Posted inଖେଳ

ମ୍ୟାକ୍ସଓ୍ବେଲ, ଷ୍ଟୋଇନିସ ଆଶେସ୍‌ ସିରିଜ୍‌ରୁ ବାଦ୍‌

ମେଲବୋର୍ନ,୧୪।୭- ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲ ଓ ମାର୍କସ ଷ୍ଟୋଇନିସ ଇଣ୍ଟ୍ରୋ ଅଷ୍ଟ୍ରେଲିଆ ମୁକାବିଲା ଲାଗି ଘୋଷିତ ୨୫ ଜଣିଆ ଦଳରୁ ବାଦ୍‌ ପଡ଼ିଛନ୍ତି। ଉକ୍ତ ମୁକାବିଲାରୁ ଆଶେସ ସିରିଜ୍‌ ପାଇଁ ଟିମ୍‌ ପାଇନଙ୍କ ଦଳ ସ୍ପଷ୍ଟ ହେବ। ଉଭୟ ମ୍ୟାକ୍ସଓ୍ବେଲ ଓ ଷ୍ଟୋଇନିସ ଚଳିତ ବିଶ୍ୱକପ୍‌ରେ ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ଦୁଇ ଅଲରାଉଣ୍ଡରଙ୍କୁ ପ୍ରବଳ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ସମ୍ଭାବ୍ୟ ଦଳରେ ବିଶ୍ୱକପ୍‌ର ୭ ଓ ଅଷ୍ଟ୍ରେଲିଆ ଏ’ ଦଳର ୧୫ ଜଣଙ୍କ ସହ କାଉଣ୍ଟି କ୍ରିକେଟ ଖେଳିଥିବା ପିଟର ସିଡଲ, କାମେରନ ବାନକ୍ରାଫ୍ଟ ଓ ମାର୍ନୁସ ଲାବୁସ୍କାଗ୍ନେଙ୍କୁ ସାମିଲ କରାଯାଇଛି। ଆସନ୍ତା ୨୩ରୁ ୨୬ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନଠାରେ ଅଷ୍ଟ୍ରେଲିଆ ଓ ଅଷ୍ଟେଲିଆ ଏ’ ଦଳ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରୁ ପ୍ରଥମ ଟେଷ୍ଟ ଲାଗି ଦଳ ଚୟନ କରାଯିବ। ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ, ଓପନର ଡେଭିଡ ଓ୍ବାନର ଓ ବାନକ୍ରାଫ୍ଟଙ୍କୁ ସାମିଲ କରାଯାଇଛି। ଉସମାନ ଖ୍ବାଜା ମାଂସପେଶୀଜନିତ ସମସ୍ୟା ଦେଇ ଗତି କରୁଥିବାରୁ ଟ୍ରାଏଲ ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଅନିଶ୍ଚିତତା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୧ବର୍ଷ ପରେ ପାକିସ୍ତାନ ଦଳକୁ ଫେରିଲେ ଆଲାମ

କରାଚୀ, ୨୯ା୭ (ପି.ଟି.)-ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ୧୧ ବର୍ଷ ବ୍ୟବଧାନରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଆସନ୍ତା ଟେଷ୍ଟ ସିରିଜ ପାଇଁ ପାକିସ୍ତାନର...

ବିଶ୍ୱ ଚାମ୍ପିୟନଶିପ୍‌: ୪୦୦ମି. ହର୍ଡଲ୍ସ ସେମିରୁ ବାଦ୍‌ ପଡିଲେ ଜବିର

ଦୋହା, ୨୯।୯(ପି.ଟି.)- ବିଶ୍ୱ ଚାମ୍ପିୟନଶିପ୍‌ର ଦ୍ୱିତୀୟ ଦିନରେ ଦୂତୀ ଚାନ୍ଦଙ୍କ ପରେ ଅନ୍ୟତମ ଭାରତୀୟ ଆଥଲେଟ ଏମ୍‌ପି ଜବିର ମଧ୍ୟ ବାଦ୍‌ ପଡିଛନ୍ତି। ଶନିବାର ଖେଳାଯାଇଥିବା...

ବିସିସିଆଇ ଲଗାଇଥିଲା ବ୍ୟାନ୍‌; ଏବେ ଜୋତା ବିକୁଛନ୍ତି ଅମ୍ପାୟାର

ଲାହୋର,୨୪।୬: ପାକିସ୍ତାନର ସର୍ବୋତ୍ତମ ଅମ୍ପାୟାରଙ୍କ ମଧ୍ୟରୁ ଆସାଦ ରାଉଫ ଜଣେ। ସେ ତାଙ୍କ ୧୩ ବର୍ଷ କ୍ୟାରିୟରରେ ୪୯ ଟେଷ୍ଟ, ୯୮ ଦିନିକିଆ ଏବଂ ୨୩...

ଓଡ଼ିଶା ମହିଳା ଥ୍ରୋ ବଲ୍‌ ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ବର୍ଦ୍ଧମାନଠାରେ ମଙ୍ଗଳବାର ଶେଷ ହୋଇଥିବା ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ମହିଳା ଦଳ ରନର୍ସଅପ୍‌ ହୋଇ ଐତିହାସିକ ସଫଳତା ଲାଭ...

ଟିଭି ଉପସ୍ଥାପକ ହେଲେ କୋହଲି

ଆଣ୍ଟିଗୁଆ, ୨୨।୮: ଏକ ଭିନ୍ନ ଅନ୍ଦାଜ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। କ୍ରିକେଟ ଛାଡି ତାଙ୍କୁ ଏବେ ଟିଭି ଉପସ୍ଥାପକ ଭୂମିକାରେ ଦେଖିବାକୁ...

ଦୁର୍ଘଟଣାରେ ଫ୍ରୁମ୍‌ ଆହତ

ରୋଆନେ (ଫ୍ରାନ୍ସ), ୧୩ା୬ (ଏଏଫ୍‌ପି)- ବିଶିଷ୍ଟ ସାଇକ୍ଲିଷ୍ଟ ଖ୍ରିସ୍‌ ଫ୍ରୁମ୍‌ ବୁଧବାର ବୁଧବାର ଅଭ୍ୟାସ ବେଳେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ଗୋଡ଼, ହାତ,...

ଡରହାମରେ ଇଣ୍ଟ୍ରା ସ୍କାଡ୍‌ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୫।୬: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ପ୍ରସ୍ତୁତି ଲାଗି ଡରହାମଠାରେ ଏକତ୍ରିତ ହେବେ ଭାରତୀୟ ଦଳର ଖେଳାଳିମାନେ। ସେଠାରେ ଟିମ୍‌...

ଆଇପିଏଲ୍‌-୧୪ ମୁମ୍ବାଇ- ଚେନ୍ନାଇ ହେଭିଓ୍ବେଟ୍‌ ଲଢ଼େଇ

ନୂଆଦିଲ୍ଲୀ,୧।୫(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୭ତମ ମ୍ୟାଚ୍‌ରେ ଏକ ଦମ୍‌ଦାର ଲଢ଼େଇ ଦେଖିବାକୁ ମିଳିବ। ଶନିବାର ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା...

Advertisement
Archives

Model This Week