ମ୍ୟାନ୍‌ମାର ଆଡ଼େ ମୁହାଁଇବ ଝଡ଼, ଓଡ଼ିଶାକୁ ବିପଦ ନାହିଁ

ଭୁବନେଶ୍ୱର,୨୮।୪(ବ୍ୟୁରୋ): ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ ସଷ୍ଟି ହେବାର ସମ୍ଭାବନା ରହିଛି। ଏହା ୪୮ ଘଣ୍ଟା ପରେ ଅବପାତ ରୂପ ନେବ। ପରେ ଏହି ଝଡ ଉତ୍ତର-ଉତ୍ତର -ପଶ୍ଚିମ ଦିଗ ଦେଇ ମେ ୩ରେ ମ୍ୟାନ୍‌ମାର ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ରହିଛି। ଓଡିଶା ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏହାର ପ୍ରଭାବରେ ରାଜ୍ୟରେ ତାତି ବୃଦ୍ଧି ପାଇବ। ଆସନ୍ତା ୨୯ରୁ ମେ ୫ ଯାଏ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ପାରଦ ୪୩ ଡିଗ୍ରୀ ସେଲସିୟସ୍‌ ଯାଏ ଉଠିଯିବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର, ବୌଦ୍ଧ, ଦେବଗଡ, ଅନୁଗୋଳ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡା, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲାରେ ଘଡଘଡି ସହ ବର୍ଷା ଏବଂ ଝଡତୋଫାନ ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାଛଡା ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେବଗଡ, ଭଦ୍ରକ, ଯାଜପୁର, କଟକ ଏବଂ କନ୍ଧମାଳ ଜିଲାର ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ନିଂ ଜାରି କରାଯାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଝଡବର୍ଷା ହେବାର ସମ୍ଭାବନା ରହିଛି। ଗତ ୪୮ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବାଧିକ ୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଝାରସୁଗଡା ୬, ରାୟଗଡା ୪, ସମ୍ବଲପୁର ୪, କେନ୍ଦ୍ରାପଡାରେ ସର୍ବାଧିକ ୩ ମି.ମି.ବର୍ଷା ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡରାରୁ ଲିଙ୍ଗିପୁର ହେବ ଆଲୋକୀକରଣ

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଭୁବନେଶ୍ୱରରୁ ପୁରୀ ଯାଇଥିବା ଜାତୀୟ ରାଜପଥ ନଂ -୩୧୬ର ପାଣ୍ଡରାରୁ ଲିଙ୍ଗିପୁର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ୱ ଆଲୋକୀକରଣ ଏବଂ ଭୂତଳ କେବୁଲିଂ ହେବ। ଭାରତୀୟ...

ନବୀନଙ୍କୁ ପ୍ରଶଂସା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶଂସାରେ ପୋତି ପକାଇଛନ୍ତି। ନୀତିଶ କହିଛନ୍ତି, ନବୀନ ଜଣେ ରାଜନେତା ହିସାବରେ ଭିନ୍ନ...

୧ରୁ କାର୍ଯ୍ୟକ୍ଷମ ହେବ ବ୍ରହ୍ମପୁରର ଦ୍ୱିତୀୟ ପୋକ୍‌ସୋ କୋର୍ଟ

ବ୍ରହ୍ମପୁର ଅଫିସ,୨୫।୬: ବ୍ରହ୍ମପୁରରେ ଦ୍ୱିତୀୟ ପୋକ୍‌ସୋ କୋର୍ଟ ଆରମ୍ଭ ହେବ। ଜୁଲାଇ ୧ ତାରିଖରେ ଏହି କୋର୍ଟ ଉଦ୍‌ଘାଟିତ ହେବ। ପୂର୍ବରୁ ଗଞ୍ଜାମ ଜିଲାରେ ସ୍ବତନ୍ତ୍ର...

‘ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେବି’

ସୋନପୁର,୧।୭: ସୁବର୍ଣ୍ଣପୁରର ୩୦ତମ ଜିଲାପାଳ ଭାବେ ଅବୋଲି ସୁନିଲ ନରଓ୍ବଣେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ନରଓ୍ବଣେ ଏହା ପୂର୍ବରୁ ରାଉରକେଲାର ଅତିରିକ୍ତ ଜିଲାପାଳ ଭାବେ...

ଚେନ୍‌ ଟାଣି ଟ୍ରେନରୁ ଖସି ପଳାଇଲେ ଗଞ୍ଜାମର ୪୦୦ ପ୍ରବାସୀ

ଛତ୍ରପୁର,୨୪ା୫,(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ବାଲିବଗଡ ରେଲୱେ ଫାଟକ ନିକଟରେ ରବିବାର ଅପରାହ୍ନରେ ଚେନ୍‌ ପୁଲିଂ କରି ଗଞ୍ଜାମର ୪୦୦ ପ୍ରବାସୀ ଖସି ପଳାଇଛନ୍ତି। ଖବରପାଇ...

ରାଜ୍ୟରେ ସୁସ୍ଥ ହେଲେ ୩୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୫୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୦,...

ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଛେଣ୍ଡିପଦା,୨୫।୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ବୁଧବାର ଅପରାହ୍ନରେ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ...

ଛାତ୍ରୀଛାତ୍ର ୨୪୪, ଶିକ୍ଷକ ଅଛନ୍ତି ୫

କୋରୁକୋଣ୍ଡା ୨୨ା୮(ଡି.ଏନ୍‌.ଏ.): ରାଜ୍ୟ ସରକାର ଶିକ୍ଷାର ଉନ୍ନତି ପାଇଁ ବହୁ ପଦକ୍ଷେପ ନେଉଛନ୍ତି। ୫-ଟି ଅଧୀନରେ ବିଦ୍ୟାଳୟଗୁଡିକର ଉନ୍ନତି କରୁଛନ୍ତି। ଶ୍ରେଣୀଗୃହ ସହ ଅତ୍ୟାଧୁନିକ ବିଜ୍ଞାନାଗାର...

Advertisement
Archives

Model This Week