ମୟୂରଭଞ୍ଜରେ ସ୍ଥିତି ସମୀକ୍ଷା କଲେ ଡିଜପିି

ବାରିପଦା ଅଫିସ, ୨୧ା୪- ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ(ଡିଜିପି) ଅଭୟ ମଙ୍ଗଳବାର ଅପରାହ୍ନରେ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦା ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହା ପରେ ଜିଲା ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଜିଲା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ଥିବା ବେଳେ ଆଗାମୀ ଦିନରେ ସେଠାରେ ଅଧିକ ଫୋର୍ସ ନିଯୁକ୍ତ କରାଯିବ ବୋଲି ଡିଜି ଅଭୟ ପ୍ରକାଶ କରିଥିଲେ। ଓଡ଼ିଶାରେ ଅତ୍ୟଧିକ କରୋନା ମାମଲା ପଶ୍ଚିମବଙ୍ଗ ସହିତ ଲିଙ୍କ୍‌ ରହୁଥିବାରୁ ଏହି ଦିଗ ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପ୍ରକାଶ କରିଥିଲେ। ସେହିଭଳି ଯେଉଁମାନେ ଲୁଚି ଛପି ଆସୁଛନ୍ତିି ଧରା ପଡ଼ିଲେ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବା ସହିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି ଅଭୟ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଖବରଦାତା ସମ୍ମିଳନୀରେ ଆଡିଶନାଲ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରେ ପତାକା ବଦଳିବା ବେଳେ ଗଲା ଜୀବନ

ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିରରେ ରବିବାର ଏକ ଅଘଟଣ ଘଟିଛି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ...

ଢେମ୍‌ସା, ଡଙ୍ଗରିଆ ନାଚର ମଜା ନେଲେ ଦର୍ଶକ

ରାୟଗଡ଼ା,୭।୧(ସ୍ବ.ପ୍ର.): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶୁକ୍ରବାର ଲୋକ ମହୋତ୍ସବ ଚଇତି ଉଦ୍‌ଘାଟନ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା ମୁଖ୍ୟ ଅତିଥି ଏବଂ...

ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୮।୧(ବ୍ୟୁରୋ):ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାଧିକ ଯୋଜନା ଘୋଷଣା କରିଥିଲେ।...

କୋଭିଡ୍‌ ଫଣ୍ଡକୁ ୬.୩୪ ଲକ୍ଷ ସହାୟତା

ହିଞ୍ଜିଳିକାଟୁ,୨୫ା୪(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର...

କମ୍ପ୍ୟୁଟର ଲାବ୍‌ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ

ସଜନାଗଡ଼, ୧୮।୧୨(ଡି.ଏନ.ଏ.):ନୀଳଗିରି ବ୍ଲକ ଭଉଁରିଆବାଡ଼ ପଞ୍ଚାୟତର ପଦ୍ମଲୋଚନ ମୁଣ୍ଡହାଣ ଉଚ୍ଚ ବିଦ୍ୟାଳୟ ଜଡ଼ିବାଲି ପରିସରରେ ମଙ୍ଗଳବାର ବାର୍ଷିିକ କ୍ରୀଡ଼ା ଉତ୍ସବ ଏବଂ କମ୍ପ୍ୟୁଟର ଲାବର ଉଦ୍‌ଘାଟନ...

ରିଜର୍ଭ ପ୍ରିମିୟର ଲିଗ୍‌ : ଖୁସି ଫାଇଟର ଚାମ୍ପିୟନ

ସୋନପୁର,୨୩।୬(ନି.ପ୍ର.):ସୁବର୍ଣ୍ଣପୁର ରିଜର୍ଭ ପୋଲିସ ପଡିଆରେ ଚାଲିଥିବା ରିଜର୍ଭ ପ୍ରମିୟର ଲିଗ୍‌(ଆରପିଏଲ-୪) ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ ମ୍ୟାଚ୍‌ ଖୁସି ଫାଇଟର ଓ ମାନ୍‌ଭି ବ୍ଲାଷ୍ଟର ମଧ୍ୟରେ...

କାମ କରିବାକୁ ଯାଇ ଘରକୁ ଫେରି ନ ଥିଲେ ଯୁବକ, ସକାଳୁ ମିଳିଲା ମୃତଦେହ

ଆନନ୍ଦପୁର/ଘସିପୁରା,୩ା୭(ସ୍ବ.ପ୍ର./ଡି.ଏନ୍‌.ଏ.):କେନ୍ଦୁଝର ଜିଲା ଘସିପୁରା ଥାନା ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଚାଷଜମିରୁ ରବିବାର ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତଦେହ ଖାଳିଆମେଣ୍ଟା ହରିଜନ...

ଇଷ୍ଟକୋଷ୍ଟର ଟିଟିଆଇ ପାର୍ବତୀ

କଟକ ଅଫିସ,୬।୧୨:ଟ୍ରେନ୍‌ ଟିକେଟ୍‌ ଇନ୍ସପେକ୍ଟର(ଟିଟିଆଇ) ଡ୍ୟୁଟି ଅତ୍ୟନ୍ତ କଷ୍ଟକର। ଡ୍ୟୁଟିବେଳେ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ...

Advertisement
Archives

Model This Week