ଯାତ୍ରା ଇଣ୍ଡଷ୍ଟ୍ରିର ସଫଳ ଯୋଡ଼ି ସୁବାସ-ମାମା

ଯାତ୍ରା ଇଣ୍ଡଷ୍ଟ୍ରିରେ ଯେଉଁ କେତେଜଣ ନାୟକ-ନାୟିକା ଯୋଡ଼ିଙ୍କୁ ଲୋକପ୍ରିୟ ତଥା ସଫଳ ଯୋଡ଼ି ବୋଲି କୁହାଯାଏ ସେମାନଙ୍କ ମଧ୍ୟରୁ ଗୋଟିଏ ଯୋଡ଼ି ହେଉଛନ୍ତି ‘ସୁବାସ-ମାମା’। ଏଠାରେ ଯେଉଁ ସୁବାସଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଟ୍ରାଜେଡି କିଙ୍ଗ୍‌ ବା କିଙ୍ଗ୍‌ଷ୍ଟାର ସୁବାସ ବେହେରା। ଆଉ ମାମା’ ହେଉଛନ୍ତି ତାଙ୍କ ବିପକ୍ଷରେ ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିଥିବା ଜଲିଉଡ୍‌ର ଅନ୍ୟତମ ଚୁଲ୍‌ବୁଲି ଅଭିନେତ୍ରୀ। ଆଜି ମଞ୍ଚ ଉପରେ ସୁବାସ-ମାମାଙ୍କ ଯୋଡ଼ିକୁ ଦେଖି ତାଳି ମାରୁଥିବା ଅନେକ ଯାତ୍ରାପ୍ରେମୀ ହୁଏତ ଏକଥା ଜାଣି ନ ଥିବେ ଯେ, ଏହି ଯୋଡ଼ିର ଆରମ୍ଭ ହୋଇଥିଲା ଆଜିକୁ ଠିକ୍‌ ପାଞ୍ଚବର୍ଷ ପୂର୍ବେ; ଅର୍ଥାତ୍‌ ୨୦୧୪ ମସିହାରେ ତତ୍କାଳୀନ ଯାତ୍ରାନୁଷ୍ଠାନ ‘ବିଶ୍ୱ ରଙ୍ଗମହଲ’ର ଦ୍ୱିତୀୟ ବର୍ଷରେ। ନାଟକ ଥିଲା ‘ଶୂନ ଫୋଟକା’। ଏହାପୂର୍ବରୁ ମାମା କମେଡ଼ି ତଥା ସାଇଡ୍‌ରେ ଉଭୟ ପଜିଟିଭ୍‌, ନେଗେଟିଭ୍‌ ଭୂମିକାରେ ଅଭିନୟ କରିସାରିଥିଲେ। ହେଲେ ନାୟିକା ସାଜି ନ ଥିଲେ। ତେବେ ତାଙ୍କୁ ସିଧାସଳଖ ନାୟିକା ଭାବରେ ନେବା ରିସ୍କ ତ ଥିଲା। ତେବେ ମାମାଙ୍କ ଅଭିନୟ ଉପରେ ଭରସା ଥିଲା। ତାଙ୍କ ଭିତରେ ଯେ ନାୟିକା ହେବାର ଉପାଦାନ ରହିଛି ସେ କଥା ସେତେବେଳକୁ ଜଣା ପଡ଼ିସାରିଥିଲା। ତେଣୁ ନିର୍ଦ୍ଦେଶକ, ପ୍ରଯୋଜକ ମାମାଙ୍କୁ ନାୟିକା ଭାବରେ ସୁଯୋଗ ଦେଇଥିଲେ। ଆଉ ସେଇଠୁ ଆରମ୍ଭ ହୋଇଥିଲା ସୁବାସ-ମାମା ଯୋଡ଼ି। ‘ଶୂନ ଫୋଟକା’ରୁ ଆରମ୍ଭ ହୋଇଥିବା ଏହି ଯୋଡ଼ି ଇତିମଧ୍ୟରେ ଦର୍ଶକଙ୍କୁ ବହୁ ସଫଳ ନାଟକ ଭେଟି ଦେଇଛନ୍ତି। ସେଥିମଧ୍ୟରେ ରହିଛି ‘ସ୍ତ୍ରୀମାନେ ସାବଧାନ’, ‘ଯିଏ ବାହା ହବ ସିଏ ମରିବ’, ‘ତୋ ଚାରିଖୁରାକୁ ଜୁହାର’, ‘କଥା ଉଠିଛି ତୋ ନଁାରେ’, ‘ସ୍ବାମୀର ସିନ୍ଦୂର ସତ ଲାଗୁନି’, ‘ମୁଁ ବାହୁବଳି’, ‘ଦେଖିଲେ ଜାଣିବ ଦରଦ କେତେ’, ‘ମୋ ଠିକଣା ମୋତେ ଅଜଣା’, ‘ଧରମ ସ୍ତ୍ରୀ’, ‘ଅଧେ ତୋର ଅଧେ ମୋର’, ‘ବାହା ହେଇଛ ନା ବାଡୁଅ ଅଛ’, ‘କେମିତି ରାତି ସେ କେମିତି ସାଥୀ’ ଏବଂ ଆହୁରି ଅନେକ। ମାମାଙ୍କ ସମ୍ପର୍କରେ ସୁବାସ କହନ୍ତି : ‘ମାମା ଜଣେ ନିଷ୍ଠାପର ଅଭିନେତ୍ରୀ। ସେ ସବୁବେଳେ ଶିଖିବାକୁ ଚାହେଁ। ସେ ଗୋଟେ କଞ୍ଚାମାଟିର ପିଣ୍ଡୁଳା। ଯାହା ଶିଖେଇଲେ ଶିଖେ। ନ ଶିଖିବା ପର୍ଯ୍ୟନ୍ତ ଲାଗିଥାଏ। ଆଜିକାଲି ଅନେକ ଅଭିନେତ୍ରୀ ବର୍ଷେ ଦୁଇବର୍ଷ ନାୟିକା ହେବା ପରେ ଗର୍ବରେ ଇନ୍ଦ୍ରଚନ୍ଦ୍ର ମାନୁ ନାହାନ୍ତି। ହେଲେ ମାମା ସେସବୁଠୁ ଦୂରରେ। ତେଣୁ ମୋର ବିଶ୍ୱାସ ଯଦି ମାମା ତା’ର ଏହି ଗୁଣକୁ ଧରି ବାଟ ଚାଲିବ ତା’ହେଲେ ସେ ଦିନେ ନା ଦିନେ ନମ୍ବର ଓ୍ବାନ୍‌ ନାୟିକାର ଶିଡ଼ି ଚଢ଼ିବ। ଆଉ ଟୁନୀ ଭଳି ଜଣେ ଶ୍ରେଷ୍ଠ ଅଭିନେତ୍ରୀ ହୋଇପାରିବ।’ ସେମାନଙ୍କ ଯୋଡ଼ିର ଏକାଧିକ ସଫଳ ନାଟକ ରହିଥିଲେ ମଧ୍ୟ ‘କେମିତି ରାତି ସେ କେମିତି ସାଥୀ’ ନାଟକଟିକୁ ସବୁଠାରୁ ସଫଳ ବୋଲି କହନ୍ତି ସୁବାସ। କାରଣ ଏଥିରେ ସେମାନଙ୍କ ସ୍ବାମୀ ସ୍ତ୍ରୀର ଅଭିନୟ ଏତେ ଜୀବନ୍ତ ହୋଇଛି ଯେ, ଦର୍ଶକମାନେ ଅଭିନୟରୁ ନିଜ ନିଜର ସଂସାରକୁ ଖୋଜି ପାଆନ୍ତି।
ଅଭିନେତା ତଥା ନାୟକ ସୁବାସଙ୍କ ସମ୍ପର୍କରେ ଏତିକି କୁହାଯାଇପାରେ ଯେ, ଚରିତ୍ରକୁ ବୁଝି ତାହାକୁ ଉଚିତ ନ୍ୟାୟ ଦେବାରେ ସେ ଜଣେ ସଫଳ କଳାକାର। ସେ ମଞ୍ଚକୁ ଆସିଲେ ଟ୍ରାଜେଡିର ବନ୍ୟା ବହେ। ସୁବାସ କହନ୍ତି : ‘ସମସ୍ତଙ୍କ ଜୀବନରେ ଟ୍ରାଜେଡି ବା ଲୁହ ହେଉଛି ଶେଷକଥା। ଯେତେବେଳେ ସବୁ ସରିଯାଏ ସେତେବେଳେ ଲୁହ ବାହାରେ। ଏମିତି ଚରିତ୍ର ସବୁ କରିବା ବେଳେ ମୁଁ ଏକାକାର ହୋଇଯାଏ ସେହି ଚରିତ୍ରମାନଙ୍କ ସହିତ। ଥରୁଟେ ଏକାକାର ହୋଇଗଲା ପରେ ଆଉ କାନ୍ଦିବାକୁ ପଡ଼େନାହିଁ। ମନକୁ ମନ ଛାତିରୁ ଆଖିବାଟ ଦେଇ ଲୁହ ସବୁ ବାହାରକୁ ଝରିଯାଏ।’ ଚଳିତ ବର୍ଷ ପରି ଆସନ୍ତା ୨୦୧୯-୨୦ ଯାତ୍ରା ଋତୁରେ ମଧ୍ୟ ଏହି ଯୋଡ଼ି ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ ଜାରି ରଖିବେ ବୋଲି କହିଛନ୍ତି ଅନୁଷ୍ଠାନର ପ୍ରଯୋଜକ ସତ୍ୟ ଜେନା।


Enter your email to get our daily news in your inbox.

All Right Reserved By Dharitri.Com

ଶିଳ୍ପାଙ୍କ ନିର୍ବନ୍ଧ ମୁଦିିର ମୂଲ୍ୟ ଶୁଣିଲେ ହେବେ ଆଶ୍ଚର୍ଯ୍ୟ

ବଲିଉଡର ଫିଟ୍‌ନେସ୍‌ କୁଇନ୍‌ ଶିଳ୍ପା ସେଟ୍ଟୀ ଫିଲ୍ମ ଦୂନିଆରୁ ଦୂରେଇ ଅଛନ୍ତି ସତ, ହେଲେ ସବୁବେଳେ ସେ ଚର୍ଚ୍ଚାରେ ଥାନ୍ତି। ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ...

ସୁଶାନ୍ତଙ୍କ ପାଇଁ ଅଙ୍କିତାଙ୍କ ଆଖିରୁ ଝରୁଛି ଲୁହ, ଦୁଃଖରେ ଭାଙ୍ଗିପଡିଛନ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ୧୫ ଦିନ ବିତିଛି। ଏବେ ବି ସାଥୀ କଳାକାର ତାଙ୍କୁ ଭୁଲିପାରୁନାହାନ୍ତି। ତାଙ୍କ ଏକ୍ସଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ମଧ୍ୟ...

‘ଛପାକ’ ଫିଲ୍ମ ସହ ଶିରୋଜ କ୍ୟାଫେର କ’ଣ ରହିଛି ସମ୍ପର୍କ

ଲକ୍ଷ୍ନୌ: ଦୀପିକା ପାଦୁକୋନଙ୍କ ଅଭିନୀତ ଓ ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛପାକ’ ବହୁ ବାଦ ବିବାଦ ପରେ ରିଲିଜ୍‌ ହୋଇସାରିଛି। ଏହା ଏସିଡ୍‌ ଆଟାକ୍‌...

୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି କରୋନା ସଂକ୍ରମିତ

ସାରା ଦେଶରେ କରୋନା ଭାଇରସ୍‌ କାୟା ବିସ୍ତାର କରି ଚାଲିଥିବାବେଳେ ଏବେ ଏହି ଭୂତାଣୁ ବଲିଉଡ୍‌ ମୁହାଁ ହୋଇଛି। ୩୪ ଘଣ୍ଟା ଭିତରେ ୧୧ ସେଲିବ୍ରିଟି...

‘ସୂର୍ଯ୍ୟବଂଶୀ’ ଶୁଟିଂରେ ବ୍ୟସ୍ତ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ବର୍ତ୍ତମାନ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ‘ସୂର୍ଯ୍ୟବଂଶୀ’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ସେ ନିଜେ ସେଠାରେ ଷ୍ଟଣ୍ଟ୍‌ ଶୋ...

ବାପା ଆମୀରଙ୍କ ଘର ଛାଡିଲେ ଝିଅ ଇରା

ବର୍ତ୍ତମାନ ଆମୀର ଖାନ୍‌ଙ୍କ ଝିଅ ଇରା ଖାନ୍‌ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ଲକ୍‌ଡାଉନ୍‌ ପରେ ଇରା ତାଙ୍କ ପରିବାର ସହିତ ସମୟ ଅତିବାହିତ...

୪୨ ବର୍ଷରେ ରାଣୀ ମୁଖାର୍ଜୀ: ଆଦିତ୍ୟଙ୍କୁ ସବୁଦିନେ ଦିଅନ୍ତି ଗାଳି…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ରାଣୀ ମୁଖାର୍ଜୀ ଶନିବାର ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୮ ମାର୍ଚ୍ଚ ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ରାଣୀଙ୍କ ଅଭିନୟ...

‘ମେରେ ସାଇଁ’ର ଶୁଟିଂ ସେଟ୍‌ରେ ପହଞ୍ଚିଲା କରୋନା

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ଫିଲ୍ମଠାରୁ ଆରମ୍ଭକରି ଧାରାବାହିକର ପର୍ଯ୍ୟନ୍ତ ସବୁ ଶୁଟିଂ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଶୁଟିଂ ଆରମ୍ଭ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *