ଯୁବକଙ୍କ ମୃତଦେହ ଉଦ୍ଧାର, ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଜଅଁରା ଗ୍ରାମରେ ଜଣେ ଯୁବକଙ୍କ ମୃତଦେହ ବୁଧବାର ସକାଳେ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ମୃତକ ହେଲେ ପ୍ରମୋଦ ସାହୁଙ୍କ ପୁଅ ପ୍ରଶାନ୍ତ (୨୨)।
ସୂଚନାନୁଯାୟୀ, ପ୍ରଶାନ୍ତ ଓ ତାଙ୍କ ସାଙ୍ଗ ଉକ୍ତ ଗ୍ରାମର ଫକୀର ପରିଡ଼ାଙ୍କ ପୁଅ ଅଶୋକ (୪୨) ମଙ୍ଗଳବାର ସନ୍ଧ୍ୟାରେ କୁକୁଡା ମାଂସ ବାଣ୍ଟକରି ନିଜ ଘରକୁ ନେଇଥିଲେ। ୪ ଦିନ ଧରି ପ୍ରଶାନ୍ତଙ୍କ ଘରକୁ ଅଶୋକ ଶୋଇବାକୁ ଆସୁଥିଲା ବେଳେ ବୁଧବାର ସକାଳେ ମଧ୍ୟ ତାଙ୍କ ବାଇକ୍‌ ପ୍ରଶାନ୍ତଙ୍କ ଘର ସାମ୍ନାରେ ରହିଥିଲା। ଅନ୍ୟପଟେ ସକାଳୁ ପ୍ରଶାନ୍ତଙ୍କ ମୃତଦେହ ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାସ୍ଥଳରୁ ଏକ ମୋବାଇଲ, ଅଶୋକଙ୍କ ଗାଡ଼ି, ଦାନାଦର ପ୍ୟାକେଟ୍‌, ଏକ କଟୁରି ଓ ମଦ ବୋତଲ ଜବତ କରିଛି। ଏ ନେଇ ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଅଶୋକଙ୍କ ନାମରେ ଥାନାରେ ହତ୍ୟା ଅଭିଯୋଗ ହୋଇଥିବା ବେଳେ ପୋଲିସ କେସ୍‌ (ନଂ.୧୪୩/୧୯)ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ମରାମତି ଅଭାବ : ନଦୀବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା

ସିଂହପୁର,୨୧।୯(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ଜଳସମ୍ପଦ ବିଭାଗ ଅଧିନସ୍ଥ ଖରସ୍ରୋତା ନଦୀବନ୍ଧର ଜରୀ ନୂଆ ମାହାରାଠାରୁ ବାଛୋଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଏହି ନଦୀବନ୍ଧ...

‘ବିଶ୍ୱରେ ଓଡ଼ିଶା ଯୁବତୀଯୁବକଙ୍କ ଚାହିଦା ବଢ଼ିବ’

ଭୁବନେଶ୍ୱର,(ବ୍ୟୁରୋ)/ପୁରୀ ଅଫିସ/କୃଷ୍ଣପ୍ରସାଦ, ୬ା୧(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନଫରେନ୍ସରେ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ର ଉଦ୍‌ଘାଟନ...

ପୋଲିଂ ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଫୁଲବାଣୀ ଅଫିସ,୧୭ା୪ : ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଙ୍ଗୁନିପଦର ବୁଥ୍‌କୁ ପୋଲିଂ କର୍ମଚାରୀମାନେ ଯାଉଥିବାବେଳେ ଦୁର୍ବୃତ୍ତମାନେ ସେମାନଙ୍କୁ ବାହାରକୁ ଡାକି ଗାଡ଼ି ଜାଳି ଦେଇଛନ୍ତି। ଏହା...

ଡ୍ୟୁଟିରେ ଶୋଇପଡ଼ିଲେ ଡାକ୍ତର

ଢେଙ୍କାନାଳ ଅଫିସ,୮।୧୦: ଡ୍ୟୁଟିରେ ଥାଇ ନିଘୋଡ଼ ନିଦରେ ଶୋଇପଡ଼ିଲେ ଡାକ୍ତର। ତାଙ୍କୁ ଉଠାଇବାକୁ ସହକର୍ମୀ ଏବଂ ସୁରକ୍ଷାକର୍ମୀଙ୍କୁ କରିବାକୁ ପଡ଼ିଲା ବେଶ୍‌ କିଛି ସମୟ କସରତ,...

ଆଇଆଇଏଫ୍‌ଏଲ୍‌ରୁ ଲୁଟ ଘଟଣା:ସଂସ୍ଥାର ମହିଳା ଅଧିକାରୀଙ୍କ ସମେତ ୭ ଗିରଫ

କଟକ ଅଫିସ,୨୬ା୧୧:କଟକ ନୟାସଡ଼କ ଅଞ୍ଚଳରେ ଥିବା ଅର୍ଥ ଲଗାଣକାରୀ ସଂସ୍ଥା ଇଣ୍ଡିଆନ ଇନ୍‌ଫୋଲାଇନ ଫାଇନାନ୍ସ ଲିମିଟେଡ(ଆଇଆଇଏଫ୍‌ଏଲ୍‌) ଶାଖାରୁ ଲୁଟ୍‌ ଘଟଣାରେ ଦିନକୁ ଦିନ ନୂଆ ତଥ୍ୟ...

ବଲାଙ୍ଗୀରରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ବଲାଙ୍ଗୀର ଅଫିସ, ୨୨ା୧୦: ବହୁଚର୍ଚ୍ଚିତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ତଦାରଖ କରିବାକୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରାଙ୍କ...

ଟୋକନ୍‌-ଟାର୍ଗେଟ ମଧ୍ୟରେ ପେଷି ହେଉଛି ଚାଷୀ

ଖୋର୍ଦ୍ଧା ଅଫିସ,୧୯ା୨:ଖୋର୍ଦ୍ଧା ଜିଲାରେ ଖରିଫ ଧାନକିଣାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ପଦାରେ ପଡ଼ିିଛି। ମଣ୍ଡିରେ ଧାନ ପଡ଼ିରହିଛି। ଚାଷୀ ଟୋକନ ପାଇ ସୁଦ୍ଧା ଧାନ...

ଏମ୍‌କେସିଜିରେ ୨୯ କରୋନା ସନ୍ଧିଗ୍ଧ ଚିକିତ୍ସିତ

ବ୍ରହ୍ମପୁର ଅଫିସ, ୮।୫ -ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ଗଞ୍ଜମକୁ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ...

Advertisement
Archives

Model This Week