ବାରିପଦା ଅଫିସ,୨୫ା୯- ମୟୂରଭଞ୍ଜ ଜିଲା ବିଜେଡିର ଜିଲା ସମ୍ପାଦକ ସୁଜିତ କୁମାର ମହାନ୍ତିଙ୍କୁ ନିଲମ୍ବନ ପାଇଁ ରାଜ୍ୟ ସଭାପତିଙ୍କ ନିକଟକୁ ମଙ୍ଗଳବାର ସୁପାରିଶ କରାଯାଇଛି। ଜିଲା ସଭାପତି ଦେବାଶିଷ ମହାନ୍ତି ଜିଲା ପର୍ଯ୍ୟବେକ୍ଷକଙ୍କ ଜରିଆରେ ଏହି ସୁପାରିଶ ହୋଇଛି। ବାରିପଦାଠାରେ ସୋମବାର ଅନୁଷ୍ଠିତ ସଭ୍ୟ ସଂଗ୍ରହ ଅଭିଯାନ କର୍ମଶାଳାରେ ସୁଜିତ ଦଳ ବିରୋଧୀ କାର୍ଯ୍ୟ କରିଥିବା ଏଥିରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମରେ ସମସ୍ତ ନେତାଙ୍କୁ ସାମିଲ କରାଯାଉ ନାହିଁ ଏବଂ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯାଉଥିବା ସୁଜିତ ବାରିପଦା ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ ରାଉତଙ୍କୁ ସଭାସ୍ଥଳରେ ପଚାରିଥିଲେ। ପରେ ଅନ୍ୟ କର୍ମୀମାନେ ମଧ୍ୟ ଅନୁରୂପ ଅଭିଯୋଗ କରି ହୋହଲ୍ଲା କରିଥିଲେ। ଏଥିନେଇ ବୈଠକ ଅଧାରୁ ବନ୍ଦ ହୋଇଯାଇଥିଲା। ଏହି ଘଟଣାରେ ମତ ରଖି ସୁଜିତ କହିଛନ୍ତି ଯେ, ଦଳ ଆରମ୍ଭ ବେଳୁ ସେ ଦଳରେ ଅଛନ୍ତି। ଜିଲାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ କାର୍ଯ୍ୟ କରିଛନ୍ତି। ସେ କୌଣସି ଦଳ ବିରୋଧୀ କାର୍ଯ୍ୟ କରି ନାହାନ୍ତି ବରଂ ଦଳ ପାଇଁ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ମୌକା ଦିଆଯାଉ ବୋଲି କହିଥିବା ସେ ପ୍ରକାଶ କରିଛନ୍ତି ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ଜାଣନ୍ତୁ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ କ’ଣ କୁହନ୍ତି କେନ୍ଦୁଝର ଜିଲା ଟପ୍ପର
କେନ୍ଦୁଝର,୧୯।୮(ସ୍ବ.ପ୍ର.): ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ତେବେ କେନ୍ଦୁଝର ଜିଲାରେ ପାସହାର ୬୫.୯୪ ପ୍ରତିଶତ ରହିଛି। ତେବେ ସ୍ଥାନୀୟ କେନ୍ଦୁଝର ଉଚ୍ଚ...

ଯୌତୁକ ନିର୍ଯାତନା ଅଭିଯୋଗ: ୪ଜଣଙ୍କ ନାମରେ ମାମଲା
ଭଣ୍ଡାରିପୋଖରୀ,୩୦।୫(ଡି.ଏନ୍.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତରେ ଜଣେ ବଧୂଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀଙ୍କ ସମେତ ୪ ଜଣଙ୍କ...

କଞ୍ଚଣା ନିକଟରେ ସ୍କର୍ପିଓ ଜଳିଗଲା
ବେଗୁନିଆପଡ଼ା,୭।୭(ଡି.ଏନ.ଏ.)-କୋଦଳା ଥାନା କଞ୍ଚଣାଠାରୁ କୋଦଳା ରାସ୍ତାର ବାଲିପୋଇ ଛକ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ସ୍କର୍ପିଓ ଜଳିଯାଇଛି। ଏ ନେଇ ବୁଢ଼ାଆମ୍ବ ସ୍ଥିତ ଗାଡି...

ଘରଖଁଡ଼େ ଲାଗି ଗୁହାରି କରି ନିରାଶ: ଦଦ୍ରା ମାଏଟ୍ କୁରିଆରେ ୬ ପରାନୀ କୁଟୁମ୍
ଲାଠୋର, ୧୬।୨ (ଡି.ଏନ୍.ଏ.)- ସରକାର ନିସାହା, ଗରିବ୍ ଦୁଖିକୁ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଅବାସ, ମୋ କୁଡ଼ିଆ, ବିଜୁ ପକାଘର ଯୋଜନାରେ ଘର ଯୁଗେଇ ଦେଉଛନ୍।...

ପୋଲିସ ହାବୁଡରେ ଅମାନିଆ ବାଇକ ଚାଳକ
ସମ୍ବଲପୁର, ୯।୪ (ବ୍ୟୁରୋ): କରୋନା କଟକଣା ନେଇ ଜିଲା ପ୍ରଶାସନ ଓ ପୋଲିସ ଗୁରୁବାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦ୍ୱିତୀୟ ଦିନରେ ପହଞ୍ଚତ୍ଛି ।...

ଯକ୍ଷ୍ମା ରୋଗୀଙ୍କ ମୃତଦେହ ଉଦ୍ଧାର
ଯୋଡ଼ା,୩।୧୧(ଡି.ଏନ୍.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା କାଳିମାଟି ଗ୍ରାମ ଦୋଳମଣ୍ଡପ ନିକଟରୁ ଶନିବାର ପୋଲିସ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ସେ ସୁନ୍ଦରଗଡ ଜିଲା...

ଲକ୍ଡାଉନ୍ ଭିତରେ ଅକ୍ଷିମୁଠି ଅନୁକୂଳ
ବଲାଙ୍ଗୀର ଅଫିସ, ୨୬ା୪: ବଲାଙ୍ଗୀର ସଦର ବ୍ଳକ ବୈଦିପାଲି ପଞ୍ଚାୟତ ଅନ୍ତର୍ଗତ ଫୁଲଝରଣ ଗଁ। ରେ ଜିଲା କୃଷକ ମହାସଂଘ ପକ୍ଷରୁ ରବିବାର ପବିତ୍ର ଅକ୍ଷୟ...

ବିବାହ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ
ପାଟପୁର,୨୮ା୪(ଡି.ଏନ.ଏ.)-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡ଼ା ଗ୍ରାମରେ ଶୁକ୍ରବାର ରାତିରେ ଏକ ବିବାହ ଶୋଭାଯାତ୍ରାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି।...