Posted inଜାତୀୟ

ଯାଞ୍ଚ କରିବାକୁ ପଡିବ ରାମଦେବଙ୍କ କରୋନା ଔଷଧ: ଆୟୁଷ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୬: ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ମଙ୍ଗଳବାର କରୋନା ସଂକ୍ରମଣ ଠିକ୍‌ କରିବାକୁ ଔଷଧ ପ୍ରସ୍ତୁତ କରିଥିବା ଦାବି କରିଥିଲା। ଏହାପରେ ଏହି କରୋନା ଔଷଧକୁ ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଥିଲା। ହେଲେ ଆୟୁଷ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି କମ୍ପାନୀକୁ ପ୍ରଥମେ ଔଷଧର ପରୀକ୍ଷଣ କରିବାକୁ ପଡିବ। ଏ ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ମଧ୍ୟ ଦେବାକୁ ପଡିବ। ବୁଧବାର ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି ନିୟମ ଅନୁଯାୟୀ ପ୍ରଥମେ ଆୟୁଷ ମନ୍ତ୍ରଣାଳୟରେ ଔଷଧର ଯାଞ୍ଚ କରିବା ଦରକାର। ଏହା ଭଲ କଥା ଯେ ବାବା ରାମଦେବ ଦେଶକୁ କରୋନା ଭଳି ମାହାମାରୀ ପାଇଁ ଔଷଧ ଭେଟିଦେଲେ। ହେଲେ ତାଙ୍କୁ ଆୟୁଷ ମନ୍ତ୍ରଣାଳୟର ନିୟମ ପାଳନ କରିବା ଜରୁରୀ। ଅନ୍ୟପଟେ କରୋନା ଔଷଧକୁ ନେଇ ବାବା ରାମଦେବ ଆୟୁଷ ମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଥିବା କହିଥିବା ବେଳେ ଏହାର ଯାଞ୍ଚ ପରେ ପ୍ରୟୋଗ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକ କହିଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ବାବା ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଯେଉଁ ଔଷଧ ପ୍ରସ୍ତୁତ କରିଛି ତା’ର ନାଁ ରହିଛି ‘ଦିବ୍ୟ କରୋନିଲ ଟାବଲେଟ’।


Enter your email to get our daily news in your inbox.

All Right Reserved By Dharitri.Com

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

RCB ପ୍ଲେଇଂ ୧୧ରୁ ବାଦ୍‌ ପଡ଼ିଲେ ବିରାଟ କୋହଲି, କାହିଁକି ନିଆଗଲା ଏଭଳି ବଡ଼ ନିଷ୍ପତ୍ତି?

ବେଙ୍ଗାଲୁରୁ,୧୫।୪: ଆଇପିଏଲ୍‌ ୨୦୨୬ର ୨୩ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବେଙ୍ଗାଲୁରୁର…

ଫୁଲବାଣୀ ଜେଲରେ ବିଚାରଧିନ କଏଦୀଙ୍କ ମୃତ୍ୟୁ, ଆଦର୍ଶ ଥାନା ପୋଲିସକୁ ଦାୟୀ କଲେ ପରିବାର

ଫୁଲବାଣୀ,୧୫।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଫୁଲବାଣୀ ସର୍କଲ ଜେଲରେ ଥିବା ଜଣେ ବିଚାରଧିନ କଏଦୀଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି । ତେବେ…

ଦଣ୍ଡନାଚ ଦେଖିବା ବେଳେ ଠେଲାପେଲାକୁ ନେଇ ମାରପିଟ; ୫ ଆହାତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଭାଲିଆଝୋଳା ଗ୍ରାମରେ ଦଣ୍ଡନାଚ ଚାଲିଥିବା ବେଳେ ଠେଲାପେଲା । ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ…

ଚା’ ପିଇବାକୁ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ତାପରେ…

ଦିଗପହଣ୍ଡି,୧୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଚାହା ପିଇବାକୁ ଘର ନିକଟ ଦୋକାନକୁ…

କାର୍ ଭିତରୁ ୮.୪୭ଲକ୍ଷର ଜାଲ ନୋଟ ଜବତ, ବରଗଡ-ଛତିଶଗଡକୁ ଲମ୍ବିଛି ଚେର

ସୋନପୁର,୧୫।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହର ସ୍ଥିତ ଏସ୍‌ବିଆଇ ମୁଖ୍ୟ ଶାଖା ସମ୍ମୁଖରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଜାଲ ନୋଟ ଜବତ କରିଛି । ଏଥିରେ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri