ଯାତ୍ରା ଦାଣ୍ଡରେ ୨୨ କଳାକୁଞ୍ଜ, ୬ ରଥ

ବ୍ରହ୍ମପୁର ଅଫିସ,୭ା୬- ବ୍ରହ୍ମପୁର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ଗୁରୁବାର ୧୯ ଦିନରେ ପହଞ୍ଚିଛି।
ଯାତ୍ରାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଯାତ୍ରାସ୍ଥଳ ତଥା ସମଗ୍ର ଲାଞ୍ଜିପଲ୍ଲୀ ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇଉଠିଛି। ଯାତ୍ରାକୁ ଅଧିକ ଆକର୍ଷଣୀୟ କରୁଛି ବିଭିନ୍ନ ସାହି ଆଲୋକ ସାଜସଜ୍ଜା, ରଥ ଓ କଳାକୁଞ୍ଜ। ରଥ ଓ କଳାକୁଞ୍ଜ ଦେଖିବାକୁ ପ୍ରତ୍ୟେକ ସାହିରେ ଭିଡ ଜମୁଛି। ଯାତ୍ରାର ୧୯ତମ ଦିନରେ ମା’ ଅସ୍ଥାୟୀ ପୀଠରେ ବିଶ୍ରାମ ନେଇଥିଲେ। ଭୋରରୁ ମା’ଙ୍କ ରୀତିନୀତି ସହ ପୂଜାର୍ଚ୍ଚନା ହୋଇଥିଲା। ସକାଳୁ ମା’ଙ୍କ ନିକଟରେ ବାଳଭୋଗ, ଦହି ଅନ୍ନଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ଦେଖିବାକୁ ଅସ୍ଥାୟୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଅନ୍ୟପକ୍ଷରେ ଗୁରୁବାର ସୁଦ୍ଧା ଯାତ୍ରା ଦାଣ୍ଡରେ ୬ ରଥ ଆସିଥିବା ବେଳେ ୨୨ କଳାକୁଞ୍ଜ ଯାତ୍ରା ଦାଣ୍ଡରେ ପ୍ରଦର୍ଶିତ ହୋଇଛି। ସେଥିମଧ୍ୟରେ ବ୍ରହ୍ମଣସାହିରେ ଲକ୍ଷ୍ମଣ ରଥ, ରେଡିକା ସାହି ରାମ ରଥ, ଚାଣକ୍ୟ ନଗର କୃଷ୍ଣ ରଥ, ତୋଟା ସାହିର ସାନ ଜ୍ୱଳାମୁଖୀ ଓ ହନୁମାନ ରଥ, ଦଣ୍ଡାସି ସାହିର ବନଦୁର୍ଗା ରଥ ଯାତ୍ରା ଦଣ୍ଡକୁ ଓହ୍ଲାଇଛନ୍ତି। ସେହିପରି ରେଡିକା ସାହି ଓ ପାଢୀ କଲୋନୀରେ ଜଗନ୍ନାଥ କଳାକୁଞ୍ଜ, ରାଧାକୃଷ୍ଣ ମଠ ସାହି ପଞ୍ଚୁପାଣ୍ଡବ ମହାମିଳନ, ଜେଲ ସାହି ତ୍ରିପତୀ ବାଲାଜୀ, କେଶବ ନଗର ତାରାଦେବୀ ଠାକୁରାଣୀଙ୍କ କଳାକୁଞ୍ଜ, ହାଇସ୍କୁଲ ଛକରେ ବାଦ୍ରା ଚାଲମଠାକୁରାଙ୍କ କଳାକୁଞ୍ଜ ପ୍ରଦର୍ଶିତ ହୋଇଛି। ଯାତ୍ରାର ୧୯ତମ ଦିବସରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଲୋକନୃତ୍ୟ ଦାସ କାଠିଆର ଆୟୋଜନ କରାଯାଇଥିଲା। ତେବେ ଆଉ ୪ ଦିନ ପରେ ଯାତ୍ରା ଶେଷ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁକ୍ଷା ୩୦ ସାହିରେ ମା’ଙ୍କ ଘଟ ପରିକ୍ରମା ଶେଷ ହୋଇଛି। ଯାତ୍ରା ଉପଲକ୍ଷେ ବିଭିନ୍ନ ସାହି ବାସୀନ୍ଦାଙ୍କ ପକ୍ଷରୁ ଖୋଚୁଡି, ହାଲୁଆ ଆଦି ଭୋଗ ବଣ୍ଟନର ବ୍ୟବସ୍ଥା କରାଯାଉଥିବା କମିଟି ପକ୍ଷରୁ କୁହାଯାଇଥିବା ସନ୍ଧ୍ୟାରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା। ସମ୍ମିଳନୀରେ ସଭାପତି ଭାଗବତ ପ୍ରସାଦ ସିଂ ଦେଓ, ସମ୍ପାଦକ ବି. ହୃଷୀକେଶ ପାତ୍ର, ସହ ସମ୍ପାଦକ ଲଡୁ କିଶୋର ପାଣ୍ରିଗାହୀ, ଉପସଭାପତି ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ, ସିଏଚ ଗଙ୍ଗାଧର ପାତ୍ର, କେ. ବଳରାମ ଦାଶ ଓ ସଙ୍ଗଠକ କାହ୍ନୁଚରଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ରମ୍ଭାକୁ ହରାଇ ଛତ୍ରପୁର ଚମ୍ପିୟାନ

ଛତ୍ରପୁର, ୧୬।୬(ବିଦ୍ୟାଧର ସାହୁ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରଜ ପର୍ବ ଉପଲକ୍ଷେ ବାବା ବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଏକ ୬-ଓଭର…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଘର ବାରିପଟେ କ୍ରିକେଟ ଖେଳୁଥିଲେ, ଆକାଶରୁ ଖସିଲା ମୃତ୍ୟୁ; ବଜ୍ରପାତରେ ଚାଲିଗଲା ୧୭ ବର୍ଷୀୟ…

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଅନ୍ତର୍ଗତ ଦଶିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଆକସ୍ମିକ ବଜ୍ରପାତ କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri