ଯୁବକଙ୍କୁ ହତ୍ୟା ଅଭିଯୋଗ

ଫିରିଙ୍ଗିଆ,୩୧ା୧୦-କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ କେଳାପଡ଼ା ପଞ୍ଚାୟତ ଗେରୁପଡ଼ାର ଏକ ଦୋକାନ ବାରଣ୍ଡାରୁ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହକୁ ପୋଲିସ ବୁଧବାର ସକାଳେ ଜବତ କରିଛି। ସେ ହେଲେ ପାଙ୍ଗାଉପରସାହି ପଞ୍ଚାୟତ ଡେଡ଼ିସରୁ ଗ୍ରାମର କୃଷ୍ଣଚନ୍ଦ୍ର ବଗର୍ତ୍ତୀ (୪୫)। ଉକ୍ତ ଅଞ୍ଚଳରେ ଜଟାଧାରୀ ଭାବେ ପରିଚିତ କୃଷ୍ଣଚନ୍ଦ୍ରଙ୍କ ବେକକୁ କୌଣସି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୃଷ୍ଣଚନ୍ଦ୍ରଙ୍କ ପୁତୁରା କମଳାକାନ୍ତ ଥାନାରେ ଏତଲା ଦେଇଛନ୍ତି। ନଂ. ୧୦/୧୯ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି। ଗେରୁପଡ଼ାର ଏକ ଦୋକାନ ବାରଣ୍ଡାରେ ଏକ ମୃତଦେହ ପଡ଼ିଥିବା ଜାଣିବା ପରେ କେଲାପଡ଼ା ସରପଞ୍ଚ ପ୍ରେମଶିଳା ଝାଙ୍କର ଫିରିଙ୍ଗିଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା। ମୃତ ବ୍ୟକ୍ତି ଜଣକ କୃଷ୍ଣଚନ୍ଦ୍ର ଓ ଅଞ୍ଚଳରେ ସେ ଝଡ଼ାଫୁଙ୍କା କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି। ଅନ୍ୟପକ୍ଷରେ ଗୁଣିଆ ସନ୍ଦେହରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ଏହି ଘଟଣାକୁ ପୋଲିସ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛି। ଖୁବଶୀଘ୍ର ଏହାର ସତ୍ୟତା ଜଣାପଡିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଗୁଡ଼ାରେ ପର୍ଯ୍ୟଟନ ମନ୍ତ୍ରୀ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ବାଲିଗୁଡ଼ା,୧୧।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଶନିବାର ଅପରାହ୍ନରେ ସ୍ଥାନୀୟ ବନବାସୀ ସେବା ସମିତିରେ ପହଞ୍ଚି ଅନ୍ତେବାସୀଙ୍କ...

ପୋଲ ନିର୍ମାଣ ହେଉନି: ନାଳ ପାର ହୋଇ ସ୍କୁଲ ଯାଉଛନ୍ତି ପିଲା

ଫିରଙ୍ଗିଆ, ୧୫ା୮-ଫିରିଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମ ଗାଟେଣୀ ନାଳ ଉପରେ ପୋଲ ନିର୍ମାଣ ହେଉନି ା ଫଳରେ ଟେଲାପାଲି, ଶିକୁଳିପଦର, ସିମିଝରି ଗ୍ରାମର...

ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର: ଶହୀଦ ସପ୍ତାହକୁ ନିନ୍ଦା ଦିବସ ରୂପେ ପାଳିବାକୁ ଆହ୍ବାନ

ବାଲିଗୁଡ଼ା,୩।୮(ଡି.ଏନ୍‌.ଏ.): ମାଓବାଦୀଙ୍କ ଶହୀଦ ସପ୍ତାହରେ କନ୍ଧମାଳ ଜିଲା ବାଲିଗୁଡା ବସଷ୍ଟାଣ୍ଡରେ ମାଓବାଦୀ ବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି। ଆଣ୍ଟି ନକ୍ସଲ ପିପୁଲ ପିସ୍‌ ଫୋର୍ସ ପକ୍ଷରୁ...

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା

ଫୁଲବାଣୀ ଅଫିସ/ଚକାପାଦ,୨୮ା୩: କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି । ହତ୍ୟା ପରେ ମୃତଦେହକୁ ପୋତି...

ଦାରିଙ୍ଗବାଡ଼ିରେ ବନ୍ଦ ହେଲା ସାପ୍ତାହିକ ହାଟ

ଦାରିଙ୍ଗବାଡ଼ି,୫ା୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ଶନିବାର ଏବଂ ରବିବାର ଶଟ୍‌ଡାଉନ୍‌ ଘୋଷଣାକୁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଶନିବାର...

କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ସୁଧାରିବାକୁ ପୁରାତନ ଛାତ୍ରୀଛାତ୍ରଙ୍କ ଦାବି

ବାଲିଗୁଡ଼ା,୫।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲାର ସର୍ବ ପୂରାତନ ବିଦ୍ୟାଳୟ ବାଲିଗୁଡା ଉପଖଣ୍ଡର ତୁମୁଡିବନ୍ଧ ବ୍ଲକ ସ୍ଥିତ କୁର୍ତ୍ତମଗଡ଼ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ୧୮୧୭ ମସିହାରେ ସ୍ଥାପିତ...

ସିମନବାଡ଼ିରେ ପାଳନ ହେଲା ଦଶହରା

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.)- ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିରେ ଭାଇଚାରାରେ ପାଳନହେଲା ଦଶହରା ପର୍ବ ା ମା’ଦୁର୍ଗାଙ୍କ ମୃଣ୍ମୟ ମୁର୍ତ୍ତିକୁ ପୂଜାର୍ଚ୍ଚନା ସହ ଦର୍ଶନ ପାଇଁ ଭିଡ଼ ଜମିଥିଲା। ସେହିପରି...

୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ସହ ଟ୍ରାକ୍ଟର ଜବତ: ଡ୍ରାଇଭର ଗିରଫ

ବାଲିଗୁଡ଼ା,୮।୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଥପ୍ରାନ୍ତ ସେବାକେନ୍ଦ୍ର ନିକଟରେ ଚଢ଼ାଉକରି ପୋଲିସ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି ।...

Advertisement
Archives

Model This Week