ଯୁକ୍ତ୨ କଲେଜଗୁଡ଼ିକୁ କଡ଼ା ଚେତାବନୀ: ସିସିଟିଭି ନ ଲଗାଇଲେ ପରୀକ୍ଷାକେନ୍ଦ୍ର ବନ୍ଦ

ଭୁବନେଶ୍ୱର,୧୦ା୧(ବ୍ୟୁରୋ): ଜାନୁୟାରୀ ୨୭ରୁ ଯୁକ୍ତ୨ ପ୍ରାକ୍ଟିକାଲ ଏବଂ ମାର୍ଚ୍ଚ ୩ରୁ ଥିଓରି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ଏହାପୂର୍ବରୁ ପରୀକ୍ଷାକେନ୍ଦ୍ରଗୁଡ଼ିକର ଭିତ୍ତିଭୂମି ସଜାଡ଼ିବାକୁ କଡ଼ା ଚେତାବନୀ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ)। ଚଳିତବର୍ଷ ସମସ୍ତ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହୋଇଥିବାବଳେ ଜାନୁୟାରୀ ୧୦ ବା ଶୁକ୍ରବାର ସୁଦ୍ଧା ସମସ୍ତ ପରୀକ୍ଷାକେନ୍ଦ୍ରଗୁଡ଼ିକରେ ସିସିଟିଭି ଲଗାଇବା କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ସମସ୍ତ କଲେଜଗୁଡ଼ିକୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ଜାନୁୟାରୀ ୭ ସୁଦ୍ଧା ସିସିଟିଭି ଲଗାଇ ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଧିକାଂଶ ପରୀକ୍ଷାକେନ୍ଦ୍ର ଏ ଦିଗରେ ପଦକ୍ଷେପ ନେଇ ନ ଥିବାରୁ ନିର୍ଦ୍ଦେଶାଳୟ ପକ୍ଷରୁ ପୁଣିଥରେ ଚିଠି ଲେଖାଯାଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ ସିସିଟିଭି ଲଗାଇବା ସମ୍ପର୍କରେ ସମସ୍ତ ତଥ୍ୟ ଅନ୍‌ଲାଇନ୍‌ରେ ସାମ୍ସ ଇ-ସ୍ପେସ୍‌ରେ ଥିବା ସିସିଟିଭି ଲିଙ୍କ୍‌ ମାଧ୍ୟମରେ ପରିଷଦ ନିକଟରେ ଦାଖଲ କରିବାକୁ କୁହାଯାଇଛି। ପରିଷଦର ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷାକେନ୍ଦ୍ରର ସମସ୍ତ ହଲ୍‌, ସିଲ୍‌ ପ୍ରଶ୍ନପତ୍ର ରହିଥିବା ସ୍ଥାନ, ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଯିବା ସ୍ଥାନ, ଅଫିସ୍‌ ରୁମ୍‌, ପ୍ରବେଶ ପଥର ମୁଖ୍ୟ ଫାଟକ ତଥା ଯାଞ୍ଚସ୍ଥଳରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହୋଇଛି। ଏହାବ୍ୟତୀତ କ୍ୟାମ୍ପସ୍‌ ପରିସର, କ୍ଲାସରୁମ୍‌ରୁ ଅଫିସ୍‌ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ରାସ୍ତା, କ୍ୟାମ୍ପସ୍‌ର ଅନ୍ୟାନ୍ୟ ପ୍ରମୁଖ ସ୍ଥାନ ଏବଂ ଲୋକାରଣ୍ୟ ଅଞ୍ଚଳରେ ସିସିଟିଭି ଲଗାଇବାକୁ କୁହାଯାଇଛି। ଯଦି କୌଣସି କେନ୍ଦ୍ର ସିସିଟିଭି ଲଗାଯିବା ସମ୍ପର୍କିତ ତଥ୍ୟ ନ ଦିଅନ୍ତି, ସେଠାରେ ପରୀକ୍ଷାକେନ୍ଦ୍ର କରାଯିବ ନାହିଁ ବୋଲି ପରିଷଦ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା ଆଇନଜୀବୀଙ୍କ ସହାୟତା ରାଶି

ଭୁବନେଶ୍ୱର, ୪ା୪ (ବ୍ୟୁରୋ): ଭୁବନେଶ୍ୱର, ୩।୪(ବ୍ୟୁରୋ)- ଆଇନ୍‌ଜୀବୀଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର ଅଧିବକ୍ତା କଲ୍ୟାଣ ପାଣ୍ଠି ୧୯୮୭ର ସଂଶୋଧନ କରିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ...

ଅନ୍ୟମାନଙ୍କ ପାଇଁ ସାଜିଲେ ପ୍ରେରଣା: ସଡ଼କ ଦୁର୍ଘଟଣାରେ ମୃତ ପ୍ରିୟଙ୍କାଙ୍କ କିଡ୍‌ନୀ, ଚକ୍ଷୁ ଦାନ କଲେ ପରିବାର

ଦିଗପହଣ୍ଡି,୪।୨(ଡି.ଏନ୍‌.ଏ.): ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଗଞ୍ଜାମ ଜିଲା ଦିଗପହଣ୍ଡି ରାଣୀ ସାହିର ପ୍ରିୟଙ୍କାରାଣୀ ରାଜୁ(୨୬)ଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ...

ହଳଦିପଡ଼ିଆରେ ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗ: ଦମ୍ପତି ଗିରଫ

କଟକରୋଡ଼,୧୦।୭(ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ବୁଧବାର ଏକ ଦମ୍ପତିଙ୍କୁ ଗିରଫ କରିଛି। ସେମାନେ ହେଲେ ହଳଦୀପଡ଼ିଆ ବସ୍ତିରେ ରହୁଥିବା ସରିଫ ଖାନ୍‌...

ବିକ୍ରି ପାଇଁ ଆସିଥିଲା ବଜ୍ରକାପ୍ତା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ସାତକୋଶିଆ ମହୁଲଦିଆ ଅଞ୍ଚଳରୁ ଗୁରୁବାର ଜୀବନ୍ତ ଅବସ୍ଥାରେ ଏକ ବଜ୍ରକାପ୍ତା ଜବତ କରାଯାଇଛି । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସ୍‌ଟିଏଫ୍‌ର...

ଆର୍ଟହଜ୍‌ ଗ୍ୟାଲେରିରେ ଓଡ଼ିଆ ଶିଳ୍ପୀଙ୍କ ଚିତ୍ରକଳା

ଭୁବନେଶ୍ୱର, ୨୪ା୧୦(ବ୍ୟୁରୋ): ବାଲେଶ୍ୱର ଜିଲା ଗୋହିରାପଦା ଗ୍ରାମର ଯୁବ ଚିତ୍ରଶିଳ୍ପୀ ଆଦିତ୍ୟ କୁମାର ଜେନାଙ୍କ ଚିତ୍ରକଳା ‘ନେଚର ଫାଣ୍ଟାସି’ ଦକ୍ଷିଣ ଭାରତର ପ୍ରସିଦ୍ଧ ଆର୍ଟ ଗ୍ୟାଲେରୀ...

ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ ବର୍ଷୀୟ ଏହି ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱରର ମଧୁସୂଦନ ନଗରର ବୋଲି ସୂଚନା ମିଳିଛି। ଏ...

ପାଇକମାଳ ଅଞ୍ଚଳରେ ମାଓବାଦୀ ପୋଷ୍ଟର

ବରଗଡ଼ ଅଫିସ,୧।୧୨: ବରଗଡ଼ ଜିଲା ପାଇକମାଳ ଅଞ୍ଚଳରେ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ମାଓବାଦୀ ଗତିବିଧି ପରିଲକ୍ଷିତ ହୋଇଛି। ରବିବାର ପାଇକମାଳ-ନୂଆପଡ଼ା ରାସ୍ତା ପାଶର୍‌ବରେ ରହିଥିବା...

ଭାରରେ ବୁହାହେଲେ ଡଙ୍ଗରିଆ ମହିଳା

ମୁନିଗୁଡା, ୩୦।୮(ଡି.ଏନ୍‌.ଏ.): ରାୟଗଡା ଜିଲା ମୁନିଗୁଡାରେ ଶୁକ୍ରବାର ପୁଣି ଭାରରେ ବୁହାହେଲେ ଡଙ୍ଗରିଆ ମହିଳା। ଆମ୍ବୁଲାନ୍ସ ନ ପାଇବାରୁ ବାଧ୍ୟହୋଇ ଡେଙ୍ଗୁଣି ଗ୍ରାମରୁ ମୁନିଗୁଡା ଗୋଷ୍ଠୀ...

Advertisement
Archives

Model This Week