ଯୁବକଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି: ବନ୍ଧାହେଲେ, ବିବାହ କଲେ

ବଇଣ୍ଡା,୮ା୬(ଡି.ଏନ.ଏ.)- ମିସ୍‌କଲ୍‌ରୁ ମହିଳାଙ୍କ ସହ ପ୍ରେମ ଓ ସ୍ବାମୀ ନ ଥିବା ବେଳେ ରାତିରେ ତାଙ୍କ ଘରେ ପଶିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ରାମବାସୀଙ୍କ ନଜରକୁ ଏହା ଆସିବା ପରେ ଯୁବକ ଜଣକ ବନ୍ଧାହେବା ସହ ସମ୍ପୃକ୍ତା ମହିଳାଙ୍କୁ ବିବାହ କରିବାକୁ ପଡ଼ିଛି। ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ସୋମବାର ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ୩ ବର୍ଷ ତଳୁ ସମ୍ପୃକ୍ତା ମହିଳାଙ୍କ ସହ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବକଙ୍କ ମିସ୍‌ କଲ୍‌ରୁ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ମହିଳାଙ୍କ ସ୍ବାମୀ ଅନୁଗୋଳରେ କାମ କରୁଥିବାରୁ ସେ ପ୍ରାୟ ସମୟରେ ଘରେ ଅନୁପସ୍ଥିତ ରହୁଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ମହିଳାଙ୍କ ଘରକୁ ରାତିରେ ଯିବାଆସିବା କରୁଥିଲେ। ରବିବାର ରାତିରେ ମହିଳାଙ୍କ ସ୍ବାମୀ ନ ଥିବା ବେଳେ ସମ୍ପୃକ୍ତ ଯୁବକ ଦୂରରେ ବାଇକ୍‌ ରଖି ସେଠାକୁ ଯାଇଥିବା ସ୍ଥାନୀୟ ଲୋକେ ଦେଖି ଉଭୟେ ଥିବା ରୁମ୍‌ରେ ତାଲା ପକାଇ ଦେଇଥିଲେ। ପରେ ଗ୍ରାମବାସୀ ତାଲା ଖୋଲି ମହିଳାଙ୍କ ରୁମ୍‌ରୁ ଯୁବକଙ୍କୁ ବାହାର କରି ବାନ୍ଧି ଦେଇଥିଲେ। ଉଭୟଙ୍କ ପରିବାରକୁ ନେଇ ଗ୍ରାମରେ ଏକ ବୈଠକ ବସିଥିଲା। ସେଥିରେ ନିଷ୍ପତ୍ତି ଅନୁଯାୟୀ ସମ୍ପୃକ୍ତ ଯୁବକ ମହିଳା ଜଣଙ୍କୁ ଶଙ୍ଖା, ସିନ୍ଦୂର ପିନ୍ଧାଇ ସ୍ତ୍ରୀ ଭାବେ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓକିଲଙ୍କ ଘରୁ ଡକାୟତି : ନେଇଗଲେ ୫୦ ହଜାର ଟଙ୍କା ସମେତ ସୁନାଗହଣା

ଅନୁଗୋଳ ଅଫିସ,୪।୧୧: ନାଲକୋ ଥାନା କୁଲାଡ଼ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଓକିଲ ବିଭୂତି ଭୂଷଣ ପଟ୍ଟନାୟକଙ୍କ ଘରେ...

ତହସିଲ ସମ୍ବନ୍ଧୀୟ ସେବା ଉପରେ ଗୁରୁତ୍ୱ

ବଇଣ୍ଡା,୧୪।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ସଞ୍ଜାମୁରା ପଞ୍ଚାୟତରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ଭାବେ ପ୍ରଚଳିତ ହୋଇଥିବା ଯୋଜନା ମୋ ଗାଁ ତହସିଲ (ସେବା...

୮ମ ଜିଲା ମହୋତ୍ସବ ପାଇଁ ସଜବାଜ

ଅନୁଗୋଳ ଅଫିସ, ୨୩।୧ – ଅଷ୍ଟମ ଜିଲା ମହୋତ୍ସବ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ମଶାଲ ଶୋଭାଯାତ୍ରା ଚଳିତ ମାସ ୩୦...

ଗଁ। ରେ ପଶି ଜୀବନ ନେଲା ହାତୀ

କଣିହାଁ,୨୯।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା ରେଙ୍ଗାଳି ଥାନା କୁଳୁମା ପଞ୍ଚାୟତ ଓଳନ୍ଦା ଗ୍ରାମରେ ଶନିବାର ସାରେ ହାତୀ ଆକ୍ରମଣରେ ନବକିଶୋର ସେଠୀଙ୍କ ମୃତ୍ୟୁ ହୋଇଛି। ଅସାଧୁ ନାୟକଙ୍କ ଚାଳ...

ବାହାନା କରି ବୁଲୁଛନ୍ତି: ୨୫ ଜଣଙ୍କ ନାମରେ ମାମଲା

ଅନୁଗୋଳ ଅଫିସ୍‌, ୨୫ା୩- କରୋନା ସଂକ୍ରମଣକୁ ରୋକିବା ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଥିଲେ ହେଁ ଅନୁଗୋଳ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଏହି...

ବିଦ୍ୟାଳୟରେ ମଦ୍ୟପାନ କଲେ ଶିକ୍ଷକ: ଭିଡ଼ିଓ ହେଲା ଭାଇରାଲ

ବଇଣ୍ଡା,୨୫।୮(ଡି.ଏନ.ଏ.)-ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମଇମୁରା ସର୍କଲ କେଞ୍ଚୁଆନାଳୀ ପ୍ରାଥମିକ ବିଦ୍ୟାଳୟର ଜୈନେକ ଶିକ୍ଷକ ଶନିବାର ବିଦ୍ୟାଳୟ ଶ୍ରେଣୀଗୃହ ପ୍ରକୋଷ୍ଠରେ ମଦ୍ୟପାନ କରୁଥିବା ବିଡ଼ିଓ ରବିବାର...

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ

ବଇଣ୍ଡା,୪।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସରେ ବୁଧବାର ଭିଜିଲାନ୍ସ ବିଭାଗ...

ମାଛ ମାରିବା ବେଳେ ୫ ଆହତ ଘଟଣା:ରାତିଅଧିଆ ଏସ୍‌ଡିପିଓଙ୍କ ତଦନ୍ତ

ଅନୁଗୋଳ ଅଫିସ, ୧୫।୧୨ ଅନୁଗୋଳ ଥାନା ପଣ୍ଡପୁର ଗ୍ରାମ ନିକଟ ବଉଳୀ ଜୋରକୁ ଶୁକ୍ରବାର ମାଛ ମାରିବାକୁ ଯାଇ ୫ ଜଣ ଆହତ ହେବା ଘଟଣାର...

Play 250+ Trending Games
Archives

Model This Week

Why Dharitri