ଜନା ଗାଡ଼ି ଅଟକାଇଲେ ଲୋକେ

ଅନୁଗୋଳ ଅଫିସ, ୨୦।୯-ଅନୁଗୋଳ ପୌରପାଳିକାର ଅଳିଆ ବିବାଦ ଥମିବାର ନା ଧରୁନି। ଯୁଆଡ଼େ ଅଳିଆ ନେଇ ଗଲେ ବି ସ୍ଥାନୀୟ ଅଞ୍ଚଳବାସୀଙ୍କଠାରୁ ବିରୋଧର ସମ୍ମୁଖୀନ ହେବାକୁ...

Advertisement
Archives

Model This Week