Posted inଖେଳ

ମ୍ୟାକ୍‌କୁଲମ କେକେଆର ସହାୟକ କୋଚ୍‌

ନୂଆଦିଲ୍ଲୀ,୯।୮(ପିଟି): ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଖେଳାଳି ଭାବେ ନୁହେଁ। ସହାୟକ କୋଚ୍‌ ପଦ ପାଇଁ ସେ ଦଳ ସହ ଚୁକ୍ତି କରିଥିବା ରିପୋର୍ଟ ମିଳିଛି। ନିକଟରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଥିବା ମ୍ୟାକ୍‌କୁଲମ କାରିବିଅନ ପ୍ରିମିୟର ଲିଗ୍‌ (ସିପିଏଲ)ରେ ଟ୍ରିନିଦାଦ ନାଇଟ୍ସ ରାଇଡର୍ସର ମୁଖ୍ୟ କୋଚ୍‌ ହେବେ ବୋଲି ଇଏସ୍‌ପିଏନ୍‌କ୍ରିକଇନ୍‌ଫୋ ରିପୋର୍ଟରେ ପ୍ରକାଶ ପାଇଛି। କୌତୁହଳର କଥା ହେଲେ, ସେ ଉଭୟ ସ୍ଥାନରେ ସାଇମନ କ୍ୟାଟିଚଙ୍କ ଯାଗା ନେବେ। ମ୍ୟାକ୍‌କୁଲମ ୨୦୧୬ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ହେଲେ ବିଭିନ୍ନ ଦେଶର ଟି୨୦ ଲିଗ୍‌ରେ ଖେଳୁଥିଲେ। ସେ ୧୦୧ ଟେଷ୍ଟ ଖେଳି ୬୪୫୩ ରନ୍‌ କରିଥିଲେ। କ୍ରିକେଟର ଲମ୍ବା ଫର୍ମାଟରେ ୩୦୨ ତାଙ୍କର ଶ୍ରେଷ୍ଠ ସ୍କୋର। ୨୬୦ ଦିନିକିଆ ଖେଳି ୯୬.୩୭ ଆଭରେଜରେ ୬୦୮୩ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସଚିନଙ୍କୁ ରାଜନୀତିଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ଏହି ରାଜନେତା

ଶିବସେନାର ସଂସ୍ଥାପକ ବାଲ୍‌ ଠାକରେ ଆଜିର ଦିନରେ ହିଁ ଦୁନିଆରୁ ବିଦାୟ ନେଇଥିଲେ। ଜୀବନରେ କେବେ ନିର୍ବାଚନ ଲଢି ନ ଥିଲେ ମଧ୍ୟ ସେ ରାଜନୀତିରେ...

୧୦୦ତମ ଟେଷ୍ଟରେ ଖାସ୍‌ ଉପଲବ୍ଧି ହାସଲ କଲେ ଓ୍ବାର୍ନର

ମେଲବୋର୍ନ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟରେ କଙ୍ଗାରୁ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନର ଏକ ବିଶେଷ ସଫଳତା ହାସଲ କରିଛନ୍ତି। ସେ...

ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା...

ହାର୍ଦ୍ଦିକଙ୍କୁ ସମାଲୋଚନା

ନୂଆଦିଲ୍ଲୀ,୮।୧୦: ପୂର୍ବତନ ପେସର ଜାହିର ଖାନ ସୋମବାର ୪୧ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଓ ବର୍ତ୍ତମାନ ଖେଳାଳିମାନେ ଶୁଭେଚ୍ଛା...

ଗମ୍ଭୀର-ପ୍ରସାଦ ମୁହାଁମୁହିଁ

ନୂଆଦିଲ୍ଲୀ, ୨୪।୫: ୨୦୧୯ ବିଶ୍ୱକପ ଦଳରୁ ଅମ୍ବାତି ରାୟୁଡ଼ୁ ବାଦ୍‌ ପଡ଼ିବାକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଓ ପୂର୍ବତନ ଚୟନ କମିଟି...

ସମର୍ଥନରେ ଓହ୍ଲାଇଲା ବିସିସିଆଇ

ନୂଆଦିଲ୍ଲୀ,୨୬।୧୦: ପାକିସ୍ତାନ ବିପକ୍ଷରେ ମିଳିଥିବା ପରାଜୟ ପରେ ଅନଲାଇନ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କୁ ତାଙ୍କ ଧର୍ମ ସହ ଯୋଡ଼ି ସମାଲୋଚନା କରାଯାଉଛି। ଏଭଳି ଟ୍ରୋଲିଂ...

ଏଥର ଖର୍ଚ୍ଚ ପରିମାଣ ୧୬ ଗୁଣା ଅଧିକ

ଭୁବନେଶ୍ୱର, ୨୮।୧୧: ଓଡ଼ିଶାରେ ଦ୍ୱିତୀୟଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍‌। ପୂର୍ବରୁ ୨୦୧୮ରେ ଏହା ଭୁବନେଶ୍ୱରରେ ସଫଳତାର ସହ ଆୟୋଜନ ହୋଇଥିଲା। ୨୦୨୩ ହକି...

କ୍ରିକେଟ୍‌ରେ କ୍ୟାରିୟର ଗଢ଼ିବାକୁ ଯାଉଛନ୍ତି ଏହି ଅଭିନେତାଙ୍କ ପୁଅ

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମନ୍‌ସୁର ଅଲ୍ଲୀ ଖାନ୍‌ ପଟୌଦିଙ୍କ ପୁଅ ସୈଫ ଅଲ୍ଲୀ ଖାନ୍‌ କ୍ରିକେଟ ନୁହେଁ, ଅଭିନୟକୁ କ୍ୟାରିୟର ରୂପେ ବାଛିଥିଲେ।...

Advertisement
Archives

Model This Week